ସାମସଙ୍ଗର ୧୩,୯୯୦ ଟଙ୍କାର ସ୍ମାର୍ଟଫୋନ ପାଇପାରିବେ ମାତ୍ର ୯୯୦ ଟଙ୍କାରେ ! କିପରି ଜାଣନ୍ତୁ

ନୂଆଦିଲ୍ଲୀ : ସାମସଙ୍ଗର ଲୋକପ୍ରିୟ ସ୍ମାର୍ଟଫୋନ ଗାଲାକ୍ସି ଜେ୬ର ବଜାର ମୂଲ୍ୟ ହେଉଛି ୧୩,୯୯୦ ଟଙ୍କା । କିନ୍ତୁ ଗୋଟିଏ ଉପାୟ କଲେ ଆପଣ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଅର୍ଥାତ୍‌ ମାତ୍ର ୯୯୦ ଟଙ୍କାରେ ଫୋନଟିକୁ ପାଇପାରିବେ । ଏହି ସୁବିଧା ମିଳୁଛି ଫ୍ଲିପକାର୍ଟରେ । ନିକଟରେ ଫ୍ଲିପକାର୍ଟରେ ଚାଲିଥିବା ବିଗ୍‌ ସପିଂ ଡେ ସମାପ୍ତ ହୋଇଛି । କିନ୍ତୁ କେତେକ ସ୍ମାର୍ଟଫୋନ ଉପରେ ରିହାତି ଅବ୍ୟାହତ ରହିଛି । ତା ମଧ୍ୟରେ ରହିଛି ସାମସଙ୍ଗ ଗାଲାକ୍ସି ଜେ-୬ । ଏକ୍ସଚେଞ୍ଜ ଅଫର ମାଧ୍ୟମରେ ଏହି ସ୍ମାର୍ଟଫୋନକୁ କିଣିଲେ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ । ଏହା ଛଡା ଆକ୍ସିସ ବ୍ୟାଙ୍କ ଡେବିଟ କାର୍ଡଧାରୀମାନେ ଇଏମଆଇ ମାଧ୍ୟମରେ ଏହାକୁ କିଣିଲେ ଅତିରିକ୍ତ ୫ ପ୍ରତିଶତ ରିହାତି ମିଳିବ । ସାମସଙ୍ଗ ଗାଲାକ୍ସି ଜେ୬ ଦୁଇଟି ଭାରିଆଣ୍ଟ ୪ ଜିବି ର‍୍ୟାମ, ୬୪ ଜିବି ଷ୍ଟୋରେଜ ଓ ୩ ଜିବି ର‍୍ୟାମ, ୩୨ ଜିବି ଷ୍ଟୋରେଜ ସହ ମିଳୁଛି । ଏହାର ପଛ ରେ ୧୩ ଏମ୍‌ପି ଓ ୫ ଏମ୍‌ପି କ୍ୟାମେରା ରହିଥିବା ବେଳେ ସାମ୍ନାରେ ୮ ଏମ୍‌ପି କ୍ୟାମେରା ରହିଛି। ଉଭୟ କ୍ୟାମେରାରେ ଏଫ୍‌/୧.୯ ଆପେର୍ଚର୍‌ ଓ ଏଲ୍‌ଇଡି ଫ୍ଲାସ୍‌ ସୁବିଧା ରହିଛି। କମ୍‌ ଆଲୋକରେ ଏହା ଜରିଆରେ ଭଲ ଫଟୋ ଉଠାଇ ହେବ। ଏହାର କ୍ୟାମେରାରେ ଲାଇଭ୍‌ ଫୋକସ୍‌ ଓ ବ୍ୟାକ୍‌ଗ୍ରାଉଣ୍ଡ୍‌ ବ୍ଲର୍‌ ଭଳି ସୁବିଧା ରହିଛ । ଏହାର ୮ ଏମ୍‌ପି ସାମ୍ନା କ୍ୟାମେରାରେ ବହୁତ ଭଲ ସେଲ୍‌ଫି ଉଠାଇ ହେବ। ଏଥିରେ ସେଲଫି ଫୋକସ୍‌ ମୋଡ୍‌, ବିଉଟି ଏନହାନ୍‌ସ ମୋଡ୍‌ ଓ ଫେସ୍‌ ଅନଲକ୍‌ ଭଳି ବୈଶିଷ୍ଟ୍ୟ ରହିଛି । ଏହା ଆଣ୍ଡ୍ରଏଡ ଓରିଓ ସହ ଆସୁଛି ।

ସମ୍ବନ୍ଧିତ ଖବର