ନୂଆଦିଲ୍ଲୀ: ଆପଣ ଫେସବୁକ୍ ପାସୱାର୍ଡ ଭୁଲିଯାଇଛନ୍ତି କି? ଏହାସହିତ ଜଡିତ ନମ୍ବର୍‍ କିମ୍ବା ଇମେଲ୍ ଆଇଡି ମଧ୍ୟ ଉପଲବ୍ଧ ନାହିଁ। ଏପରି ପରିସ୍ଥିତିରେ, ଆକାଉଣ୍ଟ ରିକଭର୍‍ କରିବା କଷ୍ଟକର ମନେହୁଏ। ତେବେ ଏପରି କିଛି ସହଜ ପଦକ୍ଷେପ ଅନୁସରଣ କରନ୍ତୁ ଯେପରି ଆପଣ ଫୋନ୍‍ ନମ୍ବର୍‍ ଏବଂ ଇମେଲ୍ ବିନା ମଧ୍ୟ ଆପଣଙ୍କର ଫେସବୁକ୍ ଆକାଉଣ୍ଟ ଫେରି ପାଇପାରିବେ।

Advertisment

ଆଜିର ଡିଜିଟାଲ ଯୁଗରେ ଫେସବୁକ୍ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି। ସର୍ବପ୍ରଥମେ ଆପଣ ନିଜର ଆକାଉଣ୍ଟର ସଠିକ୍ ନାମ ମନେ ରଖିବା ଉଚିତ୍। ଆପଣଙ୍କର ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣଙ୍କୁ ଆପଣଙ୍କର ପ୍ରୋଫାଇଲ୍ ଖୋଜିବାକୁ କହିପାରିବେ। ପରେ ଫେସବୁକକୁ ଯାଆନ୍ତୁ ଏବଂ "Forgot Password" ବିକଳ୍ପ ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କୁ ଆପଣଙ୍କର ଇମେଲ୍ ଠିକଣା କିମ୍ବା ଫୋନ୍‍ ନମ୍ବର୍‍ ଦେବାକୁ କୁହାଯିବ। ଏଠାରେ ଆପଣ ନିଜ ନାମ ଲେଖନ୍ତୁ। ଆପଣଙ୍କ ନାମ ସହିତ ଜଡିତ ପ୍ରୋଫାଇଲଗୁଡ଼ିକର ଏକ ତାଲିକା ଦେଖାଯିବ।

ଅଧିକ ପଢ଼ନ୍ତୁ: ପାସପୋର୍ଟ କରୁଥିଲେ କରନ୍ତୁ ନାହିଁ ଏସବୁ ଭୁଲ, 

ଯଦି ଆପଣ ନିଜର ଆକାଉଣ୍ଟରେ ପୂର୍ବରୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ସେଟ୍ ଅପ୍ କରିସାରିଛନ୍ତି, ତେବେ ଏହି ପ୍ରକ୍ରିୟା ଆପଣଙ୍କ ପାଇଁ ବହୁତ ସହଜ ହେବ। ପରେ "No longer have access to these?"ଉପରେ କ୍ଲିକ୍ କରନ୍ତୁ। ଏବେ ଆପଣଙ୍କୁ ଟ୍ରଷ୍ଟେଡ୍ କଣ୍ଟାକ୍ଟସରୁ ରିକଭର୍‍ କୋଡ୍ ପଠାଇବାର ବିକଳ୍ପ ମିଳିବ। ପରେ ସେହି କଣ୍ଟାକ୍ଟସଙ୍କ ସହିତ ଯୋଗାଯୋଗ କରବେ ଏବଂ କୋଡ୍ ପାଇବା ପରେ ଆପଣଙ୍କ ଆକାଉଣ୍ଟ ରିକଭର୍‍ କରିପାରିବେ। 

ଅଧିକ ପଢ଼ନ୍ତୁ: ୧୪୦ କୋଟି ଭାରତୀୟ ମୋ ଶକ୍ତି 

ଯଦି ଆପଣ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ସେଟ୍ ଅପ୍ କରିନାହାନ୍ତି, ତେବେ ଫେସବୁକର ସହାୟତା କେନ୍ଦ୍ର ବ୍ୟବହାର କରିବେ। "ପରିଚୟ ଯାଞ୍ଚ"ର ଫର୍ମ ପୂରଣ କରିବେ। ଆପଣଙ୍କୁ ନିଜର ପରିଚୟ ପତ୍ରର ଏକ ସ୍କାନ କପି (ଯେପରିକି ଆଧାର କାର୍ଡ, ପାସପୋର୍ଟ କିମ୍ବା ଡ୍ରାଇଭିଂ ଲାଇସେନ୍ସ) ଅପଲୋଡ କରିବାକୁ ପଡ଼ିବ। ଫେସବୁକ୍ ଆପଣଙ୍କ ସୂଚନା ଯାଞ୍ଚ କରିବ ଏବଂ କିଛି ସମୟ ମଧ୍ୟରେ ଆପଣଙ୍କ ଆକାଉଣ୍ଟକୁ ଆକ୍ସେସ୍ ଦେବ। 

ଆପଣ ନିଜର ଇମେଲ୍ ଏବଂ ନମ୍ବରକୁ ଅପଡେଟ୍ ରଖନ୍ତୁ। ଫେସବୁକ୍ ଆକାଉଣ୍ଟରେ ଟ୍ରଷ୍ଟେଡ୍ କଣ୍ଟାକ୍ଟସ୍ ନିଶ୍ଚିତ ସେଟ୍ କରନ୍ତୁ। ଏହି ପଦକ୍ଷେପଗୁଡ଼ିକୁ ଅନୁସରଣ କରି ଆପଣ ନମ୍ବର୍‍ ଏବଂ ଇମେଲ୍ ବିନା ମଧ୍ୟ ଆପଣଙ୍କ ଫେସବୁକ୍ ଆକାଉଣ୍ଟକୁ ସହଜରେ ରିକଭର୍‍ କରିପାରିବେ।

ଅଧିକ ପଢ଼ନ୍ତୁ: ଖୁବ୍‌ଶୀଘ୍ର ମହାକାଶରୁ ଘରକୁ ଫେରିବେ ସୁନିତା ୱିଲିୟମ୍ସ