ଅନରର ଏହି ସ୍ମାର୍ଟଫୋନଟି କ୍ୱାଡ୍‌ କ୍ୟାମେରା ସହ ଆସୁଛି

ନୂଆଦିଲ୍ଲୀ: ଚୀନ ଟେଲିକମ ଉପକରଣ କମ୍ପାନି ହୁଆଇର ସ୍ମାର୍ଟଫୋନ ବ୍ରାଣ୍ଡ ଅନର ପକ୍ଷରୁ ଅତ୍ୟାଧୁନିକ କ୍ୱାଡ କ୍ୟାମେରା ସ୍ମାର୍ଟଫୋନ ଅନର-୯ ଲାଇଟ୍‌ ବଜାରକୁ ଛଡାଯାଇଛି, ଯାହାକି ସେଲଫି ପ୍ରେମୀଙ୍କୁ ଚମତ୍କାର ଫଟୋ ଉଠାଇବାର ସୁଯୋଗ ପ୍ରଦାନ କରିବ । ଅନର ୯ ଲାଇଟର ୩୨ ଜିବି ଭାରିଏଣ୍ଟର ମୂଲ୍ୟ ୧୦,୯୯୯ ଟଙ୍କା ଓ ୬୪ ଜିବି ଭାରିଏଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ରଖାଯାଇଛି । ୫.୬୫ ଇଞ୍ଚ ସ୍କ୍ରିନ ବିଶିଷ୍ଟ ଏହି ଫୋନରେ ୧୯.୯ ଆଇପିଏସ୍‌ ଡିସପ୍ଲେ, ଆଗ ଏବଂ ପଛ ଡୁଆଲ କ୍ୟାମେରା ରହିଥିବା ବେଳେ ଏହି ସ୍ମାର୍ଟଫୋନଟି ଆଣ୍ଡ୍ରଏଡ ୮.୦ ଓରିଓ ସହ ଇଏମୟୁଆଇ ୮.୦ ସହ ଆସୁଛି । ବଜାରରେ ଉପଲବ୍ଧ ଅନ୍ୟ ସ୍ମାର୍ଟଫୋନର ମୂଲ୍ୟକୁ ତୂଳନା କଲେ ଅନର ଲାଇଟ ନିଜର ବିଶେ,ତାକୁ ନେଇ ଆଗରେ ରହିବ । ଏହାର ବଡ଼ସ୍କ୍ରିନ, ବେଜେଲ-ଲେସ ଡିସପ୍ଲେ, ପ୍ରିମିୟମ ଗ୍ଲାସ ବଡି, କ୍ୱାର୍ଡଲେନ୍ସ କ୍ୟାମେରା, ଦୀର୍ଘସ୍ଥାୟୀ ବ୍ୟାଟେରୀ ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ଫଟୋକୁ ଅଧିକ ପ୍ରାକୃତିକ ଏବଂ ଜୀବନ୍ତ କରିବା ପାଇଁ ଅନର ୯ ଲାଇଟ ସ୍ପୋର୍ଟସରେ ୧୩ ଏମପିର କ୍ୱାଡ କ୍ୟାମେରା ସେଟ ଅଫ ରହିଛି, ଯାହାର ପଛ ଭାଗରେ ୧୩ ଏମପିର ଡୁଆଲ ଲେନ୍ସ କ୍ୟାମେରା ଓ ପିଡିଏଫ ଫାଷ୍ଟ ଫୋକସ ରହିଛି । ଅତିରିକ୍ତ ଭାବରେ, ଏଥିରେ ଅତ୍ୟାଧୁନିକ ୱାଇଡ ଆପ୍ରେଚ୍‌ ମୋଡ ରହିଛି, ଯାହାକି ଉପଭୋକ୍ତାମାନଙ୍କୁ ଫଟୋ ଉଠାଇଲା ପରେ ଫୋକସକୁ ପରିମାର୍ଜିତ କରିବାରେ ସାହାଯ୍ୟ କରିବା ସହ କଳା ନୈପୁଣ୍ୟ ଓ ନିର୍ଭୁଲତା ସହିତ ଫଟୋ ଉଠାଇବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧିତ ଖବର