ଆକର୍ଷଣୀୟ ସ୍ମାର୍ଟଫୋନ୍ ବ୍ୟବହାର କରିବା ଏବେ ଯୁବପିଢ଼ିର ନୂତନ ସୌକ ପାଲଟିଛି। ଏହାକୁ ବିଚାରକୁ ନେଇ ସ୍ମାର୍ଟଫୋନ୍ ନିର୍ମାତା ଭଲ ଫିଚର ଥିବା ସୁନ୍ଦର ଡିଜାଇନର ହ୍ୟାଣ୍ଡସେଟ୍ ବଜାରକୁ ଆଣୁଛନ୍ତି। ଏ ଦିଗରେ ବେଶ୍ ଆଗରେ ରହିଛି ଅନର୍।
ସାଂପ୍ରତିକ ନୂତନ ପିଢ଼ିର ନୂଆ ନୂଆ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ସର୍ବାଧୁନିକ ଫିଚର୍ସ (ବୈଶିଷ୍ଟ୍ୟ)କୁ ସାଙ୍ଗରେ ଧରି ସ୍ମାର୍ଟଫୋନ୍ ବଜାରରେ ପ୍ରବେଶ କରିବାକୁ ଯାଉଛି ‘ଅନର୍ ୮ସି’। ଆସନ୍ତୁ ଜାଣିବା କ’ଣ ସବୁ ନୂତନ ଓ ଅତ୍ୟାଧୁନିକ ଫିଚର୍ସ ପାଇଁ ଏବେ ‘ଅନର୍ ୮ସି’ ସ୍ମାର୍ଟଫୋନ୍ ବଜାରରେ ସମସ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରାଇବାରେ ସମର୍ଥ ହୋଇ ପାରିବ।
ଆକର୍ଷଣୀୟ ଫୁଲ୍ଭ୍ୟୁ ଡିସ୍ପ୍ଲେ
ଡିସପ୍ଲେ ଦୃଷ୍ଟିରୁ ‘ଅନର୍ ୮ସି’ ଏକଦମ୍ ନିଆରା। କାରଣ ‘ଅନର୍ ୮ସି’ରେ ଉପଲବ୍ଧ ରହିଛି ୬.୨୬ ଇଞ୍ଚର ଫୁଲ୍-ଭ୍ୟୁ ଡିସ୍ପ୍ଲେ। ମୋବାଇଲର ଆକାର ସହ ତୁଳନା କଲେ ଡିସ୍ପ୍ଲେର ଆକାର ରହିଛି ୮୬.୬%। ପୂରା ସ୍ଳିମ୍ (ପତଳା) ଏହି ଫୋନ୍ରେ, ଆପଣ କୋଣଠୁ କୋଣ (ବିନା କୌଣସି ବର୍ଡର ଲାଇନ୍ରେ) ଏନ୍ଲାର୍ଜ କରିପାରିବେ ଆପଣଙ୍କ ଫଟୋ ଓ ଭିଡିଓ। ୧୯:୯ ଆକାରର ଡିସ୍ପ୍ଲେ ଡିଜାଇନ୍ରେ ନିର୍ମିତ ଏହି ହ୍ୟାଣ୍ଡସେଟ୍ରେ ଯେତେବେଳେ ଆପଣ ଭିଡିଓ ଦେଖିବେ ବା ଗେମସ୍ ଖେଳିବେ, ସେତେବେଳେ ଆପଣ ସେସବୁର ପୂରା ମଜା ଉଠାଇ ପାରିବେ।
‘ନଚ୍’ ପ୍ରୋଗ୍ରାମ୍ : ବିନା ବ୍ୟାଘାତରେ ଦେଖିପାରିବେ ଭିଡିଓ
