ଭୁବନେଶ୍ବର: ହୁଣ୍ଡାଇ ମୋଟର ଇଣ୍ଡିଆ ପକ୍ଷରୁ ନୂଆ କାର୍‌ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌କୁ ଉନ୍ମୋଚନ କରାଯାଇଛି। ଏହି କାର୍ ଷ୍ଟାଇଲିସ୍ ହୋଇଥିବା ବେଳେ ଏଥିରେ ଅନେକ ପ୍ରକାରର ନୂତନ ପ୍ରଯୁକ୍ତି ବ୍ୟବହାର କରାଯାଇଛି। ତୃତୀୟ ପିଢ଼ିର ଏହି ଗ୍ରାଣ୍ଡ୍ ଆଇ୧୦କୁ କଂପାନିର ଏମ୍‌ଡି ଓ ସିଇଓ ଏସ୍‌ ଏସ୍‌ କିମ୍ ଉନ୍ମୋଚନ କରିଛନ୍ତି। ଏହି କାର୍‌ ଭାରତର ଯୁବବର୍ଗ ଓ ପରିବାରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଏହା ଜରିଆରେ କଂପାନି ସହରାଞ୍ଚଳ, ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଗ୍ରାହକମାନେ ୧୧ ହଜାର ଟଙ୍କା ଦେଇ ଗ୍ରାଣ୍ଡ୍‌ ଆଇ୧୦ ନିଓସ୍‌ର ବୁକିଙ୍ଗ୍‌ କରିପାରିବେ।