ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହୁଣ୍ଡାଇ ସାଣ୍ଟ୍ରୋ ବଜାରକୁ ପୁଣି ଫେରିଛି। ୧୬ ବର୍ଷ ଧରି କମ୍ପାନି ଏହି କାରକୁ ସଫଳତାର ସହିତ ବିକ୍ରି କରିବା ପରେ ୨୦୧୪ରୁ ପ୍ରତ୍ୟାହାର କରି ନେଇଥିଲା। ତେବେ ପ୍ରତ୍ୟାହୃତ ହେବାର ୪ ବର୍ଷ ପରେ ପୁଣି ବଜାରକୁ ପ୍ରବେଶ କରିଛି। ପ୍ରଥମ ୫୦ ହଜାର କାର୍ ପାଇଁ କମ୍ପାନି ଏହି କାରର ଏକ୍ସସୋରୁମ୍ ମୂଲ୍ୟ ୩,୮୯,୯୦୦ ଟଙ୍କାରୁ ଆରମ୍ଭ ହୋଇଛି। ଟପ୍ ଭାରିଆଣ୍ଟର ମୂଲ୍ୟ ୫,୬୪,୦୦୦ ଟଙ୍କା ରହିଛି। ଏହି କାରର ପ୍ରାକ୍ ବୁକିଂ ଚଳିତମାସରେ ଆରମ୍ଭ ହୋଇଛି। ୧୩ ଦିନ ମଧ୍ୟରେ ୨୩୫୦୦ରୁ ଅଧିକ ସାଣ୍ଟ୍ରୋ କାର୍ ବୁକ୍ ହୋଇଛି। ଏହି ନୂଆ କାରର ବିକାଶ କରିବା ପାଇଁ କମ୍ପାନି ଗତ ୩ ବର୍ଷ ମଧ୍ୟରେ ୭୪୦ କୋଟି ଟଙ୍କା ନିବେଶ କରିଛି। ହୁଣ୍ଡାଇର ଏଣ୍ଟ୍ରି ଲେଭେଲ କାର ଇୟନ ଓ ଗ୍ରାଣ୍ଡ ଆଇ୧୦ ମଧ୍ୟରେ ଏହି କାର ବଜାରକୁ ଆସିଛି। ୧୧୦୦ ସିସି ଇଞ୍ଜିନ କ୍ଷମତା ବିଶିଷ୍ଟ ସାଣ୍ଟ୍ରୋ ପେଟ୍ରୋଲ ଏବଂ ସିଏନଜି ଭାରିଆଣ୍ଟରେ ଆସିଛି। ପେଟ୍ରୋଲ ଭାରିଆଣ୍ଟର ମାଇଲେଜ ୨୦.୩ କିମି ଏବଂ ସିଏନଜି ଭାରିଆଣ୍ଟର ମାଇଲେଜ ୩୦.୪୮ କିମି ରହିଥିବା କୁହାଯାଇଛି। ନିରାପତ୍ତା ପାଇଁ ଏହି କାରରେ ଏବିଏସ ସହିତ ଇବିଡି ଏବଂ ସାମ୍ନାରେ ଦୁଇଟି ଏୟାର ବ୍ୟାଗ ରହିଛି।
ନୂଆ ରୂପରେ ଫେରିଲା ହୁଣ୍ଡାଇ ସାଣ୍ଟ୍ରୋ
/sambad/media/post_attachments/wp-content/uploads/2018/10/new-hyundai-santro-price.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)