‘ଅନର୍ ୮ସି’ରେ ରହିଛି ଆଉ ଏକ ଖାସ୍ ଫିଚର୍ । ଆପଣ ଭିଡିଓ ଦେଖିବା ବେଳେ ଓ ଗେମସ୍ ଖେଳିବା ବେଳେ ଯଦି ଚାହୁଁଛନ୍ତି କେହି ଆପଣଙ୍କୁ ବ୍ୟସ୍ତ ନ କରନ୍ତୁ, ତେବେ ଆପଣ ଫୋନ୍ରେ ଥିବା ‘ନଚ୍’ ପ୍ରୋଗ୍ରାମ୍ ଅନ୍ତର୍ଗତ ଡୁ ନଟ୍ ଡିଷ୍ଟ୍ରବ୍ ଅପସନ୍କୁ ଅନ୍ କରି ଆପଣଙ୍କୁ ବ୍ୟସ୍ତ କରୁଥିବା ଆପ୍ଗୁଡ଼ିକରୁ ଆସୁଥିବା ନୋଟିଫିକେସନ୍, ଆଲର୍ଟ ଏବଂ କଲ୍କୁ ବନ୍ଦ କରିଦେଇ ପାରିବେ। ‘ନଚ୍’ ସାହାଯ୍ୟରେ ଆପଣ ଫୋନ୍ର ସ୍କ୍ରିନ୍ ସାଇଜ୍କୁ ପସନ୍ଦ ମୁତାବକ ବଦଳାଇ ଛୋଟକୁ ବଡ଼ କରି ଦେଖି ପାରିବେ। ସେହିପରି ୟୁଟ୍ୟୁବ୍ରୁ ମୁଭି ଟ୍ରେଲର କିମ୍ବା ଭିଡିଓ ଦେଖିବା ବେଳେ ୨୧:୯ ସାଇଜ୍ରେ ଏହି ଚଉଡ଼ା ଓ ଲମ୍ବା ଫୋନ୍ରେ ଦେଖି ଥିଏଟରର ମଜା ପାଇ ପାରିବେ।
ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବ୍ୟାଟେରି, ଥରେ ଚାର୍ଜ କଲେ ୨ ଦିନ
ଅନେକ କ୍ଷେତ୍ରରେ ସ୍ମାର୍ଟଟୋନ୍ର ବ୍ୟାଟେରି ମନଅନୁସାରେ ବ୍ୟବହାର କ୍ଷେତ୍ରରେ ବାଧକ ସାଜେ। କିନ୍ତୁ ‘ଅନର୍ ୮ସି’ରେ ରହିବ ନାହିଁ ଏହି ସମସ୍ୟା। ଏଥିରେ ରହିଛି ୪୦୦୦ଏମ୍ଏଏଚ୍ କ୍ଷମତା ସଂପନ୍ନ ଶକ୍ତିଶାଳୀ ଦୀର୍ଘସ୍ଥାୟୀ ବ୍ୟାଟେରି, ଯାହାକୁ ଥରେ ଚାର୍ଜ କଲେ ହିଁ ୨ ଦିନ ପାଇଁ କାର୍ଯ୍ୟକ୍ଷମ ରହିବ। ଆଉ ଯଦି ଆପଣ ‘ପାଓ୍ଵାର ସେଭିଂ ମୋଡ୍’ ବ୍ୟବହାର କରନ୍ତି ତ ତେବେ ଆପଣଙ୍କ ଫୋନ୍ରେ ଚାର୍ଜ ସିରିଯିବାର ସମସ୍ୟା ଉପୁଜିବ ନାହିଁ। ଏ ଦୃଷ୍ଟିରୁ ପୂରା ଦମଦାର ‘ଅନର୍ ୮ସି’।
କ୍ୟାମେରା ମାନରେ ବିଶ୍ୱରେ ଅଦ୍ୱିତୀୟ
ସେଲଫି ନେବା ଆଉ ଫଟୋ ଉଠାଇବା ଏବେ ନୂଆପିଢ଼ିର ନୂଆ ନିଶା ପାଲଟିଛି। ଏଥିଲାଗି ସ୍ମାର୍ଟଫୋନ୍ ବନିଛି ଯୁବପିଢ଼ିର ନୂଆ ସାଥୀ। ଏହି ଆବଶ୍ୟକତାକୁ ପୂରଣ କରିବା ଲାଗି ‘ଅନର୍ ୮ସି’ରେ ରହିଛି ଏଆଇ (ଆର୍ଟିଫିସିଆଲ୍ ଇଣ୍ଟେଲିନ୍ସେ) ଡୁଆଲ କ୍ୟାମେରା (୧୩+୨ ଏମ୍ପି ଏଆଇ କ୍ୟାମେରା; ୨୨ ସିନ୍ ଓ ୫୦୦ ସିନେରିଓ ସହ)। ଏହାର ଫ୍ରଣ୍ଟ କ୍ୟାମେରାର କ୍ଷମତା ୮ଏମ୍ପି (ମେଗା ପିକ୍ସେଲ୍), ଯାହାକି କୌଣସି ଦାମୀ କ୍ୟାମେରା ଠାରୁ କମ୍ ନୁହେଁ।
