ମୁମ୍ବାଇ: ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ମେସେଜିଂ ଆପ୍ ମଧ୍ୟରେ ହ୍ବାଟ୍ସଆପ୍ ଅନ୍ୟତମ। ହ୍ବାଟ୍ସଆପ୍ରେ ଆମେ ଅଧିକାଂଶ ସମୟରେ ଅନେକ ବ୍ୟକ୍ତିଗତ କଥା ମଧ୍ୟ ହୋଇଥାନ୍ତି। ବେଳେ ବେଳେ ଆମେ ସର୍ବସାଧାରଣ ସ୍ଥାନରେ ଚାଟିଂ କରିବା ବେଳେ ଟିକେ ସଂକୋଚ ବି କରିଥାନ୍ତି। ଏମିତି ଲାଗିଥାଏ ଯେପରି ଆମ ଚାଟିଂକୁ ପାଖରେ ଥିବା ବ୍ୟକ୍ତି ଦେଖି ଦଉଛନ୍ତି। ମାତ୍ର ଏ ସମସ୍ୟାର ବି ଏକ ସମାଧାନର ବାଟ ଅଛି।
ଆପଣ ଏବେ ନିଜ ଚାଟିଂକୁ ସୁରକ୍ଷିତ କରିପାରିବେ। ଆପଣ ଚାଟିଂ କରିବେ କିନ୍ତୁ କଡ଼ରେ ବସିଥିବା ବ୍ୟକ୍ତି ଆପଣଙ୍କ ଚାଟିଂକୁ ପଢ଼ିପାରିବେ ନାହିଁ। ଏଥିପାଇଁ ଆପଣଙ୍କୁ ଏକ ଥାର୍ଡ ପାର୍ଟି ଆପ୍ର ସାହାଯ୍ୟ ନେବାକୁ ପଡ଼ିବ।
ଆପଣ ଆପଣଙ୍କ ପ୍ଲେ ଷ୍ଟୋର୍ରୁ ମାସ୍କଚାଟ୍-ହାଇଡ୍ ଚାଟ୍ ଆପ୍ ଇନ୍ଷ୍ଟଲ୍ କରନ୍ତୁ। ଏହି ଆପ୍କୁ ଇନ୍ଷ୍ଟଲ୍ କରିବା ପରେ ଏହାକୁ ଆପଣ ନିଜ ଚାଟ୍କୁ ଲୁଚାଇବା ପାଇଁ ବ୍ୟବହାର କରିପାରିବେ। ଅବଶ୍ୟ ଏହି ଆପ୍ଟି ମାଗଣା ହୋଇଥିବାରୁ ଏଥିରେ ଆପଣଙ୍କୁ ବିଜ୍ଞାପନ ଦୃଶ୍ୟମାନ ହେବ। ଏହି ଆପ୍ ଆପଣଙ୍କ ଫୋନ୍ ଉପରେ ଡିଜିଟାଲ୍ ପର୍ଦ୍ଦା ପରି କାମ କରିବ।
ଫଳରେ ଆପଣଙ୍କ କଡ଼ରେ ବସିଥିବା ବ୍ୟକ୍ତିକୁ ଆପଣଙ୍କ ଚାଟିଂ ଦୃଶ୍ୟମାନ ହେବ ନାହିଁ। ଆପଣ ବିନା ଚିନ୍ତା କରି ଏହି ଆପ୍ ପ୍ରୟୋଗ କରି ସର୍ବସାଧାରଣ ସ୍ଥାନରେ ଚାଟିଂ କରିପାରିବେ। ଏହା କେବଳ ହ୍ବଟ୍ସଆପ୍ ନୁହେଁ, ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ରେ ବି ଏହି ଆପ୍ କାମ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-21.jpg)