ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେବା ପରେ ରାଜନୀତି ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଆଗ୍ରହୀ ଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ରାଜନୀତି କରିବାର କୌଣସି ଅଭିଳାଷ ନାହିଁ। କିନ୍ତୁ ସେ ଏକଥା ମନେ ପକାଇ ଦେଇଛନ୍ତି ଯେ ୧୯୮୧ରୁ ୧୯୮୫ ପର୍ଯ୍ୟନ୍ତ ଆଇଆଇଟି-ଦିଲ୍ଲୀରେ ପାଠପଢ଼ୁଥିବା ବେଳେ ସେ ଛାତ୍ର ରାଜନୀତିରେ ସାମିଲ ହୋଇଥିଲେ। ଆଇଆଟିରେ ଦଳ ଆଧାରରେ ରାଜନୀତି ହେଉନଥିଲା। ବ୍ୟକ୍ତିଗତ ସ୍ତର ହେଉଥିଲା। ଇଂରାଜି ବକ୍ତୃତା ସୋସାଇଟିର ମୁଁ ସମ୍ପାଦକ ହୋଇଥିଲି। ଏହା ପରେ ଛାତ୍ରଛାତ୍ରୀ ବ୍ୟାପାର ପରିଷଦର ସାଧାରଣ ସମ୍ପାଦକ ବି ହୋଇଥିିଲି। ପିଏଚ୍ଡି ଛାତ୍ରଛାତ୍ରୀଙ୍କୁ ବୃତ୍ତି ଦିଆଯାଉନଥିବାରୁ ଆମେ ଥରେ ଧର୍ମଘଟ କରି ଆଇଆଇଟିକୁ ଗୋଟିଏ ଦିନ ବନ୍ଦ କରିଦେଇଥିଲୁ। ତାହା କୌଣସି ଗର୍ବ କରିବାର ମୁହୂର୍ତ୍ତ ନୁହେଁ ବୋଲି ରାଜନ କହିଛନ୍ତି। ଆଇଆଇଟି ପାଠପଢ଼ା ଶେଷ ହେବା ପରେ ସେ ଆଇଆଇଏମ୍-ଅହମ୍ମଦାବାଦରେ ଏମ୍ବିଏ ପଢ଼ିଥିଲେ ଏବଂ ପରେ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବି ପଢ଼ିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp