ନୂଆଦିଲ୍ଲୀ: କେନ୍ଦ୍ରସରକାର ଦେଶର ନାଗରିକଙ୍କୁ ବିଭିନ୍ନ କ୍ଷେତ୍ରରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ କରିଛନ୍ତି। ତେବେ ମୋବାଇଲ ନମ୍ବରକୁ ବି ଆଧାର ଲିଙ୍କ କରିବାକୁ ଅନିବାର୍ଯ୍ୟ କରାଯାଇଛି। ଖୁବ୍ ଶୀଘ୍ର ଆଧାର ସହିତ ସଂଯୋଗ କରିବାର ନୂତନ ସୁବିଧା ମିଳିଯିବ। ଏହି ସୁବିଧା ଜରିଆରେ ଆପଣ ଘରେ ବସି ଟେଲିକମ୍ ଅପରେଟର୍ସ ଏଜେଣ୍ଟ ଡାକି ଆଧାର ଲିଙ୍କ କରିପାରିବେ।
/sambad/media/post_attachments/wp-content/uploads/2017/11/xaadhaarcard-1-600-26-1482737858.jpg.pagespeed.ic_.O58PcF8m8e.jpg)
ସୂଚନାଯୋଗ୍ୟ, ଆପଣଙ୍କୁ ଡିସେମ୍ବର ୧ ତାରିଖରୁ ଟେଲିକମ୍ କମ୍ପାନିଙ୍କ ତରଫରୁ ବିଶେଷ ସୁବିଧା ପ୍ରଦାନ କରାଯିବ। ଯାହା ଜରିଆରେ ଆପଣ ଘରେ ବସି ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ସହ ଲିଙ୍କ କରିବା ପାଇଁ ଓଟିପି ଲିଙ୍କିଙ୍ଗ ଓ ଆଇଭିଆରଏସ୍ ସୁବିଧା ପାଇ ପାରିବେ। ଆର୍ଥାତ ଘରକୁ ଏଜେଣ୍ଟ ଡାକି ମୋବାଇଲ ସହିତ ଆଧାର ସଂଯୋଗ କରି ପାରିବେ। ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ୨୦୦ଟଙ୍କା ଲେଖାଏଁ ଚାର୍ଜ ଦେବାକୁ ପଡ଼ିବ।
ଯଦି ଆପଣ କୌଣସି ଆଉଟଲେଟକୁ ଯାଇ ଆପଣଙ୍କ ମୋବାଇଲ ନମ୍ବରକୁ ଆଧାର ଲିଙ୍କ କରିବାକୁ ଯାଉଛନ୍ତି ତେବେ ବାୟୋମ୍ୟାଟ୍ରିକ୍ ଭେରିଫିକେସନ୍ ଜରିଆରେ ଆପଣଙ୍କୁ ମାତ୍ର ୨୫ଟଙ୍କା ଚାର୍ଜ ଦେବାକୁ ପଡ଼ିଥାଏ। ତେବେ ଆପଣ ଯଦି ଭାବୁଛନ୍ତି ୨୦୦ଟଙ୍କା ଦେଇ ଏଜେଣ୍ଟଙ୍କୁ ଘରକୁ ଡାକିବେ ତେବେ ଭୁଲ ଭାବୁଛନ୍ତି। ଏହି ସୁବିଧା କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ଉପଲବ୍ଧ ରହିଛି। ଯେଉଁମାନେ ବୃଦ୍ଧ/ବୃଦ୍ଧା, ଦିବ୍ୟାଙ୍ଗ ଓ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି ସେମାନେ ହିଁ କେବଳ ଘରକୁ ଏଜେଣ୍ଟ ଡାକି ପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/xaadhar-17-1474070333.jpg.pagespeed.ic_.2phq5Bn-fD.jpg)
