ଆଧାର ସହିତ ଭୋଟର ପରିଚୟ ପତ୍ରକୁ କିପରି ସଂଯୋଗ କରିବେ ଜାଣନ୍ତୁ

ମୁମ୍ବାଇ: ବୀମା ପଲିସିଠାରୁ ଆରମ୍ଭ କରି ମୋବାଇଲ ସିମ୍‌ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ଆଧାର ସଂଯୋଗ କରିବାକୁ ସରକାର ଅନିବାର୍ଯ୍ୟ କରି ଦେଇଛନ୍ତି। ଆଧାର ପଞ୍ଜିକରଣ ପାଇଁ ସମସ୍ତ ବ୍ୟକ୍ତିଙ୍କ ବାୟୋମୋଟ୍ରିକ୍‌ ଆବଶ୍ୟକତା ହୋଇଥାଏ। ତେଣୁ ଏହାର ନକଲି ପରିଚୟ ପତ୍ର ପ୍ରସ୍ତୁତ ହେବା ଅସମ୍ଭବ । ୧୨ଅଙ୍କ ଥିବା ଆଧାର ଏକ ବିଶେଷ ପରିଚୟ ପତ୍ର ଅଟେ। ଏହା ସମସ୍ତ ଭାରତୀୟଙ୍କ ପାଇଁ ଜାରି କରାଯାଇଛି। ତେବେ ଆସନ୍ତୁ ଜାଣିବା ବ୍ୟାଙ୍କ ଆକାଉଣ୍ଟ, ମୋବାଇଲ୍‌ ସିମ୍‌, ପାନ୍‌ କାର୍ଡ ପରେ ପରେ ଏବେ ଭୋଟର କାର୍ଡରେ କିପରି କରିବେ ଆଧାର ସଂଯୋଗ।

ଏନ୍‌ଭିଏସ୍‌ପି ପୋର୍ଟାଲ ଜରିଆରେ ଆଧାର ଲିଙ୍କ
୧. ଭାରତ ସରକାର ଏନ୍‌ଭିଏସ୍‌ପି ପୋର୍ଟାଲ http://www.nvsp.inରେ ଲଗ୍‌ ଇନ୍‌ କରନ୍ତୁ।
୨. ଏହାପରେ ଆପଣଙ୍କ ରାଜ୍ୟ, ଜିଲ୍ଲା, ନାମ, ଜନ୍ମ ତାରିଖ ଓ ପିତାଙ୍କ ନାମ ଭର୍ତ୍ତି କରନ୍ତୁ।
୩. ଏସବୁ ଭର୍ତ୍ତି କରି ସାରିବା ପରେ ‘ସର୍ଚ୍ଚ’ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ। ଏଥିପାଇଁ ଆପଣ ଏଣ୍ଟ୍ରି କରିଥିବା ବିବରଣୀ ସଠିକ୍‌ ଥିବା ଆବଶ୍ୟକ।
୪. ଏହାପରେ ଆପଣ ‘ଫିଡ୍‌ ଆଧାର ନମ୍ବର’ ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ଏହା ଆପଣଙ୍କ ସ୍କ୍ରିନ୍‌ର ବାମ ପାର୍ଶ୍ୱରେ ସୂଚିତ ଥିବ।
୫. ଥରେ କ୍ଲିକ୍‌ ବଟନ୍‌ ଉପରେ କ୍ଲିକ୍‌ କରିବା ପରେ ଆପଣଙ୍କୁ ଏକ ନୂତନ ପେଜ୍‌ ଦେଖା ଯିବ। ସେଥିରେ ଆପଣଙ୍କ ନାମ, ଆଧାର ସଂଖ୍ୟା, ଇପିଆଇସି ନମ୍ବର, ପଞ୍ଜିକରଣ ମୋବାଇଲ ନମ୍ବର ଓ ଇମେଲ୍‌ ଭର୍ତ୍ତି କରି ‘ସବ୍‌ମିଟ୍‌’ ଅପସନ୍‌ ଉପରେ କ୍ଲିକ୍‌ କରିବାକୁ ପଡ଼ିବ।
୬. ଏହା ପରେ ଆପଣଙ୍କ ପଞ୍ଜିକରଣ ସଫଳ ହୋଇଛି ବୋଲି ସ୍କ୍ରିନ୍‌ ଉପରେ ଏକ ମେସେଜ ଆସିଯିବ।

ଏସ୍‌ଏମ୍‌ ଜରିଆରେ ଆଧାର ଲିଙ୍କ୍‌

୧. ଆପଣ <ଇପିଆଇସି-ନମ୍ବର> <ଆଧାର ନମ୍ବର> ଲେଖି ୧୬୬ କିମ୍ବା ୫୧୯୬୯କୁ ଏସ୍‌ଏମ୍‌ଏସ୍‌ କରି ଦିଅନ୍ତୁ।

ଫୋନ୍‌ ଜରିଆରେ ଆଧାର ଲିଙ୍କ୍‌
୧. ଫୋନ୍‌ ଜରିଆରେ ଭୋଟର କାର୍ଡକୁ ଆଧାର ଲିଙ୍କ କରିବାର ବିକଳ୍ପ ଅତି ସହଜ ଅଟେ। ଆପଣ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ୧୯୫୦କୁ ଫୋନ୍‌ କରି ଭୋଟର ଆଇଡିକୁ ଆଧାର ସହିତ ସଂଯୋଗ କରିବାର ଅଛି ବୋଲି କହିବେ। ଏହାପରେ ଆପଣଙ୍କ ଭୋଟର ଓ ଆଧାର ନମ୍ବର ଦେଇ ଅତି ସରଳ ଉପାୟରେ ସଂଯୋଗ କରି ପାରିବେ।

ବୁଥ୍‌ ଲେବେଲ ଅଫିସରଙ୍କ ଜରିଆରେ ଆଧାର ଲିଙ୍କ୍‌
୧. ନିକଟସ୍ଥ ବୁଥ୍‌ ଲେବେଲ ବିଏଲ୍‌ଓ ଅଫିସକୁ ଯାଆନ୍ତୁ।
୨. ଭୋଟର କାର୍ଡକୁ ଆଧାର ସହିତ ସଂଯୋଗ କରିବାର ଆବେଦନ ବୁଥ୍‌ ଲେବେଲ୍‌ ଅଫିସର (ବିଏଲ୍‌ଓ)ଙ୍କ ନିକଟରେ ଜମା କରନ୍ତୁ।
୩. ଆପଣଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ବିଏଲ୍‌ ଦ୍ୱାରା ଯାଞ୍ଚ କରାଯିବ। ଏହା ପରେ ଆପଣଙ୍କ ଭୋଟର କାର୍ଡକୁ ଆଧାରଦ୍ୱାରା ସଂଯୋଗ କରାଯିବ।

ସମ୍ବନ୍ଧିତ ଖବର