ହୁଣ୍ଡାଇ୍‌ କାର୍‌ ମୂଲ୍ୟ ୨% ବଢ଼ିଲା

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ କାର୍‌ ନିର୍ମାତା ହୁଣ୍ଡାଇ ପକ୍ଷରୁ ବିଭିନ୍ନ ମଡେଲ୍‌ର ମୂଲ୍ୟରେ ୨% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। କାର୍‌ଗୁଡ଼ିକର ସଂଶୋଧିତ ମୂଲ୍ୟ ଜୁନ୍‌ଠାରୁ ଲାଗୁ ହେବ। ଦରବୃଦ୍ଧି ସମ୍ପର୍କରେ କଂପାନିର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ରାକେଶ ଶ୍ରୀବାସ୍ତବ କହିଛନ୍ତି ଯେ, ଉତ୍ପାଦନରେ ବ୍ୟବହାର ହେଉଥିବା ବିଭିନ୍ନ ସାମଗ୍ରୀର ଦର ବଢ଼ିଥିବା ବେଳେ ତେଲ ଦର ବୃଦ୍ଧି ଯୋଗୁଁ ପରିବହନ ଖର୍ଚ ବଢ଼ିଛି। କିଛି ସାମଗ୍ରୀ ଉପରେ ଆମଦାନି ଶୁଳ୍କ ମଧ୍ୟ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଆମେ ବିଭିନ୍ନ ମଡେଲ୍‌ର ଦର ଜୁନ୍‌୍‌ଠାରୁ ୨% ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛୁ। ନୂତନ ଭାବେ ଉନ୍ମୋଚିତ ହୋଇଥିବା ୨୦୧୮ କ୍ରେଟାର ମୂଲ୍ୟରେ କୌଣସି ପରିବର୍ତନ କରାଯାଇନାହିଁ।

ସମ୍ବନ୍ଧିତ ଖବର