ଏହାର ଫିଚର ଅତୁଳନୀୟ। ଫଟୋ ଉଠାଇବା ଲାଗି ଏଥିରେ ଖଞ୍ଜାଯାଇଛି ଏଆଇ କ୍ଷମତା ସଂପନ୍ନ ଡୁଆଲ ରିଅର୍ କ୍ୟାମେରା। ଯାହା ଏଆଇ ମୋଡ୍ରେ ଉତ୍କୃଷ୍ଟ ରଙ୍ଗିନ୍ ଓ ଉଚ୍ଚମାନର ଫଟୋ ଉଠାଇପାରିବ। ଏହା ଅବ୍ଜେକ୍ଟ (ବସ୍ତୁ) ଚିହ୍ନଟ ସହ ଉଭୟ ଇନ୍ଡୋର୍ ଏବଂ ଆଉଟଡୋର ପରିବେଶରେ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସ୍ୱଳ୍ପାଲୋକରେ (ଲୋ-ଲାଇଟ) ଏପରିକି ଏଫ୍୧.୮ ଆପ୍ରେଚରରେ ସୁଦ୍ଧା ନେଇପାରିବ ଫଟୋ। ପୁଣି ପ୍ରତି ଫଟୋରେ ମିଳିବ ରିଏଲ ସ୍କ୍ରିନ୍ ଟୋନ୍ ଏବଂ ସ୍ୱଚ୍ଛତା। ସେହିପରି ଫ୍ଲାସ୍ ଲାଇଟ୍ରେ ବି ସଂପୂର୍ଣ୍ଣ ଦକ୍ଷତାର ସହ କାର୍ଯ୍ୟ କରିବ ‘ଅନର ୮ସି’।
ଭିଡିଓ ଏବଂ ଅଡିଓରେ ଦେବ ଆନନ୍ଦଦାୟକ ଅନୁଭୂତି
ଭିଡିଓ ଉତ୍ତୋଳନରେ ବି ଏହାର ଗୁଣମାନ ଅତୁଳନୀୟ। କମ୍ ମେମୋରିରେ ବି ଉଚ୍ଚମାନର ଭିଡିଓ ନେବାକୁ ଏଥିରେ ରହିଛି ଏଚ୍.୨୬୫ କ୍ୟାପେବିଲିଟି (ଯାହାକି ୩୦%ରୁ ବି କମ୍ ଜାଗା ନେବ ସମାନ ମାନର ଭିଡିଓ ପାଇଁ) ବ୍ୟବସ୍ଥା। ତେଣୁ ଭିଡିଓ ସୁଟ୍ କରିବା ବେଳେ ଆଦୌ ଚିନ୍ତା କରିବାର ନାହିଁ। ଖାଲି ଭିଡିଓ ନୁହେଁ, ଅଡିଓ ରେକର୍ଡିଂକୁ ମନଛୁଆଁ ଓ ସ୍ମରଣୀୟ କରିବା ଲାଗି ଏଥିରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଅଡିଓ ସହ ମଜାଳିଆ ଇଫେକ୍ଟ ସହ ଫଟୋ ନେବା ପାଇଁ ଏଥିରେ ରହିଛି ଅଗ୍ମେଣ୍ଟେଡ୍ ରିଅଲିଟି ମୋଡ୍।
ସ୍ନାପ୍ ଡ୍ରାଗନ୍ ୬୩୨ ଚିପ୍ସେଟ୍ ଥିବା ବିଶ୍ୱର ପ୍ରଥମ ଫୋନ୍‘ଅନର୍ ୮ସି’ର ଏକ ବଡ଼ ବିଶେଷତ୍ୱ ହେଉଛି, ଏହା ବିଶ୍ୱର ସର୍ବପ୍ରଥମ ସ୍ମାର୍ଟଫୋନ୍ ହ୍ୟାଣ୍ଡସେଟ୍ ଯେଉଁଥିରେ ଉପଲବ୍ଧ ରହିଛି ସ୍ନାପ୍ ଡ୍ରାଗନ୍ ୬୩୨ ଚିପ୍ସେଟ୍। ଏଥିସହ ‘ଅନର୍’ ହୁଆେଓ୍ଵଇର ଏକ ସବ-ବ୍ରାଣ୍ଡ୍ ହୋଇଥିବାରୁ ମୂଳ କମ୍ପାନିର ହିସିଲିକନ୍ କିରିନ୍ ଚିପସେଟ୍ ଏହି ଫୋନରେ ଲାଗିଛି, ଯାହାକି ଫୋନର କାର୍ଯ୍ୟଦକ୍ଷତା ଓ ଦୀର୍ଘସ୍ଥାୟୀତା ବଢ଼ାଏ। ଏହାର ପ୍ରୋସେସର୍ରେ ଖଞ୍ଜାଯାଇଛି ୪ ଜିଗାବାଇଟର ରାମ୍ ଏବଂ ୩୨ ଜିବି/୬୪ ଜିବି ଇଣ୍ଟରନାଲ୍ ମେମୋରି ସହ ମାଇକ୍ରୋ ଏସଡି କାର୍ଡ ଜରିଆରେ ଏକ୍ସପାଣ୍ଡେବଲ୍ ମେମୋରି ବ୍ୟବସ୍ଥା ମଧ୍ୟ ରହିଛି।
ଓ୍ଵାଇ-ଫାଇ ବ୍ରିଜ୍ ଓ ସ୍ମାର୍ଟ ଡୁଆଲ୍ ବ୍ଲୁଟୁଥ
‘ଅନର୍ ୮ସି’ର ସଫ୍ଟଓୟାର ଦୃଷ୍ଟିରୁ ମଧ୍ୟ ବେଶ୍ ଉତ୍କୃଷ୍ଟ। ଏଥିରେ ଇଏମୟୁଆଇ ୮.୨ ରନିଙ୍ଗ୍ ଏଟପ୍ ଆଣ୍ଡ୍ରଏଡ୍ ୮.୧ ଓରେଓ ଓଏସ୍ ଇନବିଲ୍ଟ ରହିଛି। ଏଥିରେ ଓ୍ଵାଇ-ଫାଇ ବ୍ରିଜ୍ ସୁବିଧା ରହିଛି, ଯାହା ଅନ୍ୟ ୪ଟି ଫୋନ୍କୁ ଓ୍ଵାଇ-ଫାଇ ସଂଯୋଗ ଦେଇପାରିବ। ସେହିପରି ଏଥିରେ ଥିବା ସ୍ମାର୍ଟ ଡୁଆଲ୍ ବ୍ଲୁଟୁଥ ଏକାବେଳେକେ ଦୁଇଟି ବ୍ଲୁଟୁଥ୍ ଡିଭାଇସ୍କୁ ଫୋନ ସହ ଯୋଡ଼ି ପାରିବ। ‘ଅନର୍ ୮ସି’ ବ୍ୟବହାରକାରୀ ଏକ ସଙ୍ଗେ ବ୍ଲୁଟୁଥ ହେଡଫୋନ୍ ସହ ଏକ ସ୍ମାର୍ଟଓ୍ଵାଚ୍ ମଧ୍ୟ ବ୍ୟବହାର କରିପାରିବେ। ବର୍ତ୍ତମାନ ଅନର୍ ୮ସି ଏକ୍ସକ୍ଲୁସିଭ୍ ବ୍ଲୁ ସହ ଟାଇମ୍ଲେସ୍ ବ୍ଲାକ୍ କଲରରେ ଉପଲବ୍ଧ।
ଏହି ସବୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ‘ଅନର ୮ସି’କୁ କରିଛି ଅଦ୍ୱିତୀୟ
କାଟ୍’ସ ଆଇ ଡିଜାଇନ୍
ଅନର୍ ୮ସି ହେଉଛି ସର୍ବପ୍ରଥମ ସ୍ମାର୍ଟଫୋନ୍ ଯାହା କ୍ୟାଟ୍’ସ ଆଇ ଡିଜାଇନ୍ରେ ନିର୍ମିତ ହୋଇଛି। ଏହାକୁ ବ୍ୟବହାର କରି ଆପଣ ଥ୍ରିଡି ପ୍ରିଣ୍ଟିଂ ସହ ନାନୋ- ଲେବଲ ପାଟର୍ଣ୍ଣ ଡିଜାଇନ୍ ପ୍ରସ୍ତୁତ କରି ପାରିବେ।
ସେଲ୍ଫିରେ ମାଷ୍ଟର: ଉଚ୍ଚମାନର ସେଲ୍ଫି ନେବା ପାଇଁ ଏଥିରେ ମହଜୁଦ୍ ରହିଛି ୮ଏମ୍ପିର ଫ୍ରଣ୍ଟ କ୍ୟାମେରା ସହ ସଫ୍ଟ ଲାଇଟ୍ ଫ୍ଲାସ୍ ଯାହାକି ବ୍ରାଇଟ୍, ରେଗୁଲାର ଏବଂ ଲୋ-ଲାଇଟ୍ ପରିବେଶରେ କାର୍ଯ୍ୟକ୍ଷମ ହୋଇପାରିବ।
