ମୁମ୍ବାଇ: ଜିଓରେ ରିଚାର୍ଜ କରିବା ବେଳେ ଅଧିକାଂଶ ସମୟରେ ଆପଣଙ୍କୁ କିଛି ଆପ୍ କମ୍ପଲିମେଣ୍ଟାରି ଆକାରରେ ମିଳିଥାଏ। ଏହିି ତାଲିକାରେ ଜିଓ ଟିଭି ସହିତ ଜିଓ ସିନେମା ବି ସାମିଲ୍। ଯଦି ଆପଣ ଓଟିଟି ପ୍ଲାଟଫର୍ମରେ ଅଛନ୍ତି ଓ ଏଥିରେ ଆସୁଥିବା କାର୍ଯ୍ୟକ୍ରମକୁ ଦେଖିବାକୁ ପସନ୍ଦ କରୁଛନ୍ତି ତେବେ ଜିଓ ସିନେମା ଆପଣଙ୍କ କାମରେ ଅାସିବ। ଆପଣ ଆପଣଙ୍କ ଗୁଗୁଲ୍ ପ୍ଲେ ଷ୍ଟୋର୍ରୁ କିମ୍ବା ଆପେଲ୍ ଆପ୍ ଷ୍ଟୋର୍ରୁ ଏହାକୁ ଡାଉନ୍ଲୋଡ କରିପାରିବେ। ଆସନ୍ତୁ ଜାଣିବା ଏହି ଆପ୍ ସଂପର୍କରେ କିଛି ଖାସ୍ କଥା।
ଜିଓ ସିନେମା ନାଁ ଶୁଣିବା ପରେ ହିଁ ଆପଣ ଜାଣିଥିବେ ଯେ ଏହା ଏକ ସିନେମା ସମ୍ବଦ୍ଧିତ ଆପ୍। ଏହି ଆପ୍ ଜରିଆରେ ଆପଣ ରୋମାଣ୍ଟିକ୍, ଆକ୍ସନ, କମେଡି ଫିଲ୍ମ ସହିତ ଟେଲିଭିଜନର ଆପଣଙ୍କର ପ୍ରିୟ ସିରିଜ୍କୁ ବି ଦେଖିପାରିବେ।
କେବଳ ଏତିକି ନୁହେଁ, ଏହି ଆପ୍ ଫ୍ରୋମ୍କାଷ୍ଟ ସପୋର୍ଟ କରିଥାଏ, ଫଳରେ ଆପଣ ଏହାକୁ ନିଜ ଟିଭି ସ୍କ୍ରିନ୍ ସହ ସଂଯୋଗ କରାଇ ମଧ୍ୟ ଦେଖିପାରିବେ। ମୋବାଇଲ୍ରେ ଦେଖିବା ପାଇଁ ଯଦିଓ ଆପଣଙ୍କୁ ଜିଓ ସିମ୍ ନିହାତି ଦରକାର, ମାତ୍ର ୱେବ୍ରେ ସେ ଅସୁବିଧା ନାହିଁ।
ଆପଣ ୱେବ୍ରେ ଜିଓସିନେମା.କମ୍ରେ ଯାଇ ଚଳାଇ ପାରିବେ। ପ୍ରଥମେ ଜିଓସିନେମା.କମ୍ରେ ଯାଇ ସେଠାରେ ଜିଓ ଆଇଡି କିମ୍ବା ଜିଓ ଫୋନ୍ ନମ୍ବର ଦେବାକୁ ହେବ। ତାପରେ ଆପଣଙ୍କୁ ଜିଇଟି ଓଟିଟି ଉପରେ କ୍ଲିକ୍ କରିବାକୁ ହେବ। ତାହା ପରେ ଆପଣଙ୍କ ଫୋନ୍କୁ ଆସିଥିବା ଓଟିପିକୁ ବ୍ୟବହାର କରିବେ। ଆପଣ ଯେଉଁ ଭାଷାରେ କଣ୍ଟେଣ୍ଟ୍ ଦେଖିବାକୁ ହେବ ସେ ଭାଷା ଚୟନ କରିବାକୁ ପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-71.jpg)