ନୂଆଦିଲ୍ଲୀ: ଆପଣଙ୍କ ‌ଫୋନ୍‌ର ଇଣ୍ଟର୍‌ନେଟ୍‌ ସ୍ଲୋ ଚାଲୁଛି କି? କିଛି ସେଟିଂ ଦ୍ବାରା ଆପଣ ନିଜ ଫୋନ୍‌ର ଇଣ୍ଟର୍‌ନେଟ୍‌ ସ୍ପିଡ୍‌ ବଢ଼ାଇ ପାରିବେ। ତେବେ ‌ଏଥିପାଇଁ ଆପଣଙ୍କୁ ସ୍ଲୋ ଇଣ୍ଟର୍‌ନେଟ୍‌ର କାରଣ ଜାଣିବାକୁ ପଡ଼ିବ। ଫୋନର ସେଟିଂରେ କିଛି ପରିବର୍ତ୍ତନ କରି ଆପଣ ସ୍ପିଡ୍‌ ବୃଦ୍ଧି କରିପାରିବେ।

Advertisment

ଯଦି ଆପଣ ଯେଉଁ ଅଞ୍ଚଳରେ ରହୁଛନ୍ତି ସେଠାକାର ନେଟ୍‌ୱର୍କ ଅସୁବିଧା ହେତୁ ଏପରି ହେଉଛି ତ ଫୋନ୍‌ ସେଟିଂ ଦ୍ବାରା ବେଶି କିଛି ପରିବର୍ତ୍ତନ ଘଟିବ ନାହିଁ। ଯଦି ଆପଣଙ୍କ ‌ଫୋନ୍‌ କାରଣରୁ ହିଁ ଇଣ୍ଟର୍‌ନେଟ୍‌ ସ୍ଲୋ ଆସୁଥାଏ ତ ନିଶ୍ଚିତ ଭାବେ ଫୋନ୍‌ର ସେଟିଂ ବଦଳାଇ ତାହାର ଲାଭ ଉଠାଇ ପାରିବେ।

ପ୍ରଥମେ ଆପଣଙ୍କୁ ନିଜ ଫୋନ୍‌ର କ୍ୟାଚେ କ୍ଲିୟର୍‌ କରିବାକୁ ‌ହେବ। ଅତ୍ୟଧିକ କ୍ୟାଚେ ରହିଲେ ଫୋନ୍‌ ଭରିଯାଏ ଓ ଇଣ୍ଟର୍‌ନେଟ୍‌ ସ୍ପିଡ୍‌ ଭଲ ଥାଇ ମଧ୍ୟ ଫୋନ୍‌ ସ୍ଲୋ ହୋଇଯାଏ। ଏଥିପାଇଁ ଆପଣ ପ୍ରଥମେ ସେଟିଂକୁ ଯାଇ କ୍ୟାଚେ କ୍ଲିୟର୍‌ କରିନିଅନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ଫୋନ୍‌ ଓ ଇଣ୍ଟର୍‌ନେଟ୍‌ ଦୁଇଟି ଯାକର ସ୍ପିଡ୍‌ ଆଗ ଅପେକ୍ଷା ଭଲ ରହିବ।

ଅନାବଶ୍ୟକ ଆପ୍‌ଗୁଡ଼ିକୁ ଫୋନ୍‌ରୁ ଅନ୍‌ଇନ୍‌ଷ୍ଟଲ୍‌ କରିଦିଅନ୍ତୁ। ଆମେ ସମୟେ ସମୟେ ଫୋନ୍‌ରେ ଗୁଡ଼ାଏ ଆପ୍‌ ରଖିଥାନ୍ତି, ଯାହାକି କେବେ ବି କାମରେ ଆସେ ନାହିଁ। ଏପରି କିଛି ଆପ୍‌ ଅଛି ଯାହା ଅଜାଣତରେ ଡାଟା ବ୍ୟବହାର କରିଥାନ୍ତି। ଏଥିପାଇଁ ବି ନେଟ୍‌ ସ୍ଲୋ ହେବାର ସମ୍ଭାବନା ରହିଛି। ଏହି ସବୁ ଆପ୍‌କୁ ଫୋନ୍‌‌ରୁ ହଟାଇ ଦିଅନ୍ତୁ।

ଆପଣଙ୍କ ଫୋନ୍‌ରେ ଅଟୋ ଆପ୍‌ ଅପ୍‌ଡେଟ୍‌କୁ ବନ୍ଦ କରନ୍ତୁ। ବେଳେ ବେଳେ କିଛି ନା କିଛି ଆପ୍‌ ଅପ୍‌ଡେଟ୍ ହେଉଥିବା କାରଣରୁ ଫୋନ୍‌ ସ୍ଲୋ ହୋଇଥାଏ।