ମାତ୍ର ୯୯୯ ଟଙ୍କାରେ ମିଳୁଛି ନୋକିଆ-୫ ସ୍ମାର୍ଟଫୋନ : କିପରି ଜାଣନ୍ତୁ..

ନୂଆଦିଲ୍ଲୀ: ଆପଣ ମାତ୍ର ୯୯୯ ଟଙ୍କାରେ ଗୋଟିଏ ନୋକିଆ ୪-ଜି ସ୍ମାର୍ଟଫୋନ ପାଇପାରିବେ ! ଆଶ୍ଚର୍ଯ୍ୟ ହେଉଛନ୍ତି କି? ମାତ୍ର ଏହା ସତ । ତେବେ ଆସନ୍ତୁ ଯାଣିବା କିପରି ଏହି ମୂଲ୍ୟରେ ଆପଣ ପ୍ରାୟ ୧୫ ହଜାର ଟଙ୍କାର ଏହି ଅତ୍ୟାଧୁନିକ ସ୍ମାର୍ଟଫୋନ ପାଇପାରିବେ ।

ଫ୍ଲିପକାର୍ଟରେ ନୋକିଆ-୫ ସ୍ମାର୍ଟଫୋନ ଉପରେ ୧୧ ପ୍ରତିଶତ ରିହାତି ଦିଆଯାଉଛି । ଏହା ଫଳରେ ଏହି ସ୍ମାର୍ଟଫୋନଟିର ମୂଲ୍ୟ ୧୫,୨୯୯ ଟଙ୍କାରୁ ହ୍ରାସ ପାଇ ୧୩,୪୯୯ ଟଙ୍କାକୁ ହ୍ରାସ ପାଇବ । ଏହା ସହିତ ଫ୍ଲିପକାର୍ଟରେ ଥିବା ଏକ୍ସଚେଞ୍ଜ ଅଫର ଅନୁସାରେ ଆପଣ ନିଜର ପୁରୁଣା ସ୍ମାର୍ଟଫୋନକୁ ଏକ୍ସଚେଞ୍ଜ କଲେ ୧୨,୫୦୦ ଟଙ୍କା ପାଇପାରିବେ । ଏହି ଭଳିଭାବରେ ଆପଣ ମାତ୍ର ୯୯୯ ଟଙ୍କାରେ ନୋକିଆ-୫ ସ୍ମାର୍ଟଫୋନ ପାଇପାରିବେ । ପୁଣି ଆପଣ ଯଦି ଆକ୍ସିସ୍‌ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଆଉ ୫ ପ୍ରତିଶତ ରିହାତି ପାଇପାରିବେ । କେବଳ ଏତିକି ନୁହେଁ ରିଲାଏନ୍ସ ଜିଓ ମଧ୍ୟ ପ୍ରତି ରିଚାର୍ଜ ଉପରେ ୫ ଜିବି ଅତିରିକ୍ତ ଡାଟା ପ୍ରଦାନ କରୁଛି ।

ନୋକିଆ ୫ ରେ ରହିଛି ୫.୨ ଇଞ୍ଚ୍‌ ଡିସପ୍ଲେ । ଏହା ଅକ୍ଟାକୋର କ୍ୱାଲକମ ସ୍ନାପଡ୍ରାଗନ ୪୩୦ ଏସଓସି ଓ ୨ ଜିବି ର‍୍ୟାମ । ଏହାର ରହିଛି ୧୩ ମେଗାପିକ୍ସେଲ ରିଅର କ୍ୟାମେରା ଓ ଏକ ଏଲଇଡି ଫ୍ଲାସ୍‌ । ଏହାର ମଧ୍ୟ ରହିଛି ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା । ଆଣ୍ଡ୍ରଏଡ୍‌ ୭.୧.୧ ଦ୍ୱାରା ଏହା ପରିଚାଳିତ ।

ସମ୍ବନ୍ଧିତ ଖବର