୧.ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଏଆଇଡିଆଇ) ପକ୍ଷରୁ ମୋବାଇଲ ଆଧାର(ଏମ୍-ଆଧାର) ନାମରେ ଏକ ଆପ୍ ଆରମ୍ଭ ହୋଇଛି। ଆଣ୍ଡ୍ରଏଡ୍ ହାଣ୍ଡସେଟ୍ ବ୍ୟବହାର କରୁଥିବା ଲୋକଙ୍କ ପାଇଁ ଏହି ସୁବିଧା ଏବେ ଉପଲବ୍ଧ ହେଉଛି। ଉକ୍ତ ଆପ୍କୁ ପାଇବାକୁ ହେଲେ ଗୁଗୁଲ୍ର ପ୍ଲେଷ୍ଟୋରକୁ ଯାଇ ସେଠାରୁ ଏହାକୁ ପ୍ରଥମେ ଡାଉନ୍ଲୋଡ କରିବାକୁ ହେବ।
୨. ଆପ୍କୁ ଡାଉନଲୋଡ କରି ସାରିବା ପରେ ଏକ ପାସ୍ଓ୍ଵାର୍ଡ ସେଟ୍ କରିବାକୁ ହେବ। ତାହାପରେ ଆଧାର ନମ୍ବରକୁ ଏଣ୍ଟର କରିବାକୁ ପଡ଼ିବ। ଯଦି ନମ୍ବର ଏଣ୍ଟର ନକରୁଛନ୍ତି ତାହେଲେ ଆଧାରକାର୍ଡରେ ଥିବା ବାର୍ କୋଡ୍କୁ ସ୍କାନ କରିବାକୁ ପଡ଼ିବ।
୩. ନମ୍ବର ଏଣ୍ଟର ବା ବାର୍ କୋଡ୍କୁ ସ୍କାନ କରିବା ପରେ ଆପ୍ଟି ଆପେ ଫୋନ୍କୁ ଏସ୍ଏମ୍ଏସ୍ରେ ଓଟିପି ପଠାଇବ। ଯେଉଁ ଫୋନ୍ରେ ଆପଣଙ୍କ ପଞ୍ଜୀକୃତ ସିମ୍ ରହିଛି ସେହି ଫୋନ୍ରେ ହିଁ ଏହି ଆପ୍ ଡାଉନଲୋଡ କରନ୍ତୁ। କାରଣ ଫୋନ୍କୁ ଆସୁଥିବା ଓଟିପିଟି ଇଣ୍ଟରଫେସ୍ରେ ରହିଥାଏ। ଏହାକୁ ଟାଇପ୍ କରାଯାଇ ପାରିବ ନାହିଁ।
୪. ଓଟିପି ଯାଞ୍ଚ ହେବା ପରେ ଜଣେ ସେହି ଫୋନ୍ରେ ତାଙ୍କ ପ୍ରୋଫାଇଲ୍ ଓ ଆଧାର ନମ୍ବରକୁ ଦେଖିପାରିବେ। ବିସ୍ତତ ସୂଚନା ପାଇବା ପାଇଁ ଆପଣଙ୍କୁ ଆଉଥରେ ପାସ୍ଓ୍ଵାର୍ଡକୁ ଏଣ୍ଟର କରିବାକୁ ହେବ। ତେବେ ଏହି ସୁବିଧା ୟୁଆଇଡିଏଆଇ ପକ୍ଷରୁ ବିଟା ଭର୍ସନ ଆଣ୍ଡ୍ରଏଡ ଫୋନ୍ରେ ଉପଲବ୍ଧ କରାଯାଇଛି।
କିପରି ପାଇବେ ଏମ୍-ଆଧାର
/sambad/media/post_attachments/wp-content/uploads/2017/10/adhar.jpg)