ନା ଥିଲା ବାପାଙ୍କର ଅର୍ଜିତ ଧନ, ନିଜ ଗୋଡ଼ରେ ଛିଡା ହୋଇ ୪୦ ବର୍ଷରୁ କମ ବୟସରେ ଏହି ଭାରତୀୟମାନେ ହୋଇପାରିଛନ୍ତି କୋଟିପତି

ନୂଆଦିଲ୍ଲୀ: ନା ଥିଲା ପରିବାରର ଅର୍ଜିତ ଧନ, ନା ଥିଲା ପୁଳା ପୁଳା ସମ୍ପତ୍ତି | ପରିଶ୍ରମ କଲେ, ନିଜ ଗୋଡ଼ରେ ଛିଡା ହେଲେ ଆଉ କୋଟିପତି ପରେ ଅନେକଙ୍କୁ ନିଯୁକ୍ତି ଦେଲେ | ଆଜି ଆମେ ଆପଣଙ୍କୁ ଭାରତର ଏହି ୧୦ ଜଣ ରତ୍ନଙ୍କ ବିଷୟରେ କହିବୁ ଯେଉଁମାନେ କୌଣସି ପ୍ରକାରର ପରିବାରର ବଡ଼ ଆର୍ଥିକ ସହଯୋଗ ନ ପାଇ ବି ସଫଳତାର ଉଚ୍ଚ ଶିଖରକୁ ଛୁଇଁପାରିଛନ୍ତି | ଆଇଆଇଏଫଏଲ୍ ୱେଲଥ ଏବଂ ହାରୁନ୍ ଇଣ୍ଡିଆ ପକ୍ଷରୁ ୪୦ ବର୍ଷରୁ କମ୍ ବୟସର ସଫଳ ବ୍ୟବସାୟୀଙ୍କ ତାଲିକା ପ୍ରକାଶ କରାଯାଇଛି, ଯେଉଁମାନଙ୍କର ଆୟ ୧ ହଜାର କୋଟି ଟଙ୍କାରୁ ଅଧିକ ରହିଛି | ବଡ କଥା ଯେ ପାରିବାରିକ ସମ୍ପତ୍ତି ବିନା ନିଜ ପରିଶ୍ରମରେ ଏହି ଯୁବପିଢ଼ିମାନେ କୋଟିପତି ହୋଇଛନ୍ତି |

ଏହି ତାଲିକାରେ ଆର୍ଥିକ ସେବା କମ୍ପାନୀ ଜେରୋଡାର ସହ-ପ୍ରତିଷ୍ଠାତା ନିତିନ କାମତ ଏବଂ ନିଖିଲ କାମତଙ୍କ ଯୋଡି ଶୀର୍ଷରେ ରହିଛି। ଏମାନଙ୍କ ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୪ ହଜାର କୋଟି ଟଙ୍କା ଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ୩୮ ବର୍ଷୀୟ ଦିବ୍ୟାଙ୍କ ତୁରଖିଆ | ଦିବ୍ୟାଙ୍କଙ୍କର ସମ୍ପତ୍ତି ମୂଲ୍ୟ ୧୪୦୦୦ କୋଟି ଟଙ୍କା ଥିବାବେଳେ ସବୁଠାରୁ କମ ବୟସର କୋଟିପତି ସୂଚୀରେ ୨୬ ବର୍ଷୀୟ ଓଡ଼ିଆ ପୁଅ ରିତେଶ ଅଗ୍ରୱାଲ ଅଛନ୍ତି | ରିତେଶ ଓୟୋ ରୁମର ପ୍ରତିଷ୍ଠାତା ହୋଇଥିବାବେଳେ ଏହି ତାଲିକାରେ ଥିବା ଶ୍ରେଷ୍ଠ ୧୦ ଜଣ ଯୁବ ବ୍ୟବସାୟୀ କେଉଁମାନେ ଅଛନ୍ତି ନଜର ପକାନ୍ତୁ |

  ନାମ                       ମୋଟ ସମ୍ପତ୍ତି
୧.ନିତିନ ଏବଂ ନିଖିଲ କାମତ: ୨୪,୦୦୦ କୋଟି ଟଙ୍କା
୨. ଦିବ୍ୟାଙ୍କ ତୁରଖିଆ: ୧୪୦୦୦ କୋଟି ଟଙ୍କା
୩.ଆମୋଦ ମାଲବୀୟ, ସୁଜିତ କୁମାର ଏବଂ ବୈଭବ ଗୁପ୍ତା: ୧୩,୦୦୦ କୋଟି
୪. ରିଜୁ ରବିନ୍ଦ୍ରନ୍: ୭୮୦୦ କୋଟି ଟଙ୍କା
୫. ବିନି ବନ୍ସଲ ଏବଂ ସଚିନ୍ ବନସଲ: ୭୫୦୦ କୋଟି ଟଙ୍କା
୬.ରିତେଶ ଅଗ୍ରୱାଲ: ୪୫୦୦ କୋଟି ଟଙ୍କା

ସମ୍ବନ୍ଧିତ ଖବର