ନୂଆଦିଲ୍ଲୀ: ଗୁଗୁଲ୍ ଏହାର ମେଲ୍ ବ୍ୟବହାରକାରୀଙ୍କୁ ୧୫ ଜିବି ଡାଟା ମାଗଣା ପ୍ରଦାନ କରିଥାଏ। ଏଥିରେ ଗୁଗୁଲ୍ ଡ୍ରାଇଭ ଫାଇଲ୍ ସମେତ ଇ-ମେଲ୍, ହ୍ବାଟ୍ସଆପ୍ ଚାଟ୍, ଗୁଗୁଲ୍ ଫଟୋ ଆଦି ରହିଥାଏ। ଆପଣ ଯଦି ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାର କରୁଥାନ୍ତି ତା'ହେଲେ ୧୫ଜିବି ଡାଟା ସରିବା ପାଇଁ ଅଧିକ ଦିନ ଲାଗି ନଥାଏ। ଅଧିକାଂଶ ବ୍ୟକ୍ତି ଯୋଗାଯୋଗ ପାଇଁ ଜିମେଲ୍ ବ୍ୟବହାର କରିଥାନ୍ତି। ତେବେ ଷ୍ଟୋରେଜ୍ ଫୁଲ୍ ହୋଇଗଲେ ସଂପୃକ୍ତ ବ୍ୟକ୍ତିଙ୍କୁ ନୂଆ ଇ-ମେଲ୍ ଆସି ନଥାଏ। ବ୍ୟବହାରକାରୀଙ୍କୁ ସ୍ଥାନ ଖାଲି କରିବାକୁ ନୋଟିସ୍ ମଧ୍ୟ ଆସିଥାଏ। ତେଣୁ କେମିତି ସ୍ଥାନ ବାହାର କରିବେ ତାହାର ସୂଚନା ଏଠାରେ ଦିଆଯାଇଛି। ଗୋଟାଏ ଉପାୟ ହେଲା ଅଧିକ ଷ୍ଟୋରେଜ୍ ବା ସ୍ପେସ୍ କିଣିବା। ବ୍ୟବହାରକାରୀଙ୍କୁ ମାସିକ ୧୩୦ ଟଙ୍କାରେ ୧୦୦ ଜିବିର ଅତିରିକ୍ତ ସ୍ପେସ୍ ମଧ୍ୟ ମିଳିଯିବ। ଅତିରିକ୍ତ ଷ୍ଟୋରେଜ୍ ବା ସ୍ଥାନ କିଣିବାକୁ ହେଲେ ପ୍ରଥମେ କେତେ ସ୍ପେସ୍ କିଣିବେ ତାହା ଚୟନ କରନ୍ତୁ।
ଏହାକୁ କାର୍ଡ ମାଧ୍ୟମରୋ କିଣିପାରିବେ। ଏହି କ୍ରୟ ପ୍ରକ୍ରିୟାରେ ଥରେ ସାମିଲ ହେଲେ ଗୁଗୁଲ୍ ପ୍ରତିମାସରେ ଆପଣଙ୍କ କାର୍ଡରୁ ଟଙ୍କା କାଟିନେବ ଏବଂ ସ୍ପେସ୍ ଯୋଗାଇବ। ଆପଣ ଯେତେମାସ ପର୍ଯ୍ୟନ୍ତ ଏହି ସ୍ପେସ୍ କିଣିବାକୁ ଚାହିଁବେ ତାହା କରିପାରିବେ। ଯଦି ଆପଣ ବହୁମାତ୍ରାରେ ଜିମେଲ୍ ବ୍ୟବହାର କରୁଥାନ୍ତି ତା'ହେଲେ ଏହି ଅର୍ଥ ଆପଣଙ୍କୁ ଅଧିକ ହୋଇନପାରେ। କିନ୍ତୁ ଏହି ଅତିରିକ୍ତ ସ୍ପେସ୍ କିଣିବା ପୂର୍ବରୁ ଆପଣଙ୍କୁ ଅନେକ ଡାଟା ଡିଲିଟ୍ କରିବାକୁ ପଡ଼ିବ। ଆପଣଙ୍କ ଷ୍ଟୋରେଜ୍ ସ୍ପେସ୍କୁ ୧୫ ଜିବି ତଳକୁ ଆଣିବାକୁ ହେବ।ଆପଣଙ୍କ ଗୁଗୁଲ୍ ଆକାଉଣ୍ଟରୁ ଇମେଲ୍, ଫାଇଲ୍ ଓ ଫଟୋ ଆଦିକୁ ଡିଲିଟ କରିବାକୁ ହେବ। ଗୁଗୁଲ୍ ଡ୍ରାଇଭରୁ ଡାଟା ଡିଲିଟ କରିବାକୁ ହେଲେ ଲାପଟପ, ପିସିକୁ ବ୍ୟବହାର କରି https://drive.google.com/#quotaକୁ ଯାଆନ୍ତୁ। ଏହାପରେ ଆପଣଙ୍କ ଜିମେଲ୍ ଆକାଉଣ୍ଟକୁ ଲଗଇନ୍ କରନ୍ତୁ। ସେଥିରେ ଆପଣଙ୍କ ଡ୍ରାଇଭରେ ବଡ଼ରୁ ସାନକ୍ରମରେ କେଉଁଟା କେତେ ସ୍ପେସ୍ ନେଇଛି ଜାଣିପାରିବେ। ଯେଉଁସବୁ ଫାଇଲ୍ ଆପଣଙ୍କର ଆବଶ୍ୟକ ନାହିଁ ତାହାକୁ ସେଥିରୁ ଆପଣ ଡିଲିଟ୍ କରିପାରିବେ। ସେହିପରି କେତେକ ପ୍ରକ୍ରିୟା ଦେଇ ଗିମେଲ୍ ଓ ଗୁଗୁଲ୍ ଫଟୋରୁ ମଧ୍ୟ ଡାଟା ଡିଲିଟ୍ କରି ଖାଲିସ୍ଥାନ ବାହାର କରାଯାଇପାରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/gmail-computerworld.jpg)