ନୂଆଦିଲ୍ଲୀ: ଚାଇନିଜ୍ ଟେଲିକମ ହାର୍ଡଓ୍ଵାର କମ୍ପାନି ହୁଆଏଇର ସ୍ମାର୍ଟଫୋନ ବ୍ରାଣ୍ଡ ଅନର ପକ୍ଷରୁ ଲଞ୍ଚ୍ କରାଯାଇଥିବା ବଜେଟ୍ ସ୍ମାର୍ଟଫୋନ ଅନର-୯ ଲାଇଟ୍ ର ଫ୍ଲାସ୍ ସେଲ ଆସନ୍ତା କାଲିଠାରୁ ଆରମ୍ଭ ହେବ । ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ଏହି ସେଲ୍ ଆସନ୍ତା କାଲି ଦିନ ୧୨ଟାରୁ ଆରମ୍ଭ ହେବ । ପୂର୍ବରୁ ଗତ ୨୧ ତାରିଖରେ ଏହି ଫୋନର ଏକ ଫ୍ଲାସ୍ ସେଲ ହୋଇଥିଲା ଓ ମାତ୍ର ୬ ମିନିଟରେ ସବୁ ଷ୍ଟକ ଖାଲି ହୋଇଯାଇଥିଲା ବୋଲି କମ୍ପାନି କହିଥିଲା । ଜାନୁୟାରୀ ୨୩ରେ ମଧ୍ୟ ଏହି ଫୋନର ସେଲ ଖୋଲି ମାତ୍ର ୩ ମିନିଟରେ ସବୁ ଷ୍ଟକ ସରିଯାଇଥିଲା । ତେବେ ପ୍ରକୃତିରେ ଏହି ଫୋନରେ କେତେ ୟୁନିଟ୍ ବିକ୍ରି ହୋଇଛି ତାହା କମ୍ପାନି ପକ୍ଷରୁ ପ୍ରକାଶ କରାଯାଇନାହିଁ ।
ଅବଶ୍ୟ ଏହା ସ୍ପଷ୍ଟ ଯେ କମ୍ପାନିର ଏହି ଫୋନଟି ଗ୍ରାହକଙ୍କର ବେଶ ପସନ୍ଦ ହୋଇଛି । ୫.୬୫ ଇଞ୍ଚ ସ୍କ୍ରିନ ବିଶିଷ୍ଟ ଏହି ଫୋନରେ ୧୯.୯ ଆଇପିଏସ୍ ଡିସପ୍ଲେ, ଆଗ ଏବଂ ପଛ ଡୁଆଲ କ୍ୟାମେରା ରହିଥିବା ବେଳେ ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ ୮.୦ ଓରିଓ ସହ ଇଏମୟୁଆଇ ୮.୦ ସହ ଆସୁଛି । ଏହାର ବଡ଼ସ୍କ୍ରିନ, ବେଜେଲ-ଲେସ ଡିସପ୍ଲେ, ପ୍ରିମିୟମ ଗ୍ଲାସ ବଡି, କ୍ୱାର୍ଡଲେନ୍ସ କ୍ୟାମେରା, ଦୀର୍ଘସ୍ଥାୟୀ ବ୍ୟାଟେରୀ ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ଅନର ୯ ଲାଇଟର ୩୨ ଜିବି ଭାରିଏଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ଓ ୬୪ ଜିବି ଭାରିଏଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରଖାଯାଇଛି ।