ନୂଆଦିଲ୍ଲୀ: ଅନଲାଇନ ଯୁଗ ସକ୍ରିୟ ହୋଇଛି କହିଲେ ଚଳେ। କାରଣ ଆଜିକାଲି ଲୋକେ ଖାଇବା ପଦାର୍ଥ ଠାରୁ ଆରମ୍ଭ କରି ଘର ସଜ୍ଜା, ପୋଷାକ ଆଦିକୁ ଅନଲାଇନରୁ ଘରେ ବସି ଅର୍ଡର କରୁଛନ୍ତି। ଅନଲାଇନ ଗ୍ରୋସରି ଆପ ଜରିଆରେ କିଛି ସମୟ ମଧ୍ୟରେ ସାମଗ୍ରୀ ଆସି ଘରେ ପହଞ୍ଚି ଯାଉଛି। ଏହି କ୍ରମରେ ସମୟ ସମୟରେ ପ୍ରଶ୍ନଆସେ ଆମେ ମାଗାଉଥିବା ଅର୍ଡରରେ ଡେଲିଭରି ଚାର୍ଜ ଓ ଜିଏସଟି ଚାର୍ଜ ଦେବା ପରେ ଡେଲିଭରି ବଏ କେତେ ଟଙ୍କା ପାଇଥାଆନ୍ତି।
ଦୀର୍ଘ ୬ମାସ ହେବ ଗ୍ରୋସରି ଡେଲିଭରି ବଏ ଭାବେ କାମ କରୁଥିବା ଶିବ ପାଣ୍ଡେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଦିନକ ଭିତରେ ୩୦ରୁ ୪୦ଟି ରାଇଡ଼ ନେଇଥାଉ। ଏହି ରାଇଡ଼ କମ ବେଶୀ ବି ହୋଇଥାଏ। ଗୋଟିଏ କିଲୋମିଟର ଯାତ୍ରା କଲେ ଆମ ଖାତାକୁ ୧୦ରୁ ୧୫ ଟଙ୍କା ଯାଇଥାଏ। ଅନେକ ଥର ଏହି ଟଙ୍କା ବୃଦ୍ଧି ପାଇଥାଏ ତ କେତେବେଳେ ହ୍ରାସ ପାଇ ଯାଇଥାଏ। ଗ୍ରାହକ ଯେତେଟଙ୍କାର ବି ଅର୍ଡର କରନ୍ତୁ ଡେଲିଭରି ବଏଙ୍କ ଖାତାକୁ କିଲୋମିଟର ହିସାବରେ ଟଙ୍କା ଯାଇଥାଏ।
ଆମମାନଙ୍କର ରୋଜଗାର ଡେଲିଭରି ଉପରେ ନିର୍ଭର କରିଥାଏ। ଯିଏ ଯେତେ ଅର୍ଡର ପହଞ୍ଚାଇବ ତାର ଖାତାକୁ ସେତିକି ଟଙ୍କା ଯିବ। ପାର୍ବଣ ସମୟରେ ଆମକୁ କୌଣସି ପ୍ରକାର ଅତିରିକ୍ତ ଦରମା ମିଳି ନଥାଏ। କିନ୍ତୁ ଅନ୍ୟ ଦିନ ତୁଳନାରେ ପାର୍ବଣ ସମୟରେ ଅଧିକ ଅର୍ଡର ମିଳିଥାଏ। ଯଦ୍ବାରା ଅନ୍ୟ ଦିନ ଅପେକ୍ଷା ପାର୍ବଣ ଦିନମାନଙ୍କୁ ଅଧିକ ଦୁଇପଇସା ରୋଜଗାର କରି ହୋଇଥାଏ।
କିଛି ଅର୍ଡର କରିବା ସମୟରେ ଡେଲିଭରି ବଏଙ୍କୁ ଟିପ୍ପ ଦେବାର ବିକଳ୍ପ ଥାଏ। ଏଥିରେ ଯଦି ଗ୍ରାହକ ଟିପ୍ସ ଦିଅନ୍ତି ଦେବେ ତାହା ଡେଲିଭରି ବଏଙ୍କ ଖାତାକୁ ଯାଇଥାଏ। ସେହିପରି ଡେଲିଭରି କରିବା ସମୟରେ ଯଦି ସାମଗ୍ରୀ ହଜିଯାଏ ବା ନଷ୍ଟ ହୋଇଥାଏ ସେଥିପାଇଁ ଡେଲିଭରି ବଏ ହିଁ ଦାୟୀ ହୋଇଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/30/COISE298W2dNqbO4KGOF.jpg)