ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ସରକାର ନୂତନ ଜିଏସଟି ହାର ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଯାହା ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଯାଉଛି। 

Advertisment

ବିଜ୍ଞପ୍ତି ଅନୁଯାୟୀ, ସାମଗ୍ରୀଗୁଡ଼ିକ ଏବେ ନୂତନ ଦରରେ ବିକ୍ରି ହେବ। ଅର୍ଥାତ ତେଲ, ସାବୁନ, ସାମ୍ପୁ, କ୍ଷୀର, ବଟର, ଘିଅ, ଟିଭି, ରେଫ୍ରିଜେରେଟର, ୱାସିଂ ମେସିନ୍, ଏୟାର କଣ୍ଡିସନର, ବାଇକ୍ ଏବଂ କାର ସମେତ ଅନେକ ସାମଗ୍ରୀ ଶସ୍ତା ହେବାକୁ ଯାଉଛି।
ଏହି ଜିନିଷଗୁଡ଼ିକୁ ୫ ପ୍ରତିଶତ କିମ୍ବା ୧୮ପ୍ରତିଶତ ଭାବରେ ବର୍ଗୀକୃତ କରାଯାଇଛି। ଏପରି କ୍ଷେତ୍ରରେ ଅନେକ ଲୋକ ଭାବୁଛନ୍ତି ଯେ ଜିଏସଟି ହ୍ରାସ ପରେ ମଧ୍ୟ ଯଦି ଦୋକାନୀମାନେ ପୁରୁଣା ହାରରେ ସାମଗ୍ରୀ ବିକ୍ରି କରନ୍ତି ତେବେ କ’ଣ ନିୟମ ରହିବ? ଏପରି ପରିସ୍ଥିତିରେ ଆପଣଙ୍କର ଅଭିଯୋଗ କରିବାର ଆଇନଗତ ଅଧିକାର ଅଛି। ।

ଯଦି ଦୋକାନୀ ମୂଲ୍ୟ ହ୍ରାସ ନକରନ୍ତି ତେବେ କେଉଁଠି ଅଭିଯୋଗ କରିବେ

୧. ସରକାର ଜାତୀୟ ଗ୍ରାହକ ସହାୟତା ଲାଇନ ପ୍ରଦାନ କରିଛନ୍ତି, ଯେଉଁଠାରେ ଆପଣ ସହଜରେ ଅଭିଯୋଗ ଦାଖଲ କରିପାରିବେ। ଆପଣ ଟୋଲ୍-ଫ୍ରି ନମ୍ବର ୧୮୦୦-୧୧-୪୦୦୦ କିମ୍ବା ୧୯୧୫ରେ କଲ୍ କରି ସିଧାସଳଖ ଆପଣଙ୍କର ସମସ୍ୟା ରିପୋର୍ଟ କରିପାରିବେ। ଏଥିସହିତ ଆପଣ ହ୍ବାଟସ ଆପ ମାଧ୍ୟମରେ ୮୮୦୦୦୦୧୯୧୫ ରେ ମଧ୍ୟ ଅଭିଯୋଗ କରିପାରିବେ ଗ୍ରାହକ।

୨. ଗ୍ରାହକ ଜାତୀୟ ଗ୍ରାହକ ସହାୟତା ଲାଇନର ସରକାରୀ ୱେବସାଇଟ୍ https://consumerhelpline.gov.in/public/ କୁ ଯାଇ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ ଦାଖଲ କରିବାକୁ, ପ୍ରଥମେ ୱେବସାଇଟ୍ ସାଇନ୍ ଅପ୍ କରନ୍ତୁ, ତାପରେ ଲଗ୍ ଇନ୍ କରନ୍ତୁ ଏବଂ ଅଭିଯୋଗ ପଞ୍ଜିକରଣ କରି ବିକଳ୍ପ ଚୟନ କରନ୍ତୁ। 

ଆପଣଙ୍କ ଅଭିଯୋଗର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରନ୍ତୁ, ସହାୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଅଭିଯୋଗ ଦାଖଲ କରନ୍ତୁ। ତା’ପରେ ଆପଣ ଏକ ଡକେଟ୍ ନମ୍ବର ପାଇବେ। ଆପଣ ଏହି ନମ୍ବର ବ୍ୟବହାର କରି ଆପଣଙ୍କର ଅଭିଯୋଗକୁ ମଧ୍ୟ ଟ୍ରାକ୍ କରିପାରିବେ।

୩. ଯେଉଁ ସାମଗ୍ରୀଗୁଡ଼ିକ ଉପରେ ନୂତନ ଜିଏସଟି ହାର ଲାଗୁ କରାଯାଇଛି ଯଦି ଦୋକାନୀ ପୂର୍ବ ମୂଲ୍ୟରେ ଉକ୍ତ ସାମଗ୍ରୀକୁ ବିକ୍ରି କରନ୍ତି ତେବେ ଗ୍ରାହକମାନେ ଗୁଗୁଲ ପ୍ଲେ ଷ୍ଟୋର କିମ୍ବା ଆପ ଷ୍ଟୋରରୁ ଏନସିଏଚ ମୋବାଇଲ୍ ଆପ୍ ଡାଉନଲୋଡ୍ କରି  ଲଗ୍ ଇନ୍ କରି ଅଭିଯୋଗ ଦାଖଲ କରି ପାରିବେ। ଏଥିସହିତ ଆପଣ ୟୁଏମଏଏନଜି ଆପକୁ ଯାଇ ଗ୍ରାହକ ଅଭିଯୋଗ ବିକଳ୍ପକୁ ଚୟନ କରି ଅଭିଯୋଗ ଦାଖଲ କରି ପାରିବେ।