ଅନରର ଏହି ନୂଆ ସ୍ମାର୍ଟଫୋନରେ ରହିଛି ଅନେକ ଅଭିନବ ଫିଚର

ନୂଆଦିଲ୍ଲୀ: ଅନର ପକ୍ଷରୁ ଏକ ନୂଆ ସ୍ମାର୍ଟଫୋନ ଭାରତୀୟ ବଜାରରେ ଲଞ୍ଚ କରାଯାଇଛି । ଏହାର ନାଁ ହେଉଛି ଅନର ୯- ଲାଇଟ୍‌ । ଏହି ଫୋନଟି ଦୁଇଟି ମଡେଲରେ ଉପଲବ୍ଧ ରହିଛି । ଗୋଟିଏ ହେଉଛି ୩ଜିବି ର‍୍ୟାମ ଓ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ଓ ଅନ୍ୟଟି ହେଉଛି ୪ ଜିବି ର‍୍ୟାମ ଓ ୬୪ ଜିବି ଷ୍ଟୋରେଜ୍‌ । ଏହି ଫୋନଟି ଆସନ୍ତା ଜାନୁୟାରୀ ୨୧ରୁ ଫ୍ପିପକାର୍ଟ ଓ କମ୍ପାନିର ନିଜସ୍ୱ ଅନଲାଇନ ଷ୍ଟୋର ମାଧ୍ୟମରେ ବିକ୍ରି ଆରମ୍ଭ ହେବ । ଅନର ୩ଜିବି ର‍୍ୟାମ ଓ ୩୨ ଜିବି ଇଣ୍ଟରନାଲ ଷ୍ଟୋରେଜ୍‌ ମଡେଲଟିର ମୂଲ୍ୟ ୧୦,୯୯୯ ଟଙ୍କା ରଖାଯାଇଛି । ଆଗାମୀ ଦିନରେ ଏହି ହାଣ୍ଡସେଟରେ ଆଉ କେତେକ ନୂଆ ଫିଚର ଯଥା ବାଇକ୍‌ ମୋଡ୍‌, ମେଲ ଫିମେଲ ଡିଟେକ୍ସନ ଆଦି ଯୋଗ କରାଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ଭାରତୀୟ ବଜାରରେ ଅନର ପକ୍ଷରୁ ଲ୍‌ଞ୍ଚ୍‌ ହୋଇଥିବା ଏହା ୨ୟ କ୍ୱାଡ୍‌ କ୍ୟାମେରା ଫୋନ ଅଟେ । ଏହାର ଡିସପ୍ଲେଟି ୫.୬୫ ଇଞ୍ଚ ବିଶିଷ୍ଟ ଓ ରିଜୋଲ୍ୟୁସନ ୧୦୮୦x୨୧୬୦ ପିକ୍ସେଲ ବିଶିଷ୍ଟ । ଏହି ସ୍ମାର୍ଟଫୋନର ଓଜନ ୧୪୯ ଗ୍ରାମ । ଏଥିରେ ଦୁଇଟି ସିମ୍‌ କାର୍ଡ ପଡିପାରିବ । ଏହା ୪ଜି ଏଲଟିଇ, ଭୋଲଟେ ସର୍ଭିସକୁ ସପୋର୍ଟ କରେ । ଏହା ଆଣ୍ଡ୍ରଏଡ୍‌ ୮.୦ ଓରିଓ ଦ୍ୱାରା ପରିଚାଳିତ । ଏଥିରେ ଏକ ୩୦୦୦ ଏମଏଏଚ ବ୍ୟାଟେରୀ ଲାଗିଛି । ଏହା ୩ଟି ରଙ୍ଗରେ ଉପଲବ୍ଧ ଯଆ ସାଫାୟାର ବ୍ଲୁ, ଗ୍ଲେସିୟର ଗ୍ରେ ଓ ମିଡନାଇଟ୍‌ ବ୍ଲାକ୍‌ ।

ସମ୍ବନ୍ଧିତ ଖବର