ନୂଆଦିଲ୍ଲୀ: ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକ ଆପେ ଖାଦ୍ୟ ବିଲ୍ରେ ସର୍ଭିସ୍ ଚାର୍ଜ ଯୋଡ଼ିପାରିବେନି। ଅନ୍ୟ କୌଣସି ନାମରେ ସର୍ଭିସ୍ ଚାର୍ଜ ଅସୁଲ କରାଯାଇପାରିବେ ନାହିଁ। ଏହି ଚାର୍ଜ ଦେବା ଲାଗି ଗ୍ରାହକମାନଙ୍କୁ ବାଧ୍ୟ କରାଯାଇପାରିବ ନାହିଁ। ସର୍ଭିସ୍ ଚାର୍ଜ ସମ୍ପୂର୍ଣ୍ଣ ସ୍ବେଚ୍ଛାଧୀନ ବୋଲି ସେମାନେ ଗ୍ରାହକଙ୍କୁ ଅବଗତ କରିବେ। ଏନେଇ କେନ୍ଦ୍ରୀୟ ଉପଭୋକ୍ତା ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଗାଇଡ୍ଲାଇନ୍ ଜାରି କରିଛନ୍ତି। ଯଦି କୌଣସି ହୋଟେଲ୍ କିମ୍ବା ରେସ୍ତୋରାଁ ଗାଇଡ୍ଲାଇନ୍ ଉଲ୍ଲଂଘନ କରି ଖାଦ୍ୟ ବିଲ୍ରେ ସର୍ଭିସ୍ ଚାର୍ଜ ଯୋଡ଼ିବେ ତାହାକୁ ହଟାଇବା ଲାଗି ଗ୍ରାହକ ଅନୁରୋଧ କରିପାରିବେ। ଯଦି ତାଙ୍କ କଥା ନରହିବ ତେବେ ସେ ବିଷୟରେ ଗ୍ରାହକ ଜଣକ ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ୧୯୧୫ରେ କଲ୍ କରି କିମ୍ବା ମୋବାଇଲ୍ ଆପ୍ ଜରିଆରେ ଅଭିଯୋଗ ଦାଖଲ କରିପାରିବେ। ଇ-ଦାଖିଲ୍ ପୋର୍ଟାଲ୍ରେ ମଧ୍ୟ ଅଭିଯୋଗ ଦାଖଲ କରିହେବ। ରେସ୍ତୋରାଁଗୁଡ଼ିକ ଗ୍ରାହକମାନଙ୍କଠାରୁ ବାଧ୍ୟତାମୂଳକ ଭାବେ ସର୍ଭିସ୍ ଚାର୍ଜ ଅସୁଲ କରୁଥିବା ଅଭିଯୋଗ ସରକାରଙ୍କ ନିକଟରେ ପହଞ୍ଚିଥିଲା। ତାହାର ମୁକାବିଲା ଲାଗି ସିସିପିଏ ଏହି ଗାଇଡ୍ଲାଇନ୍ ପ୍ରସ୍ତୁତ କରିଛନ୍ତି।
ହୋଟେଲ୍, ରେସ୍ତୋରାଁ ସର୍ଭିସ୍ ଚାର୍ଜ ନେଇପାରିବେନି
/sambad/media/post_attachments/wp-content/uploads/2022/02/HOTEL-2084132.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)