ହୋଟେଲ୍‌ ଲିଲା ପ୍ୟାଲେସ୍‌ରେ ୪୫ ବିଏମ୍‌ଡବ୍ଲୁ

ଗୁରୁଗ୍ରାମ୍ : ହୋଟେଲ୍ ଲିଲା ପ୍ୟାଲେସ୍‌ ଏହାର ଅତିଥିମାନଙ୍କୁ ଯାତ୍ରାର ସୁବିଧା ଦେବା ଲାଗି ବିଏମ୍‌ଡବ୍ଲୁ କାର୍‌ ବ୍ୟବହାର କରୁଛି। ବିଏମ୍‌ଡବ୍ଲୁ ଗ୍ରୁପ୍ ଇଣ୍ଡିଆ ପକ୍ଷରୁ ଏହି ହୋଟେଲ୍‌ର କର୍ତ୍ତୃପକ୍ଷଙ୍କୁ ୪୫ଟି କାର୍‌ ହସ୍ତାନ୍ତର କରାଯାଇଛି। ବିଏମ୍‌ଡବ୍ଲୁ ୫ ସିରିଜ୍, ବିଏମ୍‌ଡବ୍ଲୁ ୭ ସିରିଜ୍ ଓ ବିଏମ୍‌ଡବ୍ଲୁ ଏକ୍ସ୫ ଭଳି ଗାଡ଼ି ହୋଟେଲ୍‌କୁ ଦିଆଯାଇଛି। ନୂଆ କାର୍‌ ହସ୍ତାନ୍ତର କରିବା ପରେ ହୋଟେଲ୍‌ ଲିଲା ପ୍ୟାଲେସ୍‌ ସହିତ ଆମ ସମ୍ପର୍କ ଆହୁରି ଦୃଢ଼ ହୋଇଛି ବୋଲି କଂପାନିର ସଭାପତି ବିକ୍ରମ ପୱାହ୍‌ କହିଛନ୍ତି।

ସମ୍ବନ୍ଧିତ ଖବର