ହୁଣ୍ଡାଇର ନୂଆ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌

ଭୁବନେଶ୍ବର: ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ନୂଆ ଗ୍ରାଣ୍ଡ୍ ଆଇ୧୦ ନିଓସ୍‌କୁ ଉନ୍ମୋଚନ କରାଯାଇଛି। ଏହା ଷ୍ଟାଇଲିସ୍ ହୋଇଥିବା ବେଳେ ଏହାର କ୍ୟାବିନକୁ ବେଶ ବିଳାସପୂର୍ଣ୍ଣ କରାଯାଇଛି। ଦେଶର ଯୁବ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଏହାକୁ ପ୍ରସ୍ତୁତ କରିଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେବ। ଗାଡ଼ିକୁ ଅଧିକ ସୁଦୃଢ଼ କରିବା ଲାଗି କଂପାନି ପକ୍ଷରୁ ୬୫% ଆଡ୍‌ଭାନ୍ସଡ୍‌ ହାଇ ଷ୍ଟ୍ରେନ୍ଥ ଷ୍ଟିଲ୍‌ ବ୍ୟବହାର କରାଯାଇଛି। ହୁଣ୍ଡାଇ ମୋଟର ଇଣ୍ଡିଆର ଏମ୍‌ଡି ଓ ସିଇଓ ଏସ୍‌ ଏସ୍‌ କିମ୍ ଉନ୍ମୋଚନ କରିଛନ୍ତି। ନୂଆ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌ରେ ଟଚ୍‌ ସ୍କ୍ରିନ୍, ଓୟାରଲେସ୍ ଚାର୍ଜିଂ, ସ୍ମାର୍ଟଫୋନ୍ ସଂଯୋଗ ବ୍ୟବସ୍ଥା, ୟୁଏସବି ଚାର୍ଜର, ପ୍ରୋଜେକ୍ଟର ଫଗ୍ ଲ୍ୟାମ୍ପ୍, ପଛ ସିଟ୍ ପାଇଁ ଏସି ଭେଣ୍ଟ୍‌ ଓ ଭଏସ୍‌ ରିକଗ୍ନିସନ୍‌ ବ୍ୟବସ୍ଥା ଆଦି ରହିଛି।

ସମ୍ବନ୍ଧିତ ଖବର