ଜାଣନ୍ତି କି ୨୦୧୮ରେ କେଉଁ ସେକ୍ଟର୍‌ରେ କେତେ ଟଙ୍କା ବଢ଼ିବ ଦରମା?

ଗତ ବର୍ଷ ଦେଶର ଚାକିରି ସେକ୍ଟର୍‌ରେ ନୋଟ୍‌ବନ୍ଦୀ ଭଳି ଅନେକ କାରଣ ଯୋଗୁଁ ଦରମା ବୃଦ୍ଧି ଠିକ୍‌ ଭାବେ ହୋଇ ନ ଥିଲା। ଠିକ୍‌ ସେହିପରି ଏ ବର୍ଷ ମଧ୍ୟ ଗତବର୍ଷ ଭଳି ଦରମା ବୃଦ୍ଧି ହୋଇପାରେ। ଏକ ସର୍ଭେ ଅନୁସାରେ ଅଧିକାଂଶ ଶିଳ୍ପରେ ପ୍ରାୟ ୯.୪ ପ୍ରତିଶତ ଦରମା ବୃଦ୍ଧି ହୋଇପାରେ।

୨୦୧୮ରେ କେଉଁ ସେକ୍ଟର୍‌ରେ କେତେ ବଢ଼ିବ ଦରମା?
ଇଣ୍ଡଷ୍ଟ୍ରି ଓ ଅନୁମାନିକ ଦରମା: ପ୍ରଫେସନାଲ୍‌ ସର୍ଭିସେସ୍‌-୧୦.୬, କନ୍‌ଜ୍ୟୁମର୍‌ ଇଣ୍ଟର୍‌ନେଟ୍‌-୧୦.୪, କନ୍‌ଜ୍ୟୁମର୍‌ ପ୍ରଡକ୍ଟ୍‌ସ-୧୦.୨, ଅଟୋ ଉଦ୍ୟୋଗ-୧୦.୨, କେମିକାଲ୍‌ସ-୯.୬, ଆଇଟି-୯.୬, ରିଟେଲ୍‌-୯.୫, ରିୟଲ୍‌ ଇଷ୍ଟେଟ୍‌-୯.୩, ଇଞ୍ଜିନିୟରିଂ/ମାନ୍ୟୁଫାକ୍ଚରିଂ-୯.୨, ଟେଲିକମ୍‌-୯.୧, ମନୋରଞ୍ଜନ/ପ୍ରକାଶନ/ସଂଚାର-୯.୧, ଡାକ୍ତରଖାନା/ରେଷ୍ଟୁରାଣ୍ଟ୍‌-୯.୦, ଶକ୍ତି ଉଦ୍ୟୋଗ-୯.୦, ପରିବହନ-୯.୦, ଫାଇନାନ୍‌ସିଆଲ୍‌ ଇନ୍‌ଷ୍ଟିଟ୍ୟୁସନ୍‌ସ-୮.୫, ସିମେଣ୍ଟ-୮.୪।

ସମ୍ବନ୍ଧିତ ଖବର