ନୂଆଦିଲ୍ଲୀ: କେନ୍ଦ୍ରସରକାର ଆଧାରକୁ ସମସ୍ତ ଜରୁରୀଦସ୍ତାବିଜ ସହିତ ସଂଯୋଗ କରିବାକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ତେବେ ନିକଟରେ ଡ୍ରାଇଭିଂ ଲାଇସେନ୍ସକୁ ଆଧାର ସହିତ ସଂଯୋଗ କରିବାକୁ ମଧ୍ୟ ଘୋଷଣା କରାଯାଇଥିଲା। ଏହାକୁ ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟ ବିଭାଗ ତରଫରୁ ଜାରି କରାଯାଇଥାଏ। ତେଣୁ ଏହାର କୌଣସି ୟୁନିଭର୍ସଲ େଓ୍ଵବସାଇଟ ନାହିଁ। ଯାହାଫଳରେ କି ଆଧାର ସଂଯୋଗ କରାଯିବ। ତେବେ ଆସନ୍ତୁ ଜାଣିବା ଏହି ୪ଟି ସହଜ ଉପାୟକୁ ଆପଣାଇ ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସକୁ ସଂଯୋଗ କରି ପାରିବେ।
/sambad/media/post_attachments/wp-content/uploads/2018/02/581510-drivns-e1505577678101-300x172.jpg)
୧. ଷ୍ଟେଟ ରୋଡ ଟ୍ରାନ୍ସପୋର୍ଟର ଅଧିକାରୀ େଓ୍ଵବସାଇଟକୁ ଯାଆନ୍ତୁ, ଯେଉଁଠାରୁ ଆପଣଙ୍କ ଲାଇସେନ୍ସ ଜାରି ହୋଇଛି।
୨. ପେଜ୍ରେ ଯେଉଁଠାରେ ଆଧାର ନମ୍ବର ଏଣ୍ଟି ସୂଚିତ ଥିବ ସେ ସ୍ଥାନକୁ ଖୋଜନ୍ତୁ। ଏହି ଅପସନ୍କୁ ଚୟନ କରିବା ପରେ ‘ସର୍ଚ୍ଚ ଏଲିମେଣ୍ଟ’ରେ ଡ୍ରାଇଭିଂ ଲାଇସେନ୍ସ ଦିଅନ୍ତୁ। ଏହାପରେ ଆପଣଙ୍କୁ ଲାଇସେନ୍ସର ନମ୍ବର ଦେବାକୁ ପଡ଼ିବ।
୩. ଏହାପରେ ଆପଣ ଆଧାର ନମ୍ବର ଦିଅନ୍ତୁ।
୪.ସବମିଟ୍ ବଟନ୍ରେ କ୍ଲିକ୍ କରନ୍ତୁ। ଆପଣଙ୍କୁ ଏକ ଓଟିପି ମିଳିବ, ଯାହା ଆପଣ ପଞ୍ଜିକରଣ ମୋବାଇଲ ନମ୍ବରରେ ଯିବ। ଏଥିରେ ଓଟିପିକୁ ଦେଇ ସବମିଟ୍ କରି ଦିଅନ୍ତୁ।
/sambad/media/post_attachments/wp-content/uploads/2018/02/images-8.jpg)
ତେବେ ଆସନ୍ତୁ ଜାଣିବା ଆଧାରକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୋଗ କରିବା କାହିଁକି ଜୁରୁରୀ
୧. ପ୍ରଥମତଃ ନକଲି ଲାଇସେନ୍ସ ସମ୍ପର୍କରେ ସୂଚନା ମିଳିଥାଏ।
୨. ଆଧାର ସହିତ ଡ୍ରାଇଭିଂ ଲାଇସେନ୍ସ ସଂଯୋଗ କରିବା ଦ୍ୱାରା ଅଧିକାରୀଙ୍କୁ ଏକାଧିକ ଲାଇସେନ୍ସ ରଖିଥିବା ବ୍ୟକ୍ତିଙ୍କୁ ଧରିବାରେ ସୁବିଧା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/download-2-3.jpg)