ଭାରତୀୟ ବଜାରରେ ନୂଆ ହ୍ୟୁଣ୍ଡାଇ କ୍ରେଟା

ଭୁବନେଶ୍ବର : ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ କାର୍  ଅଲ୍ ନିୟୁ କ୍ରେଟାର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ  ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ।

ଏଥିରେ ଟ୍ରିଓବିମ୍ ଏଲ୍ଇଡ଼ି ହେଡ୍ଲ୍ୟାମ୍ପ୍, ଭଏସ୍ ଏନବେଲ୍ଡ୍ ସ୍ମାର୍ଟ ପାନୋରାମିକ୍ ସନପ୍ରୁଫ୍, ୨୬.୦୩ ସେମି ଏଚଡ୍ ଇନଫୋଟେନମେଣ୍ଟ, ପି୍ରମିୟମ୍ ଇଣ୍ଟରିୟର, ଡ୍ରାଇଭ୍ ମୋଡ୍ ସିଲେକ୍ଟ୍, ଟ୍ରାକ୍ସନ୍ କଣ୍ଟ୍ରୋଲ୍ ମୋଡ୍, ବୋସ୍ ପ୍ରିମିୟମ୍ ୮ ସ୍ପିକର ସାଉଣ୍ଡ ସିଷ୍ଟମ୍, ପାଡଲର ଶିଫ୍ଟର, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍ ସହିତ ଅଟୋ ହୋଲ୍ଡ୍ ଆଦି ସୁବିଧା ରହିଛି ।

ଅଲ୍ ନିୟୁ କ୍ରେଟାରେ ବିକଶିତ ବ୍ଲୁ ଲିଙ୍କ୍ ସହିତ ୫୦ରୁ ଅଧିକ ଫିଚର ଏବଂ ହେଲୋ ବ୍ଲୁ ଲିଙ୍କ୍ ସୁବିଧା ରହିଛି । ଏଥିରେ ପ୍ରିମିୟମ୍ କ୍ୟାବିନ୍ ରହିଛି । ଏହା ବିକଶିତ  ୫ ନୂଆ ପାୱାରଟ୍ରେନ୍ ସୁବିଧା ରହିଛି । ଏହା ପୋଲାର ହ୍ୱାଇଟ୍, ଟାଇଫୁନ୍ ସିରଲଭର୍, ଫ୍ୟାଣ୍ଚମ୍  ବ୍ଲାକ୍, ଲାଭା ଅରେଞ୍ଜ୍, ଟାଇଟନ୍ ଗ୍ରେ, ଡିପ୍ ଫରେଷ୍ଟ୍(କେବଳ ଟୁରବୋ), ଗାଲାକ୍ସି ବ୍ଲୁ. ମଲବେରୀ ରେଡ୍, ସହିତ ପୋଲାର ହ୍ୱାଇଟ୍-ଫ୍ୟାଣ୍ଟମ୍ ବ୍ଳାକ୍ ତଥା ଲାଭା ଅରେଞ୍ଜ୍-ଫ୍ୟାଂଟମ୍ ବ୍ଲାକ୍ ଆଦି ୧୦ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି ।

ସମ୍ବନ୍ଧିତ ଖବର