ନୂଆଦିଲ୍ଲୀ: ୨୦୨୫ ଆର୍ଥିକ ବର୍ଷ ଶେଷସୁଦ୍ଧା କମ୍ପ୍ୟୁଟର୍‌ ନିର୍ମାତା ‘ହ୍ୟୁଲଟ୍‌-ପ୍ୟାକାର୍ଡ’ (ଏଚ୍‌ପି) ବିଶ୍ବବ୍ୟାପୀ ହାରାହାରି ୧୨% (୬୦୦୦ରୁ ଅଧିକ) କର୍ମଚାରୀ ଛଟେଇ କରିବ ବୋଲି ମଙ୍ଗଳବାର ଦିନ କହିଥିବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

Advertisment

‘ପର୍ସନାଲ୍‌ କମ୍ପ୍ୟୁଟର୍‌’ ଓ ‘ଲ୍ୟାପ୍‌ଟପ’ ବଜାରରେ ମାନ୍ଦାବସ୍ଥା ଆସିଥିବା ବ‌େଳେ ‘ଏଚ୍‌ପି’ ଉପରୋକ୍ତ ଘୋଷରା କରିଛି। ମାନ୍ଦା ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ‘ଏଚ୍‌ପି’ ୪୦୦୦ରୁ ୬୦୦୦ କର୍ମଚାରୀ ଛଟେଇ କରିପାରେ। ସମ୍ପ୍ରତି କମ୍ପାନିରେ ୫୦,୦୦୦ କର୍ମଚାରୀ କାର୍ଯ୍ୟ କରୁଛନ୍ତି।

ଆର୍ଥିକ ବର୍ଷର ପ୍ରଥମ ୩ ମାସରେ ସ୍ବଳ୍ପ ଲାଭ ହେବ ବୋଲି ‘ଏଚ୍‌ପି’ ପୂର୍ବାନୁମାନ କରିଛି। ଉଭୟ ବାଣିଜ୍ୟିକ ଓ ଗ୍ରହକୀୟ କମ୍ପାନିର ଉତ୍ପାଦର ଚାହିଦା ଆହୁରି ହ୍ରାସ ପାଇବ ବୋଲି କମ୍ପାନି ଆଶା କରୁଛି।

publive-image Image Courtesy of FirstPost

‘ଏଚ୍‌ପି’ର ମୁଖ୍ୟ ଅର୍ଥନୈତିକ ଅଧିକାରୀ ମେରି ମାୟର୍ସ କହିଛନ୍ତି, ଆର୍ଥିକ ବର୍ଷ ୨୨ରେ ଆମେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ଅନେକ ସମସ୍ୟା ଆର୍ଥିକ ବର୍ଷ ୨୩ ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି।

ପୁନଃସଂଗଠନ ଓ ଅନ୍ୟାନ୍ୟ ବ୍ୟୟ ବାବଦକୁ ଅଣ-ଶ୍ରମିକ ଓ ଶ୍ରମିକ କ୍ଷେତ୍ରରେ ପ୍ରାୟ ୧.୦ ନିୟୁତ ଡଲାର କ୍ଷତି ହେବ ବୋଲି କମ୍ପାନି ଆକଳନ କରିଛି। ଉପରୋକ୍ତ ଅଟକଳ ରାଶିରୁ ୨୦୧୩ ଆର୍ଥିକ ବର୍ଷରେ ୬୦୦ ନିୟୁତ ଡଲାର୍‌ ବ୍ୟୟ ହେବ ଓ ବାକି ପରବର୍ତ୍ତୀ ଆର୍ଥିକ ବର୍ଷଗୁଡ଼କରେ ବ୍ୟୟ ହେବ ବୋଲି ‘ଏଚ୍‌ପି’ ଆଶା କରୁଛି।

ସୂଚନାଯୋଗ୍ୟ, ‘ପର୍ସନାଲ୍‌ କମ୍ପ୍ୟୁଟର୍‌’ର ଚାହିଦା ହ୍ରାସ ମଧ୍ୟ ‘ଇନ୍‌ଟେଲ୍‌ କର୍ପୋରେସନ୍‌’କୁ ପ୍ରଭାବିତ କରିଛି। ସେ ମଧ୍ୟ କର୍ମଚାରୀ ଛଟେଇ କରିବା ଲାଗି ଯୋଜନା କରୁଛି। ବିକ୍ରୟ ଓ ବିପଣନ ଗ୍ରୁପ୍‌ ସମେତ କେତେକ ବିଭାଗରୁ କମ୍ପାନି ପ୍ରାୟ ୨୦% କର୍ମଚାରୀ ଛଟେଇ କରିପାରେ।