ବିନା ଡ୍ରାଇଭରରେ କେମିତି ଚାଲୁଛି ଟ୍ରେନ୍ ? ଆସନ୍ତୁ ଜାଣିବା କିପରି ଚାଲୁଛି ଦିଲ୍ଲୀମେଟ୍ରୋ

ନୂଆଦିଲ୍ଲୀ: ଡିସେମ୍ବର ୨୮ରେ ଦେଶରେ ପ୍ରଥମ ଡ୍ରାଇଭରଲେସ୍  ବା ଚାଳକବିହୀନ ଟ୍ରେନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଟ୍ରେନ ଦିଲ୍ଲୀ ମେଟ୍ରୋରେ ସାମିଲ ହୋଇଛି । ଏହା ସହ ଏହି ଟ୍ରେନ ୩୭ କିଲୋମିଟର ଯାତ୍ରା କରିପାରିବ । ହେଲେ ଏହି ଟ୍ରେନ ଆସିବା ପରେ ଆପଣଙ୍କ ମନରେ ନିଶ୍ଚିଚ ଭାବେ କିଛି ପ୍ରଶ୍ନ ଆସୁଥିବ । ବିନା ଡ୍ରାଇଭରରେ ଏହି ଟ୍ରେନ କିପରି ଚାଲୁଛି ? ଯେଭଳି ଭାବେ ରିମୋଟ୍ ଜରିଆରେ ଆମେ ଟେଲିଭିଜନ୍ ଖୋଲୁ, ବନ୍ଦକରୁ କିମ୍ବା ଚାନେଲ୍ ବଦଳାଉ, ଠିକ ସେଭଳି ଟେକନୋଲୋଜି ବ୍ୟବହାର କରାଯାଇ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ କକ୍ଷରୁ ଟ୍ରେନକୁ ପରିଚାଳିତ କରାଯାଉ।  ଆସନ୍ତୁ ସେ ସଂପର୍କରେ ଅଧିକ ଜାଣିବା।

ଟ୍ରେନରେ ଯାତ୍ରୀ କେତେ ସୁରକ୍ଷିତ ରହିପାରିବେ ?

ବିନା ଡ୍ରାଇଭରରେ ଟ୍ରେନ୍ ଡିଟିଓ ମୋଡରେ ଅପରେଟ କରାଯିବ । ଏହି ମୋଡରେ ଟ୍ରେନକୁ ଡିଏମଆରସିର ୩ଟି କମାଣ୍ଡ ସେଣ୍ଟରରୁ ନିୟନ୍ତ୍ରଣ କରାଯିବ । ତାହା ପୁଣି ବିନା ଡ୍ରାଇଭରରେ। ସିଗନାଲ ଟେକ୍ନଲୋଜି ବ୍ୟବହାର କରି ଏହି ଟ୍ରେନଗୁଡିକ ଗନ୍ତବ୍ୟସ୍ଥଳରେ ପହଞ୍ଚିବ । ଏହାସହ କମାଣ୍ଡ ସେଣ୍ଟରରେ ଟ୍ରେନ ଉପରେ ଠିକ ସମୟରେ ନଜର ରଖାଯିବ ।

ମୋଟାମୋଟି ଭାବେ କହିବାକୁ ଗଲେ ଏହି ଟ୍ରେନ ଯୋଗାଯୋଗ ମାଧ୍ୟମରେ ଚାଲିବ । କଣ୍ଟ୍ରୋଲ ରୁମରେ ସିଷ୍ଟମ ମାଧ୍ୟମରେ ଏହାକୁ କଣ୍ଟ୍ରୋଲ କରାଯିବ । କେଉଁଠି ଟ୍ରେନରେ ଗତି ବଢାଯିବ, କେଉଁଠି ଟ୍ରେନର ଗତି କମ କରାଯିବ ତାହା କଣ୍ଟ୍ରୋଲ ରୁମରୁ ହିଁ ପରିଚାଳିତ ହେବ । ଯଦି ଟ୍ରେନରେ କୌଣସି ତ୍ରୁଟି ଦେଖାଯାଏ ତେବେ ସଙ୍ଗେସଙ୍ଗେ ସିଗନାଲ ମାଧ୍ୟମରେ ଏହାକୁ ସେହି ସ୍ଥାନରେ ରୋକାଯିବ ।

