ମଧ୍ୟବିତ୍ତ ଗ୍ରାହକଙ୍କ ପାଇଁ ‘ଔରା’ ଲଞ୍ଚ କଲା ହ୍ୟୁଣ୍ଡାଇ, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଅଟୋମୋବାଇଲ କାର କମ୍ପାନୀ ହ୍ୟୁଣ୍ଡାଇ ପକ୍ଷରୁ ଆଜି ଏହାର ବହୁ ପ୍ରତିକ୍ଷିତ କାର ‘ଔରା’ କୁ ଲଞ୍ଚ କରାଯାଇଛି | ଭାରତରେ ଥିବା ମଧ୍ୟବିତ୍ତ ଗ୍ରାହକଙ୍କ ଚାହିଦାକୁ ଦେଖି ଏହି କାର ପ୍ରସ୍ତୁତ କରାଯାଇଥିବା ହ୍ୟୁଣ୍ଡାଇ ପକ୍ଷରୁ କୁହାଯାଇଛି | ଏହି କାରର ମୂଲ୍ୟ ୫ ଲକ୍ଷ ୭୯ ହଜାରରୁ ଆରମ୍ଭ ହୋଇ ୯.୨୨ ଲକ୍ଷ ଯାଏଁ ରହିଛି | ହ୍ୟୁଣ୍ଡାଇର ଏହି କାର ୬ଟି ରଙ୍ଗରେ ଉପଲବ୍ଧ ଥିବାବେଳେ ୨୦୧୯ ମସିହା ଡିସେମ୍ବର ମାସରେ ଏହି କାରର ପ୍ରଥମ ଝଲକ ଦେଖିବାକୁ ମିଳିଥିଲା | ମାତ୍ର ୧୦ ହଜାର ଟଙ୍କା ଦେଇ ଏହି କାର ବୁକିଂ କରିବାର ବ୍ୟବସ୍ଥା ଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ଓ ଏଚଡ଼ିଏଫସି ବ୍ୟାଙ୍କର କାର୍ଡ ଦ୍ୱାରା ବୁକିଂ କଲେ ୧୦ ପ୍ରତିଶତ ରିହାତି ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି |

ଏହା ଛଡା କାର କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଶୂନ୍ୟ ପ୍ରୋସେସିଂ ଫି ସହ ୧୦୦ ପ୍ରତିଶତ ଫାଇନାନ୍ସର ବ୍ୟବସ୍ଥା କରାଯାଇଛି | ହ୍ୟୁଣ୍ଡାଇ ଔରା ଦେଖିବାକୁ ଗ୍ରାଣ୍ଡ ଆଇ ଟେନ ନିଓସ ଭଳି ହୋଇଥିବାବେଳେ ଏଥିରେ ୮ ଇଞ୍ଚର ଟଚସ୍କ୍ରିନ ଇନ୍ଫୋଟେନମେଣ୍ଟ ସିଷ୍ଟମ ସହ ୱେୟାରଲେସ ଚାର୍ଜର ଭଳି ନୂଆ ସୁବିଧା ଦିଆଯାଇଛି |

Photo-Hyundaitwitter

ଔରା ୧.୨ ଲିଟର ପେଟ୍ରୋଲ, ୧ ଲିଟର ଟର୍ବୋ ପେଟ୍ରୋଲ ସହ ୧.୨ ଲିଟର ଡିଜେଲ ଭଳି ତିନିଟି ଇଞ୍ଜିନରେ ଉପଲବ୍ଧ ହେବ | ସେହିପରି ୱାଣ୍ଡର ୱାରେଣ୍ଟି ନାମରେ ତିନି ପ୍ରକାରର ୱାରେଣ୍ଟି ଏହି କାର ଉପରେ ଦିଆଯାଇଛି | ୩ ବର୍ଷ ବା ୧ ଲକ୍ଷ କିଲୋମିଟର, ୪ ବର୍ଷ ବା ୫୦ ହଜାର କିଲୋମିଟର ସହ ୫ ବର୍ଷ ବା ୪୦ ହଜାର କିଲୋମିଟର ଭଳି ତିନିଟି ୱାରେଣ୍ଟି ଅପସନ ଦିଆଯାଇଛି |

ସମ୍ବନ୍ଧିତ ଖବର