ୟୁଟ୍ୟୁବରେ ନଜର ଆସିବ ନାହିଁ ବିଜ୍ଞାପନ, ଏଭଳି କରନ୍ତୁ ସେଟିଂ

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ଅନେକ ସମୟରେ ସୋସିଆଲ ମିଡିଆରେ ବ୍ୟସ୍ତ ରହୁଛନ୍ତି। ପୁଣି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ରାତିଦିନ ୟୁଟ୍ୟୁବରୁ କିଛି ନା କିଛି ‌ଦେଖୁଥାନ୍ତି। ଏଭଳି ସମୟରେ ବିଜ୍ଞାପନ ମଝିରେ ଆସିଗଲେ ବିରକ୍ତ ଲାଗିଥାଏ।

ଅନେକ ଥର ଏହି ଭିଡିଓ ଦେଖିବା ସମୟରେ ୪/୫ ସେକେଣ୍ଡ ପରେ ବିଜ୍ଞାପନ ସ୍କିପ କରିବା ବିକଳ୍ପ ଆସି ଯାଇଥାଏ। ଏମିତି ବି ଅନେକ ଥର ୧୫ ସେକେଣ୍ଡର ବିଜ୍ଞାପନକୁ ବିନା ସ୍କିପରେ ଦେଖିବାକୁ ପଡ଼ିଥାଏ। ତେବେ ୟୁଟ୍ୟୁବରେ ଭିଡିଓ ଦେଖିବା ସମୟରେ ବିଜ୍ଞାପନ ନଆସିବା ପାଇଁ ୟୁଟ୍ୟୁବ ପ୍ରିମିୟମ ସବସ୍କ୍ରିପସନ ପ୍ଲାନ ଅଫର କରୁଛି।

ଏହି ପ୍ଲାନରେ ୟୁଟ୍ୟୁବ ବ୍ୟବହାରକାରୀଙ୍କୁ ବିଜ୍ଞାପନ ଦେଖାଇବ ନାହିଁ। ଏଥିସହିତ ବ୍ୟବହାରକାରୀଙ୍କୁ ୟୁଟ୍ୟୁବ ମ୍ୟୁଜିକର ଏକ୍ସପିରିଏନ୍ସ ମିଳୁଛି। ଏହି ପ୍ଲାଟଫର୍ମରେ ଆପଣ ମ୍ୟୁଜିକ  ବ୍ୟାକଗ୍ରାଉଣ୍ଡରେ ପ୍ଲେ କରି ପାରିବେ। କିନ୍ତୁ ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଅର୍ଥାତ ଆପଣଙ୍କୁ ୟୁଟ୍ୟୁବ ପ୍ରିମିୟମର ସବସ୍କ୍ରିପସନ କିଣିବାକୁ ହେବ। ଏହାର ମୂଲ୍ୟ ୧୨୯ଟଙ୍କା ରହିଛି।

ଯଦି ଆପଣ ଟଙ୍କା ଖର୍ଚ୍ଚ କରିବାକୁ ଚାହୁଁ ନାହାନ୍ତି। ତେବେ ଆଉ ଏକ ଉପାୟ ରହିଛି, ଯାହା ସାହାଯ୍ୟରେ ଆପଣ ୟୁଟ୍ୟୁବରୁ ବିଜ୍ଞାପନ ହଟାଇ ପାରିବେ। ଏଥିପାଇଁ ଆପଣଙ୍କୁ ସେଟିଂରେ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ।

ୱେବ ବ୍ରାଉଜରରେ ୟୁଟ୍ୟୁବ ବିଜ୍ଞାପନ ହଟାଇବା ପାଇଁ ଆପଣଙ୍କୁ ଏକ ଏକ୍ସଟେନସନ ଯୋଡ଼ିବାକୁ ପଡ଼ିବ। ଆଡ୍ ବ୍ଲକ ଫର ୟୁଟ୍ୟୁବ ଏକ୍ସଟେନସନ ସାହାଯ୍ୟରେ ଆପଣ ୟୁଟ୍ୟୁବରେ ଦେଖାଉଥିବା ବିଜ୍ଞାପନ ବ୍ଲକ କରି ପାରିବେ।

ଏହି ଏକ୍ସଟେନସନ କ୍ରୋମ ବଦଳରେ Edge ଓ ଅନ୍ୟ ବ୍ରା୍ଉଜର ଉପରେ କାମ କରିଥାଏ। ଏହି ଉପାୟରେ ବି ଆପଣ ୟୁଟ୍ୟୁବରେ ବିଜ୍ଞାପନ ଫ୍ରି ଏକ୍ସପିରିଏନ୍ସ ପାଇପାରିବେ।

ସେହପରି ସ୍ମାର୍ଟଫୋନରେ ବି ୟୁଟ୍ୟୁବ ଆଡ୍ ବ୍ଲକ କରି ପାରିବେ। ଏଥିପାଇଁ ଥାର୍ଡ ପାର୍ଟି ଆପ୍ସର ସାହାଯ୍ୟ ନେବାକୁ ପଡ଼ିବ। ଆପଣ ଚାହିଁଲେ ଫୋନରେ ବ୍ରାଉଜର ବ୍ୟବହାର କରି ବିଜ୍ଞାପନକୁ ବ୍ଲକ କରି ପାରିବେ।

ଏହା ବ୍ୟତୀତ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ଆପଣ ମାଗଣାରେ ଆଡବ୍ଲକର୍ ବ୍ରାଉଜର: ଆଡବ୍ଲକ୍ ଏବଂ ପ୍ରାଇଭେଟ ବ୍ରାଉଜର ଡାଉନଲୋଡ୍ କରି ପାରିବେ । ଏହି ଆପ୍ ଏକ ୱେବ୍ ବ୍ରାଉଜର୍ । ଯେଉଁଥିରେ ଆପଣଙ୍କୁ ବିଜ୍ଞାପନ ନଜର ଆସିବ ନାହିଁ। ଏହି ଉପାୟରେ ଆପଣ ଫୋନରେ ବି ୟୁଟ୍ୟୁବ୍ ବିଜ୍ଞାପନକୁ ହଟାଇ ପାରିବେ।

ସମ୍ବନ୍ଧିତ ଖବର