କାର୍ଡ ସଂପର୍କିତ ସଂଶୋଧିତ ନିୟମ କାର୍ଯ୍ୟକାରିତା ପାଇଁ ୩ ମାସ ମହଲତ

ନୂଆଦିଲ୍ଲୀ : ଡେବିଟ୍ ଓ କ୍ରେଡିଟ୍ କାର୍ଡ ସମ୍ପର୍କିତ ସଂଶୋଧିତ ନିୟମ (କାର୍ଡ ଟୋକେନାଇଜେସନ)କୁ ଲାଗୁ କରିବା ଲାଗି ବ୍ୟାଙ୍କ ଓ ଆଣ ବ୍ୟାଙ୍କିଙ୍ଗ୍‌ ଆର୍ଥିକ ସଂସ୍ଥା (ଏନ୍‌ବିଏଫ୍‌ସି)ଗୁଡ଼ିକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୩ ମାସର ମହଲତ ପ୍ରଦାନ କରିଛନ୍ତି। ଜୁନ ୩୦ ସୁଦ୍ଧା ଏଥିପାଇଁ ଶେଷ ତାରିଖ ରହିଥିଲା। କିନ୍ତୁ ଏହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ନୂଆ ନିୟମ ଅନୁଯାୟୀ ମର୍ଚ୍ଚାଣ୍ଟ ଓ ପେମେଣ୍ଟ୍ ‌ଏଗ୍ରିଗେଟରମାନେ ଗ୍ରାହକଙ୍କ କାର୍ଡ ସମ୍ପର୍କିତ ସମସ୍ତ ତଥ୍ୟ ଡିଲିଟ କରିବେ। ଏହା ବଦଳରେ ଏକ ଟୋକନର ବ୍ୟବହାର କରିବେ। ଉକ୍ତ ନିୟମକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କେତେକ ସମସ୍ୟା ରହିଛି। ତେଣୁ ଏଥିପାଇଁ ସେମାନେ ଏଥିପାଇଁ କିଛିଦିନର ସମୟ ମାଗିଛନ୍ତି। ତେଣୁ ବିଭିନ୍ନ ପକ୍ଷ ସହିତ ବିଚାରବିମର୍ଶ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ନେଇଛି। କାର୍ଡଧାରୀମାନଙ୍କର ତଥ୍ୟର ସୁରକ୍ଷା ଦୃଷ୍ଟିରୁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ୧୯.୫ କୋଟି ଟୋକନ ଜାରି ହୋଇଛି।

ସମ୍ବନ୍ଧିତ ଖବର