The Indian Express

ଏହାପୂର୍ବରୁ ଏହି ଟ୍ରେନ ବିଦେଶରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇସାରିଛି । ଏହି ଟ୍ରେନ ଏବେ ଦିଲ୍ଲୀରେ ଆରମ୍ଭ ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନରେ ଚାଲୁ ହେବ ବୋଲି କୁହାଯାଇଛି । ଏହି ଟ୍ରେନ ମାଧ୍ୟମରେ ଦେଶ ମେଟ୍ରୋ ଟ୍ରେନ ସଫଳତାର ଆଉ ଏକ ପାଦ ଆଗକୁ ଯାଇଛି । ଏହି ଟ୍ରେନ ପ୍ରଥମ ପର୍ଯ୍ୟାୟରେ ମେଜେଣ୍ଟା ଲାଇନ ଜନକପୁରୀର ପଶ୍ଚିମରୁ ନୋଏଡାର ବଟାନିକାଲ ଗାର୍ଡେନ ମେଟ୍ରୋ ଷ୍ଟେସନ ଯାଏଁ ଯାତ୍ରା କରିବ । ପାଖାପାଖି ୨ ହଜାର ୨ଶହ ଜଣ ଯାତ୍ରୀ ଏହି ଟ୍ରେନରେ ଯାତ୍ରା କରିପାରିବେ । ପତ୍ୟେକ କୋଚରେ ୩୮୦ ଜଣ ଯାତ୍ରା କରିପାରିବେ । ତେବେ ମେଟ୍ରୋ ଟ୍ରେନର ଏହି ସୁବିଧା ଏବେ ଦିଲ୍ଲୀବାସୀ ଉପଭୋଗ କରିପାରିବେ ।

ଏହି ଚାଳକବିହୀନ ଟ୍ରେନର  ଗୁୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ କ’ ଣ ?

  • ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ ଟ୍ରେନ ସଂପୂର୍ଣ୍ଣ ରୂପେ ସ୍ୱଂୟଚାଳିତ।
  • କମ୍ ସମୟ ପାଇଁ କୌଣସି ମାନବୀୟ ହସ୍ତକ୍ଷେପ ଆବଶ୍ୟକ ପଡ଼ିପାରେ।
  • ଏହି ଟ୍ରେନରେ କୌଣସି ତ୍ରୁଟି ଦେଖା ଯିବାର ଆଶଙ୍କା କମ୍ ରହିଛି।
  • ଦିଲ୍ଲୀ ମେଟ୍ରୋ ଭବନରେ ଥିବା କେନ୍ଦ୍ରୀୟ କଂଟ୍ରୋଲ ରୁମରୁ ଏହି ଟ୍ରେନର ପରିଚାଳନା କରାଯିବ।
  • ଆସନ୍ତା ବର୍ଷ ପିଙ୍କ ଲାଇନରେ ଏହି ମେଟ୍ରୋ ଟ୍ରେନ ଗଡ଼ିବ।
  • ଏହି ଟ୍ରେନରେ ୨ ହଜାର ୨୮୦ଜଣ ଯାତ୍ରୀ ଯାତାୟତ କରିବେ।
  • ପ୍ରତ୍ୟେକ କୋଚରେ ୩୮୦ ଯାତ୍ରୀ ବସିପାରିବେ।
  • ଘଂଟା ପ୍ରତି ୮୫ କିଲୋମିଟର ବେଗରେ ଗତି କରିବ।
  • ସର୍ବାଧିକ ବେଗ ୯୫ କିଲୋମିଟର ପ୍ରତି ଘଂଟା ରହିବ।
  • ଟ୍ରେନ ରହିବା, ଚାଲିବା ଏବଂ ଡ଼ୋର ବନ୍ଦ, ଖୋଲା ରିମୋଟ କଂଟ୍ରୋଲରେ ହେବ।
  • ଟ୍ରେନ ଧାରଣାରେ କୌଣସି ଜିନିଷ ଥିଲେ ୫୦ ମିଟର ପୂର୍ବରୁ ଅଟକି ଯିବ।
  • ଡ୍ରାଇଭର କ୍ୟାବିନ ନ ଥିବାରୁ ଯାତ୍ରୀଙ୍କ ପାଇଁ ଅଧିକ ସିଟର ସୁବିଧା ରହିଛି।
ସମ୍ବନ୍ଧିତ ଖବର