ମେ’ରେ ୫ହଜାରରୁ ଅଧିକ କାର୍‌ ରପ୍ତାନି କଲା ହୁଣ୍ଡାଇ

ନୂଆଦିଲ୍ଲୀ: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଚଳିତବର୍ଷ ମେ ମାସରେ ୫ ହଜାରରୁ ଅଧିକ କାର୍ ବିଦେଶକୁ ରପ୍ତାନି କରିଛି। କମ୍ପାନି ଏହାର ଚେନ୍ନାଇ ନିକଟସ୍ଥ କାରଖାନାରୁ ମେ ୮ ତାରିଖରୁ ଉତ୍ପାଦନ ମଧ୍ୟ ପୁଣି ଥରେ ଆରମ୍ଭ କରିଛି। ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମକୁ ସହଯୋଗ କରିବା ଲାଗି କମ୍ପାନି ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛି ବୋଲି କହିଛି। ଦେଶର ଅର୍ଥନୈତିକ ସୁଧାର ଦିଗରେ ଏହା ଏକ ପଦକ୍ଷେପ ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡର ସିଇଓ ଏସ୍‌ ଏସ୍‌ କିମ୍ କହିଛନ୍ତି। ଉଲ୍ଲେଖଯୋଗ୍ୟ, କମ୍ପାନି ଭାରତରୁ ୧୯୯୯ ମସିହାରେ ରପ୍ତାନି ଆରମ୍ଭ କରିଥିଲା।

ଆଜି ପର୍ଯ୍ୟନ୍ତ ବିଶ୍ବର ୪ଟି ମହାଦେଶର ପ୍ରାୟ ୮୮ଟି ଦେଶକୁ ୩୦ ଲକ୍ଷରୁ ଅଧିକ କାର୍ ରପ୍ତାନି କରିସାରିଛି। ଗତବର୍ଷ କମ୍ପାନି ୧,୮୧,୨୦୦ ୟୁନିଟ୍ କାର୍ ରପ୍ତାନି କରିଥିଲା। ଭାରତର ମୋଟ ପାସେଞ୍ଜର କାର୍ ରପ୍ତାନିରେ ହୁଣ୍ଡାଇର ଅଂଶ ୨୦୧୯ରେ ୨୬ ପ୍ରତିଶତ ରହିଥିଲା। ତେଣୁ ଦେଶର ଅଟୋମୋବାଇଲ ଶିଳ୍ପ ପ୍ରତି ହୁଣ୍ଡାଇର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି ବୋଲି କମ୍ପାନି କହିଛି। ଭେନ୍ୟୁ ଓ କ୍ରେଟା ସମେତ କମ୍ପାନି ଏବେ ୧୦ଟି ମଡେଲ ଗାଡ଼ି ବିଦେଶକୁ ରପ୍ତାନି କରୁଛି।

ସମ୍ବନ୍ଧିତ ଖବର