ନୂଆଦିଲ୍ଲୀ : ଅନର୍‌ ପକ୍ଷରୁ ୨୪ ମେଗାପିକ୍ସେଲ ସେଲଫି କ୍ୟାମେରା ବିଶିଷ୍ଟ ଅନର୍‌ ୧୦-ଲାଇଟ୍‌ ସ୍ମାର୍ଟଫୋନ୍‌ ବଜାର ପ୍ରବେଶ କରାଯାଇଛି। ଏଥିରେ କିରିନ୍‌ ୭୧୦ ପ୍ରୋସେସର, ଡିୟୁଡ୍ରପ୍‌ ଡିସ୍‌ପ୍ଲେ ଆଦି ବୈଶିଷ୍ଟ୍ୟ ରହିଛି। ଏହା ସାଫେୟାର ବ୍ଲୁ, ସ୍କାଏ ବ୍ଲୁ ଏବଂ ମିଡ଼୍‌ ନାଇଟ୍‌ ବ୍ଲାକ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଏହାର ୪ଜିବି, ୬୪ ଜିବିର ମୂଲ୍ୟ ୧୩,୯୯୯ ଟଙ୍କା ଥିବାବେଳେ ୬ଜିବି, ୬୪ ଜିବିର ମୂଲ୍ୟ ୧୭,୯୯୯ ଟଙ୍କା ରହିଛି। ଏହା ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେବ। ଏଥିରେ ୩୪୦୦ ଏମଏଏଚ୍‌ ବ୍ୟାଟେରୀ ରହିଛି।

Advertisment

ଏହି ଅବସରରେ ହାୱାଇ ଇଣ୍ଡିଆର କ୍ୟୁମର ବିଜନେସ୍‌ ଗ୍ରୁପ୍‌ ସିଏମ୍‌ଓ ସୁହାଲୀ ତାରିକ୍‌ କହିଲେ, ’’ଅନର୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅନର୍‌-୧୦-ଲାଇଟ୍‌ ସ୍ମାର୍ଟଫୋନ୍‌ ଯୁବବର୍ଗଙ୍କ ପାଇଁ ଏକ ଉପଯୋଗୀ ଉତ୍ପାଦ ଭାବରେ ସାବ୍ୟସ୍ତ ହେବ ଯାହାକି ଯୁବବର୍ଗଙ୍କର ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ। ଭାରତରେ ଅନର୍‌ ୧୦-ଲାଇଟ୍‌ ଭଲ କାରବାର କରିବାର ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି।’’ ଏହି ଅବସରରେ ଫ୍ଲିପ୍‌କାର୍ଟ ମୋବାଇଲ୍‌ ବରିଷ୍ଠ ନିର୍ଦ୍ଦେଶକ ଆଦିତ୍ୟ ସୋନୀ କହିଛନ୍ତି ଯେ ଅନର୍‌ ୧୦-ଲାଇଟ୍‌ ଫ୍ଲିପ୍‌କାର୍ଟରେ ଉପଲବ୍ଧ ହେଉଥିବାରୁ ଆମେ ଆନନ୍ଦିତ। ଏହାଦ୍ୱାରା ଅନର୍‌ ୧୦-ଲାଇଟ୍‌ର କାରବାର ବେଶ୍‌ ସଫଳ ରହିବ। ଗତବର୍ଷ ରେ ଅନର୍‌ ପକ୍ଷରୁ ୯-ଲାଇଟ୍‌ ର ବଜାର ପ୍ରବେଶ କରାଯାଇଥିଲା। ଏହାର ଗ୍ରାହକ ସଂଖ୍ୟା ୧.୫ ନିୟୁତ ଥିଲା।