ମୁମ୍ବାଇ: ଅନଲାଇନ୍ ଯୁଗରେ ଆଜିକାଲି ସବୁ କିଛି ଘରେ ବସି କରିହେଉଛି। ଆପଣ ଘରେ ବସି ଗୁଗୁଲ୍ପେ ଜରିଆରେ ବିଦ୍ୟୁତ୍ ବିଲ୍ ବି ଭରିପାରିବେ। କାରଣ ଗୁଗୁଲ୍ ପେ ଅନେକ ରାଜ୍ୟର ପାୱାର ଡିଷ୍ଟ୍ରିବୁସନ୍ ଓ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିଛି। ଯାହାଦ୍ବାରା ଅନ୍ଲାଇନ୍ ପେମେଣ୍ଟ୍କୁ ପ୍ରୋତ୍ସାହିତ କରାଯାଇପାରିବ।
ଆଜି ଆମେ କହିବୁ ଗୁଗୁଲ୍ ପେ ଜରିଆରେ ଅନ୍ଲାଇନ୍ରେ କିପରି ବିଦ୍ୟୁତ୍ ବିଲ୍ ଭରାଯାଇପାରେ। ସବୁଠାରୁ ପ୍ରଥମେ ଗୁଗୁଲ୍ ପେ ଆପ୍କୁ ଖୋଲନ୍ତି। ତା’ପରେ ସେଠାରେ ପେ ବିଲ୍ ଅପସନ୍କୁ ଚୟନ କରନ୍ତୁ। ଏହାପରେ ପେମେଣ୍ଟ୍ ଅପ୍ସନ୍ରେ ଇଲେକ୍ଟ୍ରିସିଟ୍ କାଟାଗୋରିକୁ ଚୟନ କରନ୍ତୁ। ତା’ପରେ ନିଜ ରାଜ୍ୟ ଅନୁସାରେ ବିଜୁଳି ବିତରଣ କମ୍ପାନିର ନାମ ବାଛନ୍ତୁ। ଏଜେନ୍ସି ଚୟନ କରିବା ପରେ ଆପଣଙ୍କୁ କନ୍ଜ୍ୟୁମର୍ ଆକାଉଣ୍ଟ୍କୁ ଲିଙ୍କ୍ କରିବାକୁ ପଡ଼ିବ।
ତା’ପରେ ଆପଣ ନିଜର ଟଙ୍କା ଭରି ପେମେଣ୍ଟ୍ ପାଇଁ ନିଜର ୟୁପିଆଇ ପିନ୍ ଦିଅନ୍ତୁ। ସଫଳତାର ସହି ବିଜୁଳି ବିଲ୍ ଭରାଯିବା ପରେ ଆପଣଙ୍କୁ ମେସେଜ୍ ଜରିଆରେ ସୂଚନା ମିଳିଯିବ।