ଭୁବନେଶ୍ବର: ହୁଣ୍ଡାଇ ପକ୍ଷରୁ ଏହାର ଡିଲରସିପ୍ ଆଦିତ୍ୟ ହୁଣ୍ଡାଇରେ ଭାରତ ପ୍ରଥମ ସମ୍ପୂର୍ଣ୍ଣ କନେକ୍ଟେଡ୍ ଏସ୍ୟୁଭି ‘ଭେନ୍ୟୁ’କୁ ଉନ୍ମୋଚନ କରାଯାଇଛି। ସିନେମା ପ୍ରଯୋଜକ ଅନାମ ଚରଣ ସାହୁ ଓ ସହକାରୀ ଉପସଭାପତି ହରମୋହନ ମହାନ୍ତିଙ୍କ ଉପସ୍ଥିତିରେ ଆଦିତ୍ୟ କାର୍ କେୟାର ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ଆଦିତ୍ୟ ପାତ୍ର ନୂଆ ଏସ୍ୟୁଭିକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ପାତ୍ର କହିଲେ, ଓଡ଼ିଶାରେ ଭେନ୍ୟୁକୁ ଉନ୍ମୋଚନ କରି ଆମେ ଅତ୍ୟନ୍ତ ଆନନ୍ଦିତ। ଏଥିରେ ରହିଛି ଗ୍ଲୋବାଲ୍ ବ୍ଲୁ ଲିଙ୍କ୍ କନେକ୍ଟେଡ୍ ପ୍ରଯୁକ୍ତି। ଭେନ୍ୟୁ ନିଜ ବର୍ଗରେ ନୂତନ ମାନଦଣ୍ଡ ସୃଷ୍ଟି କରିବ। ଅନେକ ସୁବିଧାସୁଯୋଗ ଥିବା ଏହି ଗ୍ରାହକଙ୍କୁ ଉଲ୍ଲସିତ କରିବ ବୋଲି ସେ କହିଛନ୍ତି। ଭେନ୍ୟୁ ଚାରିଟି ଟ୍ରିମ୍, ବିଭିନ୍ନ ପାୱାରଟ୍ରେନ୍ ବିକଳ୍ପ, ୭ଟି ବାହ୍ୟ ରଙ୍ଗ ଓ ତିନିଟି ଡୁଆଲ୍ ଟୋନ୍ ବିକଳ୍ପରେ ଉପଲବ୍ଧ ହେଉଛି। ନିରାପତ୍ତା ଦୃଷ୍ଟିରୁ ଏହି ଗାଡ଼ିକୁ ଶକ୍ତ ଇସ୍ପାତରେ ନିର୍ମାଣ କରାଯାଇଥିବା ବେଳେ ଏଥିରେ ଇବିଡି ସହିତ ଏବିଏସ୍, ଡୁଆଲ୍ ଏୟାରବ୍ୟାଗ୍ ଓ ପଛ ପାର୍କିଂ ସେନ୍ସର୍ ଭଳି ସୁବିଧା ରହିଛି। ଏଥିରେ ଓୟାରଲେସ୍ ଫୋନ୍ ଚାର୍ଜର, ଏୟାର ପ୍ୟୁରିଫାୟର, ହ୍ବିଲ ଏୟାର କର୍ଟେନ୍ ଓ ପ୍ରୋଜେକ୍ଟର ଫଗ୍ ଲ୍ୟାମ୍ପ୍ ଭଳି ସୁବିଧା ରହିଛି। ଏହା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଇଞ୍ଜିନ ବିକଳ୍ପରେ ଉପଲବ୍ଧ ହେଉଛି।
ହୁଣ୍ଡାଇର ନୂଆ ଏସ୍ୟୁଭି ‘ଭେନ୍ୟୁ’
/sambad/media/post_attachments/wp-content/uploads/2019/05/Untitled-13-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)