ହୁଣ୍ଡାଇର ନୂଆ ଏସୟୁଭି ‘ଭେନ୍ୟୁ’

କୋଲକାତା: ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ଭାରତରେ ଏହାର ନୂଆ ସ୍ପୋର୍ଟସ ଉପଯୋଗୀ ଯାନ ‘ଭେନ୍ୟୁ’ର ଉନ୍ମୋଚନ କରିଛି। ମୁମ୍ବାଇ ଉପକୂଳରେ ଆରବ ସାଗରରେ ଏକ କ୍ରୁଜ୍ ଜାହାଜରେ କମ୍ପାନି ଏହି ଏସ୍‌ୟୁଭିର ଅନାବରଣ କରିଛି। ବିଶେଷକରି ଯୁବ ଗ୍ରାହକଙ୍କୁ ଦୃଷ୍ଟିରେ ରଖି କମ୍ପାନି ଏହି ଗାଡ଼ି ଆଣିଛି। ଏଥିସହିତ କମ୍ପାନି ଏହି ଗାଡ଼ିର ପ୍ରିଭ୍ୟୁ ନ୍ୟୁୟର୍କ ଅନ୍ତର୍ଜାତୀୟ ଅଟୋ ସୋ’ରେ ମଧ୍ୟ କରିଛି। ଯେଉଁ ଯୁବକମାନେ ପ୍ରଯୁକ୍ତି ପ୍ରିୟ ଏବଂ ସବୁବେଳେ ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ସବୁ ସମୟରେ ଯୋଡ଼ି ହୋଇ ରହିବାକୁ ଚାହାନ୍ତି ସେମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଏହି ଗାଡ଼ି ପ୍ରସ୍ତୁତ କରାଯାଇଛି। ଏହି ଗାଡ଼ିରେ ମୋଟ ୩୩ଟି କନେକ୍ଟେଡ ଫିଚର ରହିଛି, ଯେଉଁଥିରୁ ୧୦ଟି ଫିଚର ବିଶେଷଭାବେ ଭାରତ ଭିତ୍ତିକ ବୋଲି ଜଣାଯାଇଛି। ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଆସିଥିବା ଏହି ଗାଡ଼ିରେ ଯାତ୍ରୀଙ୍କ ଆରାମ ଓ ସୁବିଧା ପାଇଁ ଇଲେକ୍ଟ୍ରିକ୍ ସନରୁଫ, ଓୟାରଲେସ ଫୋନ୍ ଚାର୍ଜିଂ, ଏୟାର ପ୍ୟୁରିଫାୟର, କ୍ରୁଜ୍ ‌କଣ୍ଟ୍ରୋଲ ଭଳି ବୈଶିଷ୍ଟ୍ୟ ରହିଛି। କମ୍ପାନି ଏହି ଗାଡ଼ିରେ ୩ ବର୍ଷର ୱାରେଣ୍ଟି ଏବଂ ରାସ୍ତା ପାର୍ଶ୍ବ ସହାୟତା ପ୍ରଦାନ କରୁଛି। ହୁଣ୍ଡାଇ ମୋଟର ଇଣ୍ଡିଆର ଏମଡି ତଥା ସିଇଓ ଏସ୍‌ ଏସ୍‌ କିମ୍ ନୂଆ ଗାଡ଼ିର ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧିତ ଖବର