ହୁଣ୍ଡାଇର ଆଞ୍ଚଳିକ ତାଲିମ କେନ୍ଦ୍ର ଉଦ୍‌ଘାଟିତ

ଅହମ୍ମଦାବାଦ: ହୁଣ୍ଡାଇ ମୋଟର ଇଣ୍ଡିଆର ଏକ ଆଞ୍ଚଳିକ ତାଲିମ କେନ୍ଦ୍ର ଗୁଜରାଟର ଅହମ୍ମଦାବାଦଠାରେ ଉଦ୍‌ଘାଟିତ ହୋଇଯାଇଛି। ଦେଶରେ ଏହା କଂପାନିର ସପ୍ତମ ତାଲିମ କେନ୍ଦ୍ର ଯେଉଁଠାରେ ବୈଷୟିକ ଓ ଲଘୁ ଦକ୍ଷତା ଉପରେ ତାଲିମ ପ୍ରଦାନ କରାଯିବ। ଏଠାରେ ୧୭୦୦ ସର୍ଭିସ୍‌ କ୍ଷେତ୍ରର ଲୋକଙ୍କୁ ତାଲିମ ଦିଆଯାଇପାରିବ ବୋଲି ହୁଣ୍ଡାଇ ମୋଟର ଇଣ୍ଡିଆର ଏମ୍‌ଡି ଓ ସିଇଓ ଓ୍ଵାଇ କେ କୁ କହିଛନ୍ତି। ସାରା ଦେଶରେ ଥିବା ଆମର ସାତଟି ତାଲିମ କେନ୍ଦ୍ରରେ ଆମେ ୨୦୧୮ରେ ୨୦ ହଜାର ଲୋକଙ୍କୁ ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର