ଆଇଫୋନ୍‌ର ଦାମ୍‌ ୮୯ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଆମେରିକାର ପ୍ରଯୁକ୍ତି କମ୍ପାନି ଆପଲ୍‌ ପକ୍ଷରୁ ଏପର୍ଯ୍ୟନ୍ତ ଚଳିତବର୍ଷ ଆସିବାକୁ ଥିବା ନୂଆ ଆଇଫୋନ୍‌ ବିଷୟରେ ଘୋଷଣା କରାଯାଇ ନାହିଁ। ତେବେ ଯେଉଁମାନେ କମ୍ପାନିର ନୂଆ ଫୋନ୍‌ ପାଇଁ ଅପେକ୍ଷା କରିପାରିବା ଧୈର୍ଯ୍ୟ ରଖିନାହାନ୍ତି ସେମାନଙ୍କ ପାଇଁ ଏବେ ଏକ ଦାମୀ ଆଇଫୋନ୍‌ କିଣିବା ସୁଯୋଗ ରହିଛି। ସୁନାରେ ଆଚ୍ଛାଦିତ ହୋଇଥିବା ଏହି ନୂଆ ଏବଂ ଦାମୀ ଆଇଫୋନ୍‌ ପାଇଁ ଗ୍ରାହକମାନେ ପ୍ରାକ୍‌ ଅର୍ଡର ଦେଇପାରିବେ। ବ୍ରିଟେନ୍‌ର ଗୋଲ୍‌ଡଜେନି ନାମକ କମ୍ପାନି ନୂଆ ଆଇଫୋନ୍‌ର ସୁନା ଛାଉଣୀ କରିଛି। ୧୮ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ଏହି ଆଇଫୋନ୍‌ର ମୂଲ୍ୟ ୧ ଲକ୍ଷ ପାଉଣ୍ଡ ଷ୍ଟର୍ଲିଂ ବା ପ୍ରାୟ ୮୯,୪୪,୩୩୧ ଟଙ୍କା ରହିଛି। ଆଇଫୋନ୍‌ର ପ୍ରାକ୍‌ ବୁକିଂ ଯଦି ଏବେ କରିବେ ଏଥିପାଇଁ ଅଧେ ଅର୍ଥ ବା ୪୪, ୭୨,୧୬୫ ଟଙ୍କା ଦେବାକୁ ପଡ଼ିବ। ଏହି ଫୋନ୍‌କୁ କମ୍ପାନି ଏକ ବିଳାସପୂର୍ଣ୍ଣ ବାକ୍ସ ସହିତ ମଧ୍ୟ ଗ୍ରାହକଙ୍କୁ ପ୍ରଦାନ କରିବା ଯୋଜନା ରଖିଛି।

ସମ୍ବନ୍ଧିତ ଖବର