୫ଜି ପାଇଁ କିଏ କେତେ ଜମା କଲେ?

ନୂଆଦିଲ୍ଲୀ: ଚଳିତ ମାସ ୨୬ରୁ ୫ଜି ସ୍ପେକ୍ଟ୍ରମ୍ ନିଲାମ ଆରମ୍ଭ ହେବ। ଏହି ସ୍ପେକ୍ଟ୍ରମ୍ ପାଇବା ଲାଗି ଚାରିଟି କଂପାନି ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବା ଭଳି ମନେ ହେଉଛି। ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍, ଆଦାନି ଡାଟା ନେଟ୍‌ୱର୍କ ଓ ଭୋଡାଫୋନ୍ ଆଇଡିଆ ପକ୍ଷରୁ ଟେଲିକମ୍ ବିଭାଗ ନିକଟରେ କୋଟି କୋଟି ଟଙ୍କା ଜମା କରାଯାଇଛି। ଜିଓ ସର୍ବାଧିକ ୧୪ ହଜାର କୋଟି ଟଙ୍କା ଜମା କରିଛି। ଏହି ଚାରି କଂପାନି ଯେକୌଣସି ବ୍ୟାଣ୍ଡ୍‌ର ସ୍ପେକ୍ଟ୍ରମ୍ ପାଇଁ ବିଡ୍ ଦାଖଲ କରିପାରିବେ।

ସମ୍ବନ୍ଧିତ ଖବର