ଜେନେଭା: ମଙ୍ଗଳବାର ଭାରତ ପାକିସ୍ତାନ ବିରୋଧରେ କଡ଼ା ପ୍ରତିବାଦ କରିଛି ଏବଂ ଜମ୍ମୁ-କାଶ୍ମୀରକୁ ନେଇ ପାକିସ୍ତାନ ବିଭିନ୍ନ ମନଗଢ଼ା ଅଭିଯୋଗ ବାଢ଼ୁଛି ବୋଲି କହିଛି। ଇସଲାମାବାଦର ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ। ଏହା ନିଜ ଦେଶରେ ତଥା ପାକ୍-ଅଧିକୃତ କାଶ୍ମୀରରେ ମାନବାଧିକାରର ଉଲ୍ଲଂଘନ କରୁଛି, ଲୋକଙ୍କୁ ସାମାନ୍ୟତମ ସ୍ବାଧୀନତା ଦେଉନାହିଁ ଏବଂ ତାକୁ ଘୋଡ଼ାଇବା ପାଇଁ ଭାରତ ବିରୋଧରେ ମିଥ୍ୟା ଅଭିଯୋଗ କରୁଛି ବୋଲି ଭାରତ ମାନବାଧିକାର ପରିଷଦର ୪୮ତମ ଅଧିବେଶନରେ ‘ଜେନେଭା ଡିବେଟ୍’ ଅଧୀନ ‘ରାଇଟ୍ ଅଫ୍ ରିପ୍ଲାଇ’ରେ କହିଛି। ଭାରତ କହିଛି ଯେ, ପାକିସ୍ତାନୀ ପ୍ରତିନିଧିମାନେ କିପରି ବିଭିନ୍ନ ପ୍ରସଙ୍ଗରେ ଅପ୍ରାସଙ୍ଗିକ ଯୁକ୍ତିମାନ କରୁଥିଲେ ତାହା ପରିଷଦ ଦେଖିଛି। ଏହା ସେମାନଙ୍କ ହତାଶ ମନର ପ୍ରତିଫଳନ। ପାକିସ୍ତାନ-ଅଧିକୃତ ସମେତ ସମଗ୍ର ଜମ୍ମୁ ଓ କାଶ୍ମୀର ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପାକିସ୍ତାନ ପରିଷଦର ସମୟ ନଷ୍ଟ ନ କରି ନିଜ ଦେଶରେ ମାନବାଧିକାରର ଗମ୍ଭୀର ଦୁଃସ୍ଥିତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଭାରତ ପୁଣି ପାକିସ୍ତାନକୁ ଉପହାସ କରି କହିଛି ଯେ, ପାକିସ୍ତାନ ପରି ଏକ ‘ବିଫଳ ରାଷ୍ଟ୍ର’ ଯାହାର କି ସଂସ୍କୃତି ଓ ଗଣତନ୍ତ୍ର ପ୍ରତି ସାମାନ୍ୟତମ ସମ୍ମାନବୋଧ ନାହିଁ, ସେ ଭାରତ ପରି ବୃହତ୍ତମ ଗଣତନ୍ତ୍ରର ଦେଶକୁ ଉପଦେଶ ଦେବାକୁ ସାହସ କରୁଛି।
ଜାତିସଂଘ ମାନବାଧିକାର ପରିଷଦରେ ଭାରତର ଅଭିଯୋଗ: ପିଓକେରେ ମାନବାଧିକାର ଉଲ୍ଲଂଘନ
/sambad/media/post_attachments/wp-content/uploads/2021/09/654fsh564f564h654sfh65fshsfhfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)