ମାରୁତିକୁ ହରାଇ ୧ ନମ୍ବର ସ୍ଥାନ ହାସଲ କଲା ହ୍ୟୁଣ୍ଡାଇ

ମୁମ୍ବାଇ: ତାଲାବନ୍ଦରେ ବାଜି ମାରିଲା ହ୍ୟୁଣ୍ଡାଇ । ଟପ୍ ସେଲିଙ୍ଗ୍ କାର ତାଲିକାର ପ୍ରଥମ ସ୍ଥାନ ଅଧିକାର କରୁଥିବା ମାରୁତି କମ୍ପାନୀକୁ ମାତ୍ ଦେଇ ପ୍ରଥମରେ ରହିଛି ହ୍ୟୁଣ୍ଡାଇ । ସବୁଠୁ ବଡ କଥା ହେଉଛି ତାଲାବନ୍ଦ ସମୟରେ ଯେତେବେଳେ ସବୁ କ୍ଷେତ୍ରରେ ବ୍ୟାପକ କ୍ଷତି ହୋଇଛି, ସେହି ସମୟ ଅବଧି ଭିତରେ ଅର୍ଥାତ୍ ମେ’ ମାସର ତଥ୍ୟକୁ ଆଧାର କରି ପ୍ରକାଶିତ ରିପୋର୍ଟ ଅନୁସାରେ ମେ ମାସରେ ସବୁଠୁ ଅଧିକ ହ୍ୟୁଣ୍ଡାଇ କ୍ରେଟା ବିକ୍ରି ହୋଇଛି । ଅନ୍ୟପକ୍ଷରେ ମାରୁତି ପ୍ରଥମ ସ୍ଥାନ ହରାଇଥିଲେ ବି ଟପ୍ ତିନି ତାଲିକାରେ ଦୁଇଟି ସ୍ଥାନ ଅକ୍ତିଆର୍ କରିଛି । କରୋନା ମହାମାରୀର ମୁକାବିଲା ପାଇଁ ଦୁଇମାସରୁ ଅଧିକ ସମୟ ଧରି ତାଲାବନ୍ଦ ଲାଗୁ ହୋଇଥିବା ବେଳେ ବିଭିନ୍ନ ପ୍ରକାରର ବ୍ୟବସାୟରେ କ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଆଉ ଏଥିରୁ ବାଦ୍ ପଡିନଥିଲା ଅଟୋମୋବାଇଲ ଇଣ୍ଡଷ୍ଟ୍ରୀ । କିନ୍ତୁ ଏହି ତାଲାବନ୍ଦ କୋହଳ ହେବା ପରେ ଲୋକମାନେ କାର କିଣିଛନ୍ତି | ମେ’ ମାସରେ ଯେଉଁସବୁ କାର୍ ବିକ୍ରି ହୋଇଛି ସେଥିରେ ସବୁବେଳେ ତାଲିକାର ଟପରେ ରହୁଥିବା ମାରୁତି ସୁଜୁକିକୁ ମାତ୍ ଦେଇ ହ୍ୟୁଣ୍ଡାଇ ବାଜି ମାରିଛି । ଏବେ ମେ’ ମାସରେ ସର୍ବାଧିକ ବିକ୍ରି ହୋଇଥିବା ୩ଟି କାରର ତାଲିକା ଉପରେ ନଜର ପକାନ୍ତୁ ।

ହ୍ୟୁଣ୍ଡାଇ କ୍ରେଟା
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତୀୟ ବଜାରରେ ମେ’ ମାସରେ ସବୁଠୁ ଅଧିକ ବିକ୍ରି ହୋଇଛି ହ୍ୟୁଣ୍ଡାଇ କ୍ରେତା । ଶେଷ ଥର ପାଇଁ ମାର୍ଚ୍ଚରେ ଆସିଥିବା ରିପୋର୍ଟ ମୁତାବକ ମାରୁତି କମ୍ପାନୀର କାର୍ ସବୁଠୁ ଅଧିକ ବିକ୍ରି ହୋଇଥିଲା । ମାତ୍ର ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ମେ’ ୨୦୨୦ରେ କ୍ରେଟାର ପାଖାପାଖି ୩ହଜାର ୨୧୨ ୟୁନିଟ କାର୍ ବିକ୍ରି ହୋଇଛି । ଏହାର ପ୍ରାରମ୍ଭିକ ବଜାର ମୂଲ୍ୟ ୧୦ଲକ୍ଷ ଟଙ୍କା ରହିଛି ।

Maruti Suzuki

ମାରୁତି ଏର୍ଟିଗା
ହ୍ୟୁଣ୍ଡାଇ କ୍ରେଟା ପରେ ମେ’ ମାସରେ ସବୁଠୁ ଅଧିକ ବିକ୍ରି ହୋଇଥିବା କାର୍ ମଧ୍ୟରେ ରହିଛି ମାରୁତି ଏର୍ଟିଗା । ମେ’ ମାସରେ ମାରୁତିର ଏହି ମଲ୍ଟି ପରପୋଜ୍ ଭେଇକିଲ୍ ବା ଏମପିଭିର ପାଖାପାଖି ୨ହଜାର ୩୫୩ୟୁନିଟ ବିକ୍ରି ହୋଇଛି । ମାରୁତିର ଏହି କାରର ବଜାର ମୂଲ୍ୟ ୭ଲକ୍ଷ ୫୯ହଜାର ଟଙ୍କା ରହିଛି ।

ମାରୁତି ଡିଜାୟାର୍
ରିପୋର୍ଟ ଅନୁସାରେ ସବୁଠୁ ଅଧିକ ବିକ୍ରି ହୋଇଥିବା କାର ତାଲିକାର ତୃତୀୟ ସ୍ଥାନରେ ମାରୁତି ଡିଜାୟାର ରହିଛି । ଏହାର ୨ହଜାର ୨୧୫ ୟୁନିଟ କାର୍ ମେ’ ମାସରେ ବିକ୍ରି ହୋଇଛି । ବହୁ ସମୟ ଧରି ଏହି କାରର ଡିମାଣ୍ଡ ବଜାରରେ ରହିଥିବା ବେଳେ ଏହି କାରର ପ୍ରାରମ୍ଭିକ ବଜାର ମୂଲ୍ୟ ୫ଲକ୍ଷ ୮୯ହଜାର ଟଙ୍କା ରହିଛି ।

ସମ୍ବନ୍ଧିତ ଖବର