ସୀମିତ ସମୟ ପାଇଁ ଅନର ଫୋନରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି

ଚାଇନିଜ୍‌ କମ୍ପାନି ହୁଆଏଇର ସ୍ମାର୍ଟଫୋନ ବ୍ରାଣ୍ଡ ଅନର ପକ୍ଷରୁ ନିଜର କେତେକ ମଡେଲ ଉପରେ ୨ରୁ ୪ ହଜାର ଟଙ୍କା ପର୍ଯ୍ୟନ୍ତ ସାମୟିକ ରିହାତି ପ୍ରଦାନ କରାଯାଉଛି । ଏହି ରିହାତି କେବଳ ଆମାଜନ ଇଣ୍ଡିଆରେ ଡିସେମ୍ବର ୧୨ରୁ ଡିସେମ୍ବର ୧୯ ପର୍ଯ୍ୟନ୍ତ ମିଳିବ । ୩୨ ଜିବି ଷ୍ଟୋରେଜ୍‌ ବିଶିଷ୍ଟ ଅନର ୬xର ମୂଲ୍ୟ ୧୧,୯୯୯ ଟଙ୍କା ଥିବାବେଳେ ୬୪ ଜିବି ଷ୍ଟୋରେଜ୍‌ ବିଶିଷ୍ଟ ଅନର ୬xର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ଏହା ଉପରେ ୨ ହଜାର ଟଙ୍କା ଲେଖାଏଁ ରିହାତି ମିଳିବ । ଅର୍ଥାତ୍‌ ଏହି ଦୁଇଟି ଫୋନ ଯଥାକ୍ରମେ ୯,୯୯୯ ଟଙ୍କା ଓ ୧୧,୯୯୯ ଟଙ୍କାରେ ମିଳିବ ।

ସେହିପରି ନିକଟରେ ଲଞ୍ଚ୍‌ ହୋଇଥିବା ଅନରର ହାଇଏଣ୍ଡ ଅନର୮ ପ୍ରୋ ଉପରେ ୪ ହଜାର ଟଙ୍କାର ରିହାତି ଦିଆଯାଉଛି । ଏହି ମଡେଲର ପ୍ରକୃତ ମୂଲ୍ୟ ୨୯,୯୯୯ ଟଙ୍କା ଥିବାବେଳେ ୪ ହଜାର ଟଙ୍କା ରିହାତି ମିଳୁଥିବାରୁ ଏହି ସେଟ୍‌ଟି ୨୫,୯୯୯ ଟଙ୍କାରେ ମିଳିବ । ତେବେ ୧୯ ତାରିଖ ପରେ ଏହି ସେଟ୍‌ ଗୁଡିକର ମୂଲ୍ୟ ନିଜ ନିଜର ପୂର୍ବ ପରିମାଣକୁ ଫେରିଯିବ ।

ଏ ସଂପର୍କରେ ସୂଚନାଦେଇ କମ୍ପାନିର ଉପସଭାପତି, ସେଲ୍ସ ପି.ସଂଜୀବ କହିଛନ୍ତି ଯେ ଏହି ଅଫର ମାଧ୍ୟମରେ ଅନରର ଗ୍ରାହକମାନେ ନିଜ ଅର୍ଥର ସର୍ବୋତ୍ତମ ମୂଲ୍ୟ ପାଇପାରିବେ ।

ସମ୍ବନ୍ଧିତ ଖବର