‘ଚାଷୀଙ୍କ ଆୟ ବଢ଼ାଇବାରେ ସହାୟକ ହୋଇପାରିବ ମହୁମାଛି’

ନୂଆଦିଲ୍ଲୀ: ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବାରେ ମହୁମାଛି ସହାୟକ ହୋଇପାରିବ। ପ୍ରଧାନମନ୍ତ୍ରୀ ଅର୍ଥନୈତିକ ପରାମର୍ଶଦାତା ପରିଷଦର ମୁଖ୍ୟ ବିବେକ ଦେବରାୟଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିଜର ରିପୋର୍ଟରେ ଏହା କହିଛି। ଭାରତରେ ଏବେ ୩.୪ ନିୟୁତ ମହୁମାଛି କଲୋନି ରହିଛି। ସେହି ସଂଖ୍ୟା ୨୦୦ ନିୟୁତ ପର୍ଯ୍ୟନ୍ତ ବଢ଼ିବାର ସୁଯୋଗ ରହିଛି। ଯଦି ଏହି ସଂଖ୍ୟାରେ ବୃଦ୍ଧି କରାଯାଇପାରିବ ତେବେ ଦେଶରେ ମହୁମାଛି ସମ୍ପର୍କିତ ଉତ୍ପାଦର ଉତ୍ପାଦନ ବଢ଼ିବା ସହିତ କୃଷି ଓ ଉଦ୍ୟାନ କୃଷିରେ ଉନ୍ନତି ଦିଗରେ ମଧ୍ୟ ତାହା ସହାୟକ ହୋଇପାରିବ ବୋଲି ରିପୋର୍ଟରେ କୁହାଯାଇଛି। ମହୁମାଛି ଚାରେୁ କେବଳ ମହୁ ଓ ୱାକ୍ସ ପ୍ରସ୍ତୁତ ନକରି ମହୁମାଛିର ବିଷ ଓ ପୋଲେନକୁ ମଧ୍ୟ ବିକ୍ରି କରିବା ପାଇଁ ଉଦ୍ୟମ କରିବାକୁ ପରାମର୍ଶ ଦିଆଯାଇଛି। ଏହା ହେଲେ ଚାଷୀଙ୍କ ଆୟ ବଢ଼ିପାରିବ ବୋଲି କୁହାଯାଇଛି। ବିଶ୍ବର ମହୁ ଉତ୍ପାଦନ କରିବାରେ ଭାରତ ଅଗଷ୍ଟ ସ୍ଥାନରେ ରହିଛି ଓ ଏଠାରେ ୨୦୧୮-୧୯ରେ ୬୪,୯୦୦ ଟନ୍ ମହୁ ଉତ୍ପାଦନ ହୋଇଥିଲା। ଏହି ତାଲିକାର ଏକ ନମ୍ବର ସ୍ଥାନରେ ଚୀନ୍ ରହିଛି ଯାହା ବର୍ଷକୁ ୫ ଲକ୍ଷ ୫୧ ହଜାର ଟନ୍‌ରୁ ଅଧିକ ମହୁ ଉତ୍ପାଦନ କରୁଛି।

ସମ୍ବନ୍ଧିତ ଖବର