ଫେସ୍ ଅନ୍ଲକ୍: ‘ଅନର୍ ୮ସି’ରେ ରହିଛି ଫେସ୍ ଅନ୍ଲକ୍ ଫିଚର୍ସ, ଯାହାକି ଅତି ସ୍ୱଳ୍ପାଲୋକରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିବ।
ଆଇ କମ୍ଫଟ୍ ମୋଡ୍
ନୂତନ ପିଢ଼ିର ବ୍ୟବହାରକାରୀଙ୍କ ଆଖିକୁ ନିରାପଦ ଓ ସୁରକ୍ଷିତ ରଖିବା ପାଇଁ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛି ‘ଅନର୍ ୮ସି’। ଏଥିରେ ରହିଛି ଆଇ କମ୍ଫଟ୍ ମୋଡ୍ ଯାହାକି ଆଖିକୁ ସ୍କ୍ରିନ୍ରୁ ହେଉଥିବା ବ୍ଲୁ ଲାଇଟ୍ ରେଡିଏସନ୍ (ବିକିରଣ)କୁ ନିୟନ୍ତ୍ରଣ କରିବା ସହ ବ୍ୟବହାରୀଙ୍କ ଆଖିକୁ ନିରାପଦ ରଖିବା ସହ ସ୍ୱଳ୍ପାଲୋକ (ଡିମ୍ ଲାଇଟ୍)ରେ ମଧ୍ୟ ଆଖିକୁ ଚାପଗ୍ରସ୍ତ କରେ ନାହିଁ।
ଫିଙ୍ଗରପ୍ରିଣ୍ଟ ସେନ୍ସର
ଆଙ୍ଗୁଠିର ଛାପ (ଫିଙ୍ଗରପ୍ରିଣ୍ଟ)କୁ ଚିହ୍ନଟ କରି ଲକ୍ ଓ ଅନ୍ଲକ୍ ହୋଇଥାଏ ‘ଅନର୍ ୮ସି’। ଏଥିସହ ଫଟୋ ଓ ଭିଡିଓ ନେବା, କଲ୍ ରିସିଭ୍ କରିବା, ଆଲାର୍ମ ବନ୍ଦ କରିବା, ନୋଟିଫିକେସନ୍ ଦେଖିବା ଓ ଫଟୋ ଗ୍ୟାଲେରିକୁ ବ୍ରାଉଜ୍ କରିବା ଆଦି କାର୍ଯ୍ୟ ମଧ୍ୟ ଫିଙ୍ଗରପ୍ରିଣ୍ଟ ଦ୍ୱାରା ହିଁ ସମାହିତ ହୋଇଥାଏ।
ଅନର ୮ସି ଦୁଇଟି ଭାରିଏଣ୍ଟରେ ଉପଲବ୍ଧ। ଏହାର ୪ଜିବି + ୩୨ଜିବି ଭାରିଏଣ୍ଟର ବଜାର ମୂଲ୍ୟ ୧୧,୯୯୯ ଟଙ୍କା ହୋଇଥିବା ବେଳେ ୪ଜିବି + ୬୪ଜିବି ଭାରିଏଣ୍ଟର ବଜାର ମୂଲ୍ୟ ୧୨,୯୯୯ ଟଙ୍କା ରହିଛି। ଅନର ୮ସି ଏବେ ଲୋକପ୍ରିୟ ଇ-କମର୍ସ ସାଇଟ୍ ଆମାଜନରେ ଉପଲବ୍ଧ। ଅନର ୮ସି କ୍ରୟ କରିବା ଲାଗି ଦିଆଯାଇଥିବା ଲିଙ୍କକୁ କ୍ଲିକ କରନ୍ତୁ- https://img-cdn.thepublive.com/filters:format(webp)/sambad/media/post_attachments/wp-content/uploads/2018/12/[email protected]