ହୋଣ୍ଡାର ଦୁଇଚକିଆ ଗାଡ଼ି ବିକ୍ରି ୫ କୋଟି ଟପିଲା

ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଭାରତରେ ୫ କୋଟି ଗାଡ଼ି ବିକ୍ରି କରିବାର ମାଇଲଖୁଣ୍ଟ ହାସଲ କରିଛି। ୧୯୯୯ରେ ଏହି ସଂସ୍ଥା ଭାରତରେ ଗଠନ କରାଯାଇଥିଲା। କଂପାନି ଏହାର ପ୍ରଥମ କାରଖାନା ମାନେସରରେ ସ୍ଥାପନ କରିବା ସହ ନିଜର ପ୍ରଥମ ଉତ୍ପାଦ ଭାବେ ଆକ୍ଟିଭା ଉନ୍ମୋଚନ କରିଥିଲା। ପ୍ରଥମ ୧ କୋଟି ଗ୍ରାହକ ହାସଲ କରିବା ଲାଗି ହୋଣ୍ଡାକୁ ୧୧ ବର୍ଷ ସମୟ ଲାଗିଥିଲା। ଏହା ପରେ ତିନି ଗୁଣା ଅଧିକ ବେଗରେ ଆଗକୁ ବଢ଼ି କଂପାନି ୩ ବର୍ଷରେ ଆଉ ଏକ କୋଟି ଗ୍ରାହକ ହାସଲ କରିଥିଲା। ପ୍ରଥମ ଅଢ଼େଇ କୋଟି ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ୧୬ ବର୍ଷ ସମୟ ନେଇଥିବା ହୋଣ୍ଡା ପରବର୍ତ୍ତୀ ଅଢ଼େଇ କୋଟି ଗ୍ରାହକ ୫ ବର୍ଷରୁ କମ୍ ସମୟରେ ହାସଲ କରିଛି। ‌ଭାରତରେ ୫ କୋଟି ଗାଡ଼ି ବିକ୍ରି ହୋଣ୍ଡା ବ୍ରାଣ୍ଡ୍‌ ପ୍ରତି ଗ୍ରାହକଙ୍କ ରହିଥିବା ଭଲ ପାଇବା ଓ ବିଶ୍ବାସର ପ୍ରତିଫଳନ ବୋଲି କଂପାନିର ସଭାପତି ଓ ସିଇଓ ଆତ୍‌ସୁସି ଓଗାତା କହିଛନ୍ତି। ଉତ୍ସବ ଋତୁ ଆରମ୍ଭ ହେଉଥିବା ବେଳେ ଏଭଳି ସଫଳତାକୁ ନେଇ ଆମେ ଅତ୍ୟନ୍ତ ଉଲ୍ଲସିତ ବୋଲି କଂପାନିର ନିର୍ଦେଶକ-ବିକ୍ରି ଓ ବିପଣନ ୟଦବିନ୍ଦର ସିଂହ ଗୁଲେରିଆ କହିଛନ୍ତି।

ସମ୍ବନ୍ଧିତ ଖବର