ଭୁବନେଶ୍ବର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପକ୍ଷରୁ ନୂଆ ଡିଓ ୧୨୫କୁ ଉନ୍ମୋଚନ କରାଯାଇଛି। ସେଥିରେ ହୋଣ୍ଡା ସ୍ମାର୍ଟ କି’ ସିଷ୍ଟମ୍‌, ଓବିଡି୨ ନିୟମ ପାଳନ କରୁଥିବା ବିଏସ୍‌-୬ ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ, ଆଇଡିଲ୍ ଷ୍ଟପ୍ ସିଷ୍ଟମ୍‌, ସାଇଡ୍ ଷ୍ଟାଣ୍ଡ୍ ଇଣ୍ଡିକେଟର, ଇଞ୍ଜିନ ଇନ୍‌ହିବିଟର, ସମ୍ପୂର୍ଣ୍ଣ ଡିଜିଟାଲ୍ ମିଟର ଆଦି ଉନ୍ନତ ସୁବିଧାସୁଯୋଗ ରହିଛି। ଏହା ଉପରେ ୧୦ ବର୍ଷର ସ୍ବତନ୍ତ୍ର ୱାରେଣ୍ଟି ରହିଛି ।

Advertisment

ଡିଓ ୧୨୫ର ଷ୍ଟାଣ୍ଡାର୍ଡ ଭାରିଆଣ୍ଟ୍‌ର ଏକ୍ସ ସୋ’ରୁମ୍ ଦାମ୍ ୮୩,୪୦୦ ଥିବା ବେଳେ ଓ ସ୍ମାର୍ଟ ଭାରିଆଣ୍ଟ୍‌ର ଏକ୍ସ ସୋ’ରୁମ୍ ଦାମ୍ ୯୧,୩୦୦ ରହିଛି। କଂପାନିର ସିଇଓ ସୁସୁମୁ ଓଟାନି କହିଛନ୍ତି ଯେ ମୋଟରସାଇକଲ୍ ଓ ସ୍କୁଟରର ମିଶ୍ରଣ ଭାବେ ୨୦୦୨ରେ ଡିଓ ବଜାରକୁ ଆସିଥିଲା। ନୂଆ ଡିଓ ୧୨୫ର ଶକ୍ତିଶାଳୀ ଇଞ୍ଜିନ ଓ ଉନ୍ନତ ସୁବିଧାସୁଯୋଗ ଜରିଆରେ ଗ୍ରାହକମାନେ ଉନ୍ନତ ମାଲିକାନା ଅନୁଭୂତି ପାଇବେ।