ଏହି ଉପାୟ ଦ୍ୱାରା ନିଜର ହଜିଯାଇଥିବା ଫୋନକୁ ଠାବ କରିପାରିବେ

ଆଜିକାଲି ସ୍ମାର୍ଟଫୋନର ଜମାନା ଚାଲିଛି । ଲୋକମାନେ ଭଳିକି ଭଳି ଆକର୍ଷଣୀୟ ହ୍ୟାଣ୍ଡସେଟ ଧରୁଛନ୍ତି । କିନ୍ତୁ ଫୋନଟି ଚୋରୀ ହୋଇଗଲେ କିମ୍ବା ଆପଣ କେଉଁଠି ଛାଡି ଆସିଲେ ମନଦୁଃଖ ହେବା ସହ ଅନେକ ଅସୁବିଧା ହୋଇଥାଏ । ଏହା ସହିତ ଫୋନରେ ଥିବା ଅନେକ ଜରୁରୀ ତଥ୍ୟ ଅନ୍ୟମାନଙ୍କ ହାତରେ ପଡି ଅପବ୍ୟବହାର ହେବାର ଆଶଙ୍କା ଥାଏ । ତେବେ ଆଧୁନିକ ଟେକନଲୋଜୀର ବ୍ୟବହାର କରି ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । ଏହି ଟେକନଲୋଜୀ ହେଉଛି ଫୋନ ଟ୍ରାକିଂ । ନିଜ ସ୍ମାର୍ଟଫୋନରେ କେତେକ ବ୍ୟବସ୍ଥା କରି ଆପଣ ଚୋରୀ ହେବା ପରେ ଫୋନକୁ ଟ୍ରାକିଂ କରି ଧରିପାରିବେ । ଆସନ୍ତୁ ସେ ସଂପର୍କରେ ଜାଣିବା ..

ପ୍ରଥମତଃ ଆପଣ ସର୍ବଦା ହିଁ ଆପଣଙ୍କ ଫୋନ୍‌ରେ GPS tracker Followme ଆପ୍‌ କୁ ଡ଼ାଉନ୍‌ଲୋଡ଼୍‍ କରନ୍ତୁ । ଏଥିସହିତ ଆପଣ ଏହି ଆପ୍‌କୁ ଇନ୍‌ଷ୍ଟଲ୍‌ କରି ରେଜିଷ୍ଟର ମଧ୍ୟ କରାଇନିଅନ୍ତୁ । ଏହାସହିତ ଆପଣ ଏହି ଆପ୍‌ର ସେଟିଙ୍ଗ୍‌ କୁ ଯାଇ ରେଜିଷ୍ଟ୍ରେସନ୍‌ ଅପ୍‌ସନ୍‌ରେ ବ୍ୟବହାରକାରୀଙ୍କ ନାମ,ପାସଓ୍ଵାର୍ଡ଼ ଏବଂ ଇମେଲ୍‌ ଆଇଡ଼ି ଇତ୍ୟାକୁ ଦିଅନ୍ତୁ।ଏହାପରେ ଆପଣ ଏଠାରେ କଂଣ୍ଟିନ୍ୟୁୟର୍‌ କୁ କ୍ଲିକ୍‌ କରନ୍ତୁ।ଏଠାରେ ଆପଣଙ୍କୁ ଏକ ନୂତନ ପେଜ୍‌ର ଟ୍ରାକ୍‌ ଇଂଣ୍ଟରବାଲ୍‌ ଦେଖିବାକୁ ମିଳିବ,ଯାହାର ସମୟକୁ କି ଆପଣଙ୍କୁ ୧ ମିନିଟ୍‌ କରିଦେବାକୁ ହେବ। ତେବେ ଏହା କରିବା ଦ୍ୱାରା ଆପଣଙ୍କୁ ପ୍ରତି ମିନିଟ୍‌ ମଧ୍ୟରେ ଆପଣଙ୍କ ଫୋନ୍‌ଟି କେଉଁଠି ରହିଛି ତାହା ବିଷୟରେ ଖବର ଆସିବାକୁ ମିଳିବ। । ହେଲେ ଯଦି ଆପଣଙ୍କର ଫୋନ୍‌ ଟି ଚୋରି ହୋଇଯାଏ ତ,ତେବେ ଏହାକୁ ଟ୍ରାକ୍‌ କରିବାକୁ ଆପଣଙ୍କୁ କଂପ୍ୟୁଟରର ବ୍ରାଉଜର୍‌ରେ https://www.follwmee.com/m/login.aspxରେ ଲଗ୍‌ଇନ୍‌ କରିବାକୁ ହେବ। ତେବେ ଏହାର ଲଗ୍‌ ଇନ୍‌
ପରେ ଆପଣ ଏଠାରେ Continue to My Map ଅପ୍‌ସନ୍‌ ରେ କ୍ଲିକ୍‌ କରନ୍ତୁ।ଏହାକୁ କରିବା କ୍ଷଣି ହିଁ ଆପଣଙ୍କୁ ଆପଣଙ୍କ ଫୋନ୍‌ର ଲୋକେସନ୍‌ ଗୁଗୁଲ୍‌ ମ୍ୟାପ୍‌ ଉପରେ ଦେଖିବାକୁ ମିଳିବ।ଏହାସହିତ ଯଦି ଆପଣଙ୍କ ଫୋନ୍‌ ଟି ସେଇଠି କେଉଁଠି ରହିଥିବ ତ,ତାହାର ସୂଚନା ମଧ୍ୟ ଆପଣଙ୍କୁ ମିଳିବ।

ସମ୍ବନ୍ଧିତ ଖବର