ତଥ୍ୟ ଚାପିବାରୁ ଇସ୍ତଫା ଦେଲି, ମୁହଁ ଖୋଲିଲେ ପରିସଂଖ୍ୟାନବିତ ମୋହନନ

ନୂଆଦିଲ୍ଲୀ: ଗତ ମାସରେ ଜାତୀୟ ପରିସଂଖ୍ୟାନ କମିସନ (ଏନ୍‌ଏସ୍‌ସି) ମୁଖ୍ୟ ପଦରୁ ଇସ୍ତଫା ଦେଇଥିବା ପରିସଂଖ୍ୟାନବିତ୍ ପି ସି ମୋହନନ ମୁହଁ ଖୋଲିଛନ୍ତି। ନିଯୁକ୍ତି ରିପୋର୍ଟକୁ ସରକାର ଚାପି ଦେଇଥିବାରୁ ତାହାର ପ୍ରତିବାଦ ସ୍ବରୂପ ‌ଇସ୍ତଫା ଦେଇଥିଲେ ବୋଲି କହିଛନ୍ତି। ଇସ୍ତଫା ପଛରେ କୌଣସି ବ୍ୟକ୍ତିଗତ କାରଣ ନଥିଲା। ନିଯୁକ୍ତି ରିପୋର୍ଟକୁ ପ୍ରକାଶ କରିବାରେ ସରକାରଙ୍କ ଅନିଛା ଏକମାତ୍ର କାରଣ ବୋଲି ସେ କହିଛନ୍ତି। ମୋହନନ ନିଜ ପଦରୁ ଇସ୍ତଫା ଦେବା ପରେ ବିଭିନ୍ନ ମହଲରୁ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ସରକାରଙ୍କୁ ବଞ୍ଚାଇବା ପାଇଁ ସେହି ସମୟରେ ତିନି ଆୟୋଗ ପକ୍ଷରୁ କୁହାଯାଇଥିଲା ଯେ ମୋହନନ ବ୍ୟକ୍ତିଗତ କାରଣ ଯୋଗୁ ଇସ୍ତଫା ଦେଇଛନ୍ତି। ଏଭଳି ମନ୍ତବ୍ୟ ପାଇଁ ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଶ୍ରୀ ମୋହନନ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ନିଯୁକ୍ତି ରିପୋର୍ଟ ସହ ନିତି ଆୟୋଗର କୌଣସି ସମ୍ପର୍କ ନାହିଁ। ‘ଜାତୀୟ ପରିସଂଖ୍ୟାନ ଆୟୋଗ’ ଯେଉଁ ରିପୋର୍ଟକୁ ମଞ୍ଜୁରି ପ୍ରଦାନ କରେ ତାହାକୁ ଚୂଡ଼ାନ୍ତ ରିପୋର୍ଟ ବୋଲି ଧରିନିଆଯାଏ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର