ଗୋଟିଏ ଡଲାର ମୂଲ୍ୟ ୮୦ ଟଙ୍କା ନିକଟବର୍ତ୍ତୀ : ସାଧାରଣ ଲୋକେ କିପରି ପ୍ରଭାବିତ ହେବେ ?

ନୂଆଦିଲ୍ଲୀ : ଡଲାର ତୁଳନାରେ ଭାରତୀୟ ଟଙ୍କାର ଅବମୂଲ୍ୟାଙ୍କନ ଜାରି ରହିଛି । ଯେକୌଣସି ସମୟରେ ଏହା ୮୦ ତଳକୁ ଖସିଯାଇପାରେ । ଆମେରିକାରେ ମୁଦ୍ରାସ୍ପୀତି ବଢିବା ଯୋଗୁଁ ସେଠାକାର କେନ୍ଦ୍ରୀୟ ବ୍ୟାଙ୍କ ସୁଧହାର ବଢାଇଦେଇଛି । ଏହା ଫଳରେ ଡଲାର ସୁଦୃଢ ହେଉଛି । ଏହିକାରଣରୁ କେବଳ ଭାରତୀୟ ଟଙ୍କା ନୁହେଁ, ଅନ୍ୟ ପ୍ରମୁଖ ମୁଦ୍ରାଗୁଡ଼ିକର ଅବମୂଲ୍ୟାଙ୍କନ ଜାରି ରହିଛି । ପୁଣି ବିଶେଷଜ୍ଞଙ୍କ ମତରେ ଆଗକୁ ଡଲାର ତୁଳନାରେ ଟଙ୍କା ୮୧ ତଳକୁ ବି ଖସିଯାଇପାରେ । ତେବେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ସାଧାରଣ ଲୋକେ କିପରି ପ୍ରଭାବିତ ହେବେ ?

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁଁ ଭାରତର ଆମଦାନୀ ମହଙ୍ଗା ହେବ । ଫଳରେ ଆମଦାନୀ ସାମଗ୍ରୀର ମୂଲ୍ୟ ବଢିବ । ଏସବୁ ସାମଗ୍ରୀ ମଧ୍ୟରେ ସବୁଠାରୁ ଆଗରେ ରହିଛି ତେଲ (ପେଟ୍ରୋଲିୟମ) । ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତେଲ ଆମଦାନୀ କରୁଥାଏ ଓ ଏଥିପାଇଁ ଡଲାରରେ ପେମେଣ୍ଟ କରାଯାଏ । ଏଣୁ ଆଗକୁ ଦେଶରେ ପେଟ୍ରୋଲ, ଡିଜେଲ, ଗ୍ୟାସ ମୂଲ୍ୟ ମହଙ୍ଗା ହେବ ।

ସେହିପରି ଭାରତ ମୋବାଇଲ ଫୋନ ଉପକରଣ, ଏଲଇଡି ଟିଭି ଆଦି ବିଭିନ୍ନ ପ୍ରକାରର ଇଲେକ୍ଟ୍ରୋନିକ ସାମଗ୍ରୀ ବିଦେଶରୁ ଆମଦାନୀ କରିଥାଏ ।  ଏଣୁ ଏଗୁଡ଼ିକର ମୂଲ୍ୟ ବଢିବ । ଯେଉଁମାନେ ବିଦେଶରେ ବଢୁଛନ୍ତି ସେମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।

ଅନ୍ୟପକ୍ଷରେ ଭାରତ ରପ୍ତାନି କରୁଥିବା ସେବା ଓ ସାମଗ୍ରୀ ବାବଦରୁ ଅଧିକ ଆୟ କରିବ । ବିଶେଷକରି ସଫ୍ଟଓ୍ବାର ରପ୍ତାନି ବାବଦରେ ଅଧିକ ଆୟ କରିବ ଭାରତ ।

ସମ୍ବନ୍ଧିତ ଖବର