ଯଦି ଆପଣ ଚାହୁୁଁଛନ୍ତି କୌଣସି ବ୍ୟକ୍ତିଙ୍କ ସହିତ ଚାର୍ଟ କରୁଥିବେ ଆଉ ସେ ଆପଣଙ୍କୁ ଅନଲାଇନ ଥିବା ଦେଖି ନପାରିବେ, ଏଥିସହିତ ମେସେଜ ପଢିବାର ନୀଳ ରଙ୍ଗର ଚିହ୍ନ ମଧ୍ୟ ସୂଚିତ ହେବ ନାହିଁ ତେବେ ଏସବୁ ଇଚ୍ଛାକୁ ପୁରଣ ପାଇଁ ହ୍ଵାଟସ୍‌ଆପ୍‌ରେ ଏକ ନୂତନ ପ୍ରକ୍ରିୟା ରହିଛି। ଯାହାକୁ ଆପଣାଇବା ଦ୍ୱାରା ଏସବୁ ସୁବିଧା ପାଇ ପାରିବେ। ତେବେ ଆସନ୍ତୁ ଜାଣିବା ଏହି ପ୍ରକ୍ରିୟା ସମ୍ପର୍କରେ...

Advertisment

ଏଥିପାଇଁ ଆପଣଙ୍କୁ ଖାଲି ନିଜର ହ୍ଵାଟସ୍‌ ଆପର ସେଟିଂକୁ ଯାଇ କିଛି ପରିବର୍ତ୍ତନ କରିବାକୁ ହେବ । ଏହାଛଡା ଏକ ଆପ ମଧ୍ୟ ଇନଷ୍ଟଲ କରିବାକୁ ପଡିବ । ସବୁଠାରୁ ବଡ କଥା ହେଲା ଏଥିପାଇଁ ଅଲଗା ଭାବେ କୌଣସି ଟଙ୍କା ମଧ୍ୟ ଆପଣଙ୍କୁ ଦେବାକୁ ପଡିବନି । କାରଣ ଏହା ପୂରାପୁରି ମାଗଣା ଅଟେ ।

publive-image

ସେଟିଂରେ ପରିବର୍ତ୍ତନ କରିବା ପାଇଁ ଆପଣ ଆପଣଙ୍କର ହ୍ଵାଟସ୍‌ଆପକୁ ଖୋଲିବାକୁ ହେବ । ଏହାପରେ ଏହାର ଉପର ଭାଗର ଠିକ୍‌ ଡାହାଣ ପାଖରେ ନଜର ଆସୁଥିବା ୩ଟି ଡଟ ଉପରେ କ୍ଲିକ୍‌ କରିବାକୁ ପଡ଼ିବ। ଏଠାରେ କିଛି ଅପସନ ନଜର ଆସିବ । ଯେଉଁଥିରେ ଆପଣଙ୍କୁ ସର୍ବ ପ୍ରଥମେ ନଜର ଆସୁଥିବା ପ୍ରାଇଭେସି ଅପସନ ଉପରେ କ୍ଲିକ କରିବାକୁ ହେବ ।

ଏଠାରେ କ୍ଲିକ କରିବା ପରେ ଅନେକ ଅପସନ ନଜର ଆସିବ । ଯେଉଁଥିରେ ଏହାର ସବା ଶେଷରେ ନଜର ଆସିବ ରିଡ୍‌ ରିସିପ୍ଟଟ ଅପସନ । ଏଥିରେ ଥିବା ‘ଟିକ୍‌’ ର ଚିହ୍ନ ଉପରେ କ୍ଲିକ କରି ଏହାକୁ ହଟାଇ ଦେବାକୁ ହେବ ।

ଏହାକୁ ହଟାଇବା ପରେ ହ୍ଵାଟସ୍‌ ଆପର କୌଣସି ବି ମେସେଜକୁ ଦେଖିଲେ ତା ଉପରେ ‘ଟିକ୍‌’ ର ନୀଳ ରଙ୍ଗର ଚିହ୍ନ ନଜର ଆସିବ ନାହିଁ । ଅର୍ଥାତ ଆପଣଙ୍କୁ ଯିଏ ମେସେଜ ପଠାଇଛନ୍ତି ସେ ଜାଣି ପାରିବ ନାହିଁ କି ଆପଣ ସେହି ମେସେଜଟିକୁ ଦେଖିଛନ୍ତି କି ନାହିଁ।

publive-image

ଏହି ପ୍ରକ୍ରିୟା ଶେଷ ହେବା ପରେ ଆପଣ Unseen Ninja ଆପକୁ ଗୁଗଲ ପ୍ଲେଷ୍ଟୋରକୁ ଯାଇ ଇନଷ୍ଟଲ କରିବାକୁ ହେବ । ଯେତେବେଳେ ଆପଣ ଏହି ଆପଟିକୁ ଇନଷ୍ଟଲ କରିବେ ସେତେବେଳେ ଏଥିରେ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ । କାରଣ, ଏହି ଆପଟି ଆପଣା ଛାଏଁ ଆପଣଙ୍କର ସ୍ୱାଟସ୍‌ ଆପକୁ ଚାଲିଯିବ । ଆଉ ଯେତେବେଳେ ବି ଆପଣଙ୍କ ନିକଟକୁ କୌଣସି ବି ମେସେଜ ଆସିବ , ଆପଣଙ୍କୁ ଏହି ଆପରୁ ହିଁ ରିପ୍ଲାଏ କରିବାକୁ ପଡିବ ।

ତେବେ ଏହି ଆପରୁ ରିପ୍ଲାଏ କରିବା ଦ୍ୱାରା ହ୍ଵାଟସ୍‌ ଆପ୍‌ରେ ଆପଣଙ୍କୁ ଅନଲାଇନ ଦେଖାଯିବ ନାହିଁ । ଏହାବ୍ୟତୀତ ରିପ୍ଲାଏ ମଧ୍ୟ କରିପାରିବେ । ଏହି ଆପରୁ ରିପ୍ଲାଏ କରିବା ଦ୍ୱାରା ଆପଣଙ୍କ ଲାଷ୍ଟ ସିନ ଟାଇମ ମଧ୍ୟ ବଦଳିବ ନାହିଁ । ଅର୍ଥାତ୍‌ ଏହି ଟ୍ରିକ୍‌ ଜରିଆରେ ଆପଣ ହ୍ଵାଟସ୍‌ ଆପ୍‌ରେ ଅତି ସହଜରେ ଚାର୍ଟ କରିପାରିବେ ହେଲେ କାହାକୁ ଜଣା ପଡିବନି କି ଆପଣ ଅନଲାଇନ ଅଛନ୍ତି କି ନାହିଁ ।